ପିଲାଙ୍କ ଟିକାକରଣ : ଜରୁରୀ କାଳୀନ ବ୍ୟବହାର ପାଇଁ କୋଭାକସିନ କୁ ମିଳିଲା ମଞ୍ଜୁରୀ, ୧୨ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ ଟିକା

17

ନୂଆ ବର୍ଷରୁ ଛୁଆଙ୍କୁ ମିଳିପାରିବ ଟୀକା I ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଶନିବାର ପିଲାଙ୍କ ଟିକାକରଣକୁ ମଞ୍ଜୁର କରିଛନ୍ତି ଇ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନ ଅତ୍ୟନ୍ତ ଜରୁରୀ କାଳୀନ ପରିସ୍ଥିତିରେ ୧୨ରୁ ୧୮ ବର୍ଷର ପିଲାମାନଙ୍କୁ ଦିଆଯାଇପାରିବ ବୋଲି ଡିସିଜିଆଇ ସ୍ପଷ୍ଟ କରିଛନ୍ତି I
। ତେବେ ଦେଶରେ କରୋନାର ଓମିକ୍ରନ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଡିସିଜିଆଇ ଏପରି ସମୟରେ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ପିଲାଙ୍କ ଟିକାକରଣ କେବେ ହେବ ସେ ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ। ପୂର୍ବରୁ ମଧ୍ୟ ଭାରତ ସରକାର ଜାୟଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଟିକାକୁ ଛୋଟ ପିଲାମାନଙ୍କ ଉପରେ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ । ୧୨ ଓ ତା’ ଠାରୁ ଅଧିକ ବୟସଙ୍କୁ ଜାୟଡସ କାଡିଲାର ଡିଏନଏ ଭିତ୍ତିକ ଟିକା ଦେବାକୁ ମଞ୍ଜୁରୀ ମିଳିଥିଲା ବେଳେ ବର୍ତ୍ତମାନ ଭାରତ ବାୟୋଟେକ ପିଲାଙ୍କ ଟୀକାପ୍ରସ୍ତୁତ ପାଇଁ ଆଗେଇଆସିଛି ।
ତେବେ ବିଶ୍ୱର ବିଭିନ୍ନ ଦେଶରେ ଏବେ ପିଲାଙ୍କ ଟିକାରଣ ହେଉଛି। ଆମେରିକା ଓ ବ୍ରିଟେନ ସମେତ କେତେକ ଦେଶ ସମୟ ପୂର୍ବରୁ ପିଲାଙ୍କ ଟିକାକରଣ କରିଦେଇଥିଲେ। ତେବେ ଭାରତରେ ଏପର୍ଯ୍ୟନ୍ତ ବୟସ୍କଙ୍କ ୨ ଡୋଜ ଟିକା ଉପରେ ଏପର୍ଯ୍ୟନ୍ତ ପ୍ରାଥମିକତା ଦିଆଯାଉଛି। ସେହି ଅନୁସାରେ ଭାରତ ରେ ମଧ୍ୟ ପିଲାମାନଙ୍କ ଟୀକାକରଣ ପାଇଁ ଡିସିଜିଆଇ ଅନୁମତି ପ୍ରଦାନ କରିଛନ୍ତି।

Leave A Reply

Your email address will not be published.