ପୁଲୱାମାରେ ସୁରକ୍ଷା କର୍ମୀଙ୍କ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼

26

କଶ୍ମୀରର ପୁଲୱାମା ଜିଲ୍ଲାରେ ପୁଲିସ ପୋଷ୍ଟକୁ ଟାର୍ଗେଟ କରି ଗ୍ରେନେଡ୍ ମାଡ଼ କରିଛନ୍ତି ଆତଙ୍କବାଦୀ। ଏଥିରେ ୨ ଜଣ ପୁଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି। ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଉକ୍ତ ଅଞ୍ଚଳକୁ କର୍ଡ଼ନ କରାଯାଇଛି।
ଏହି ଆତଙ୍କବାଦୀ ଜଣକ ଅସିଦ୍ଧ ଘୋଷିତ ହୋଇଥିବା ଇସଲାମି ଷ୍ଟେଟ ଅଫ ଜମ୍ମୁ-କଶ୍ମୀର(ଆଇଏସଜେକେ) ସଂଗଠନର ସଦସ୍ୟ। ଆଇଏସ୍ଆଇଏସ୍ ଭାରତରେ ତା’ର କାୟା ବିସ୍ତାର କରିବା ପାଇଁ ଏପରି ଏକ ସଂଗଠନ କଶ୍ମୀର ନାଁରେ ତିଆରି କରିଛି। ହେଲେ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନ ଯୋଗୁ ସଂଗଠନ, ତା’ ଉଦ୍ଦେଶ୍ୟରେ ସଫଳ ହୋଇପାରୁନି। କଶ୍ମୀର ଜୋନ ପୁଲିସ୍ କହିଛି, ଏହି ନିହତ ଆତଙ୍କବାଦୀ ଜଣକ ବିଜବେହାରା ପୁଲିସ୍ ଷ୍ଟେସନର ଏଏସ୍ଆଇ ମହମ୍ମଦ ଅଶ୍ରଫଙ୍କ ହତ୍ୟାକାଣ୍ଡରେ ସାମିଲ ଥିଲା।
ପ୍ରାଣ ହରାଇଥିବା ଆତଙ୍କୀ ଜଣକ ହେଉଛି ଫମୀହ ଭଟ୍ଟ। ତା’ ଘର କାଡିପୋରା ଅଞ୍ଚଳରେ। ସେ କିଛି ଦିନ ତଳେ ଆଇଏସଜେକେରେ ସାମିଲ ହୋଇଥିଲା। ଏହାପୂର୍ବରୁ ଶୋପିଆନ ଓ ପୁଲୱାମାରେ ୪ ଜଣ ଆତଙ୍କୀ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୨ ଜଣ ଅନସର ଗଜୱାଟ ଉଡ ହିନ୍ଦର ସଦସ୍ୟ ହୋଇଥିବା ବେଳେ ଆଉ ୨ ଜଣ ଲସ୍କର ପାଇଁ କାମ କରୁଥିଲେ।
ସୂଚନା ଅନୁଯାୟୀ, ଦୁଇ ବର୍ଷ ପୂର୍ବରୁ ୧୪ ଫେବୃୟାରୀ ୨୦୧୯ରେ ପୁଲୱାମା ରେ ଆତଙ୍କବାଦୀ ଆକ୍ରମଣ ରେ ୪୬ ଜଣ ସୁରକ୍ଷାକର୍ମୀ ନିହତ ହୋଇଥିଲେ।

Leave A Reply

Your email address will not be published.