ଅଣ୍ଡା ଖାଇବା ଦ୍ୱାରା ଡାଇବେଟିସ ସମସ୍ୟା ଆସିଥାଏ କି

26

ଛୋଟ ବଡ଼ ସମସ୍ତେ ଅଣ୍ଡା ଖାଇବାକୁ ଭଲ ପାଆନ୍ତି I ଏହା ଏପରି ଏକ ଜିନିଷ ଯାହାକୁ ଅଧିକାଂଶ ଲୋକ ଜଳଖିଆରେ ଖାଇବାକୁ ପସନ୍ଦ କରନ୍ତି, I ଡାକ୍ତର ମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି ସକାଳେ ଜଳଖିଆ ରେ ଅଣ୍ଡା ଖାଇବାକୁ I କିନ୍ତୁ ବର୍ତ୍ତମାନ ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଜଣ ପଡିଛି ଯେ ଅଧିକ ଅଣ୍ଡା ଖାଇବା ଦ୍ୱାରା ମଧୁମେହ ହେବାର ଆଶଙ୍କା ବଢିଥାଏ I ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ଅନୁଯାୟୀ, ଯେଉଁମାନେ ଦୈନିକ ଗୋଟିଏ କିମ୍ବା ଅଧିକ ଅଣ୍ଡା ଖାଉଛନ୍ତି, ଅର୍ଥାତ୍ ପ୍ରାୟ ୫୦ ଗ୍ରାମ ସହିତ ସମାନ, ସେମାନେ ଠାରେ ମଧୁମେହ ହେବାର ୬୦ ପ୍ରତିଶତ ଆଶଙ୍କା ବଢିଥାଏ ଇ ତେବେ ଏହା ପୁରୁଷ ମାନଙ୍କ ଅପେକ୍ଷା ମହିଳାମାନଙ୍କ ଠାରେଅଧିକ ଦେଖା ଯାଇ ଥାଏ I
ସେହିଭଳି ୧୯୯୧ ରୁ ୨୦୦୯ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ, ଚାଇନା ବିଶ୍ୱବିଦ୍ୟାଳୟଏବଂ କାତାର ବିଶ୍ୱବିଦ୍ୟାଳୟ ର ମିଳିତ ଅଧ୍ୟୟନ କରି ଜାଣିଥିଲେ କି ସବୁଜ ପନିପରିବା କିମ୍ବା ଶାକାହାରୀ ଭୋଜନ ଛଡା ,ମାଂସାହାରୀ ଭୋଜନ ବା ଜଳଖିଆରେ ଅଣ୍ଡା ସାମିଲ କଲେ ଟାଇପ -୨ ଡାଇବେଟିସ ଙ୍କ ପାଇଁ ଅଧିକ ଭଲ ହୋଇ ନ ଥାଏ I ଏହି ପ୍ରଥମେ ଚାଇନାର ଲୋକଙ୍କ ଉପରେ ଅଣ୍ଡା ଖାଇବାର ପ୍ରଭାବ ବିଷୟରେ ପ୍ରଥମ ଅଧ୍ୟୟନ କରାଯାଇଥିଲା I ଏଥିରେ ବହୁ ସଂଖ୍ୟକ ବୟସ୍କ ବ୍ୟକ୍ତି ଜଡିତ ଥିଲେ I ସେହିଭଳି ଏପିଡେମୋଲୋଜିଷ୍ଟ ତଥା ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ମିଙ୍ଗ ଲି କହିଛନ୍ତି ଯେ ଯଦି ଆପଣଙ୍କର ଟାଇପ୍-୨ ମଧୁମେହରେ ଅଛି, ତେବେ ସକାଳ ଜଳଖିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ତେଣୁ କେଉଁ ଖାଦ୍ୟ ର କାରଣ ଯୋଗୁଁ ଏହି ରୋଗ ହେଉଛି ତାହା ପ୍ରଥମେ ଜାଣିବା ଜରୁରୀ ଅଟେ। ତେବେ ଆପଣ ଜଳ ଖିଆରେ ନିୟମିତ ଅଣ୍ଡା ନ ଖାଇ ସମୟ ସମୟରେ ଅଣ୍ଡା କେଶର ବାହାର କରି ଖାଲି ଧଳା ଅଂଶ ଖାଇ ପାରିବେ I
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ଡାଇବେଟିସ ମାନେ ଅନୁଯାୟୀ, ସକାଳ ଜଳ ଖିଆରେ ଅଧିକ ପରିମାଣର ଶାକାହାରୀ ଖାଦ୍ୟ ଯଥା ,ସବୁ ପାରିବ ମିଶାଇ ଦଳିଆ,ଉପମା ,ଓଟ୍ସ ,କିମ୍ବା ରୁଟି ସନ୍ତୁଳା ଖାଇଲେ ସ୍ୱାସ୍ଥ୍ୟ ପାଖେ ଅତ୍ୟନ୍ତ ଉପକାରୀ ହୋଇଥାଏ I ସେହିଭଳି କୌଣସି ପ୍ୟାକେଟ ଖାଦ୍ୟ ଯଥା ,ସ୍ନାକ୍ସ ଏବଂ ବଟର ମିଲକ ଯୁକ୍ତ କେକ କିମ୍ବା ପାଉଁରୁଟି ଇତ୍ୟାଦି ରୁ ଯଥେଷ୍ଟ ଦୁରେଇ ରହିବା ଭଲ I ସେହିଭଳି ଆପଣ ମେଥି ଶାଗ ରୁଟି ,ପାଳଙ୍ଗ ରୁଟି ଇତ୍ୟାଦି ଖାଇଲେ ମଧୁମେହର ଆଶଙ୍କା କମି ଯାଇଥାଏ I ଚାଇନାରେ ହୋଇଥିବା ଏକ ସର୍ଭେ ଅନୁଯାୟୀ ଗତ ଦଶନ୍ଧିରେ ଅଣ୍ଡା ଖାଉଥିବା ଲୋକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି ଓ ସେହି ଅନୁସରେ ଡାଇବେଟିସ ଲକ୍ଷଣ ମଧ୍ୟ ବୃଦ୍ଧି ପାଇଛି Iଏହି ଅଧ୍ୟୟନ ବ୍ରିଟିଶ୍ ଜର୍ଣ୍ଣାଲ୍ ଅଫ୍ ନ୍ୟୁଟ୍ରିସନ୍ ରେ ପ୍ରକାଶିତ ହୋଇଛି I

