ଜର୍ମାନୀରୁ ଗିରଫ ହେଲା ଲୁଧିଆନା ବିସ୍ଫୋରଣ ର ମାଷ୍ଟରମାଇଣ୍ଡ ଜଶବିନ୍ଦର ସିଂ ମୁଲତାନୀ

20

ଲୁଧିଆନା କୋର୍ଟ ବ୍ଲାଷ୍ଟ ମାମଲାରେ ଏକ ବଡ଼ ସଫଳତା ମିଳିଛି Iଏହି ବିସ୍ଫୋରଣରେ ଅଭିଯୁକ୍ତ ଜଶବିନ୍ଦର ସିଂ ମୁଲତାନୀଙ୍କୁ ଜର୍ମାନୀ ରୁ ଗିରଫ କରାଯାଇଛି। ଭାରତର ଅନୁରୋଧ କ୍ରମେ ଜର୍ମାନ ପୋଲିସ ଜଶବିନ୍ଦର ସିଂ ମୁଲତାନୀଙ୍କୁ ଗିରଫ କରିଛି। ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ଜଶବିନ୍ଦର ସିଂ ମୁଲତାନୀ ଶିଖ୍ ଫର ଜଷ୍ଟିସ୍ ସହ ଜଡିତ। ଏହା ସହିତ ସେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲା ।
ଜଶବିନ୍ଦର ସିଂ ମୁଲତାନୀ ଏସଏଫଜେ ( ଶିଖ୍ ଫର୍ ଜଷ୍ଟିସ୍ ) ସଂଗଠନର ସଂସ୍ଥାପକ ଗୁରପତବଂନ୍ତ ସିଂ ପନ୍ନୁର ନିକଟତର ସହଯୋଗୀ ବୋଲି କୁହାଯାଉଛି । ଜଶବିନ୍ଦର ସିଂ ଉପରେ ଆତଙ୍କବାଦୀ ସଂଗଠନ ଅଲଗାବାଦି ଗତିବିଧିରେ ସାମିଲ ଥିବା ପୂର୍ବରୁ ଅଭିଯୋଗ ହୋଇସାରିଛି । କେବଳ ଏତିକି ନୁହେଁ, ସିଂଘୁ ବର୍ଡରରେ କୃଷକ ନେତା ବଲବିନ୍ଦର ସିଂଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ବି ଜଶବିନ୍ଦର ସିଂ ମୁଲତାନୀ କରିଥିବା ଜଣାପଡିଛି ।
ତେବେ ଏଠାରେ ଆମେ କହିରଖୁଛୁ କି, ଡିସେମ୍ବର ୨୩ରେ ଲୁଧିଆନା କୋର୍ଟ ପରିସରର ଦ୍ୱିତୀୟ ମହଲାରେ ଆଇଡି ବିସ୍ପୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଆଇଡି ବ୍ୟବହାର ହୋଇଥିବାରୁ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି । ଏହାଛଡା ଜଶବିନ୍ଦର ସିଂ ମୁଲତାନୀ ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ଅସ୍ତ୍ର ଯୋଗାଇବାରେ ନିୟୋଜିତ ଥିଲା I ଜଶବିନ୍ଦର ସିଂ ମୁଲତାନୀ ପୂର୍ବରୁ ମଧ୍ୟ ପାକିସ୍ତାନରୁ ଚୋରା ଅସ୍ତ୍ରଶସ୍ତ୍ର କାରବାର ରେ ଲିପ୍ତ ଥିଲା । ତେବେ ଏହାପରେ ମୁମ୍ବାଇ ଏବଂ ଦିଲ୍ଲୀରେ ଠାରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିବାର ଜଣ ପଡିଛି । ଅଭିଯୁକ୍ତ ଜଶବିନ୍ଦର ସିଂ ମୁଲତାନୀ ଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୋଦୀ ସରକାର ସର୍ବୋଚ୍ଚ ସ୍ତରରେ ଜର୍ମାନ ସରକାରଙ୍କୁ ଅନୁରୋଧ କରିଥିଲେ।

Leave A Reply

Your email address will not be published.