ତେବେ ବୈ ଜ୍ଞାନିକମାନେ କହିଛନ୍ତି ଯେ ଅଣ୍ଡା ଖାଇବା ଏବଂ ମଧୁମେହ କୁ ନେଇ ବହୁତ ଦିନ ରୁ ବିତର୍କ ଚାଲି ଆସୁଛି I ଏହି ଅଧ୍ୟୟନରେ, ଦୀର୍ଘ ସମୟ ଧରି ଅଣ୍ଡା ଖାଇବା ଦ୍ୱାରା ମଧୁମେହ ହେବାର ଆଶଙ୍କା ବଢିଥାଏ କି ନାହିଁ ଜାଣିବାକୁ ଏକ ପ୍ରୟାସ କରାଯାଇଛି I

ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କହିଛନ୍ତି ଯେଉଁମାନେ ଦିନକୁ ଅଧିକ ଅଣ୍ଡା ଖାଉଛନ୍ତି, ହାରାହାରି ୩୮ ଗ୍ରାମରୁ ଅଧିକ, ସେମାନଙ୍କର ମଧୁମେହ ହେବାର ଆଶଙ୍କା ୨୫ % ବୃଦ୍ଧି ପାଇଛି। ଏଥି ସହିତ, ଯେଉଁମାନେ ୫୦ ଗ୍ରାମରୁ ଅଧିକ ଅଣ୍ଡା ଖାଉଛନ୍ତି କିମ୍ବା ଦିନକୁ ଗୋଟିଏ କିମ୍ବା ଅଧିକ ଅଣ୍ଡା ଖାଉଛନ୍ତି, ସେମାନଙ୍କର ମଧୁମେହ ହେବାର ଆଶଙ୍କା ୬୦ ପ୍ରତିଶତ ବୃଦ୍ଧି ପାଇଛି I ଏହି ରିପୋର୍ଟ ଅନୁଯାୟୀ, ଅଣ୍ଡାର ଅଧିକ ବ୍ୟବହାର ହେଲେ ମଧୁମେହ ହେବାର ଆଶଙ୍କା ବଢିଥାଏ I ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଏହା ମଧ୍ୟ କହିଛନ୍ତି ଯେ ଏହା ଉପରେ ଅଧିକ ଅନୁସନ୍ଧାନ ଆବଶ୍ୟକ I ଏହା ସହିତ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ସ୍ପଷ୍ଟ କରିଛନ୍ତି ଡାଇବେଟିସ ମାନେ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ କରିବା ଆବଶ୍ୟକ I ପ୍ରତିଦିନ କିଛି ସମୟ ବ୍ୟାୟାମ ,ଯୋଗ ପ୍ରାଣାୟାମ ସହିତ ସକାରାତ୍ମକ ଚିନ୍ତାଧାରା ,ଓ ପ୍ରାତଃ ଭ୍ରମଣ କୁ ଗୁରୁତ୍ତ୍ଵ ଦେଇଛନ୍ତି I

Leave A Reply

Your email address will not be published.