ଆଜି ର ରାଶିଫଳ

16

ରାଶିଫଳ ଡିସେମ୍ବର ୨୬ , ୨୦୨୧ : ଏହି ରାଶିର ଲୋକମାନେ ପ୍ରେମରେ ସଫଳତା ପାଇବେ, କେଉଁ ରାଶି ପାଇଁ ଏହି ରବିବାର କିପରି ହେବ?ମୀନ ରାଶି ର ଲୋକମାନେ ଏକ ସୁଖୀ ଏବଂ ପୂର୍ଣ୍ଣ ଦାମ୍ପତ୍ୟ ଜୀବନକୁ ଉପଭୋଗ କରିବାକୁ ସମର୍ଥ ହେବେ I ମିଥୁନ ରାଶିର ଲୋକଙ୍କ ପାଇଁ ନିଜ ପ୍ରିୟଙ୍କ ଆଗରେ ଖୋଲାଖୋଲି ଭାବରେ ନିଜର ପ୍ରେମ ପ୍ରକାଶ କରିବା ପାଇଁ ଏହା ଏକ ଉପଯୁକ୍ତ ଦିନ ଇ ତେବେ ଆସନ୍ତୁ ଜାଣିବା ଆପଣଙ୍କର ରାଶି ରେ କଣ ଅଛି I

ମେଷ: ମେଷ ରାଶି ଲୋକମାନେ ରବିବାର ଦିନ ଏକ ସୁଖୀ ଏବଂ ପୂର୍ଣ୍ଣ ଦାମ୍ପତ୍ୟ ଜୀବନକୁ ଉପଭୋଗ କରିବାକୁ ସମର୍ଥ ହେବେ I ଆପଣ କାହା ସହିତ ଆଧ୍ୟାତ୍ମିକ ସଂଯୋଗ ରେ ଆସିପାରନ୍ତି I ଲୋକମାନେ ଆପଣଙ୍କ ପ୍ରତି ଆକର୍ଷିତ ହେବେ I ଆପଣଙ୍କ ଆଖପାଖର ଲୋକଙ୍କ ଉପରେ ଏକଦୃଢ ପ୍ରଭାବ ପକାଇବାକୁ ସମର୍ଥ ହେବେ I

ବୃଷ : ଆପଣଙ୍କର ମଧୁର ବ୍ୟବହାରରେ ସମସ୍ତଙ୍କ ହୃଦୟ ଜିତିବାକୁ ସମର୍ଥ ହେବ I ବୈବାହିକ ଜୀବନ ଆନନ୍ଦ ରେ କଟିବ I ପରିବାରର ସମ୍ପୂର୍ଣ୍ଣ ସମର୍ଥନ ପାଇବେ I ଆପଣଙ୍କର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ରବିବାର ବହୁତ ଭଲ ଦିନ I

ମିଥୁନ: ବୈବାହିକ କାର୍ଯ୍ୟରେ ସୁଖ ଏବଂ ଆନନ୍ଦ ରହିବ I ପାରିବାରିକ ଜୀବନ ସୁଖଦାୟକ ହେବ Iନିଜ ଲୋକ ଙ୍କ ନିକଟରେ ଖୋଲା ଖୋଲି ମନ କଥା ପ୍ରକାଶ କରିବେ I

କର୍କଟ: ପରିବାର ସଦସ୍ୟଙ୍କ ସହିତ ମଧୁର ସମୟ ବିତାଇବା ପାଇଁ ଏହା ଏକ ଭଲ ସମୟ I ଆପଣଙ୍କର ଆଭିମୁଖ୍ୟରେ ଅଧିକ ସମ୍ବେଦନଶୀଳ ହେବ I ମନବଳ କମିବ I ନିଜ ସାଜସଜ୍ଜା ପ୍ରତି ମନ ବଳାଇବେ I

ସିଂହ : ଆପଣଙ୍କର ସ୍ନେହପୂର୍ଣ୍ଣ ମୁହୂର୍ତ୍ତରେ ଏକ ଖୁସିର ଆଲୋକ ଆସିବ I ପୁରୁଣା କଥା କୁ ଭୁଲି ସହଜ ହେବେ I ନୂତନ ବନ୍ଧୁ ସୃଷ୍ଟି କରିବେ ଏବଂ ଗୋଷ୍ଠୀ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବେ I ପରିବାରର ଜଣେ ସମ୍ପର୍କୀୟ ଆପଣଙ୍କ ପାଇଁ ସହାୟକ ହେବେ I

କନ୍ୟା : ରବିବାର ଦିନ ବିରୋଧ ଏବଂ ବିତର୍କ ପରିସ୍ଥିତିରୁ ଦୂରେଇ ରହିବା ଉଚିତ୍ I ପ୍ରିୟଜନଙ୍କ ସହିତ ବିବାଦରୁ ଦୂରେଇ ରୁହନ୍ତୁ I ବିବାଦକୁ ବଢ଼ାନ୍ତୁ ନାହିଁ I କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ I ବ୍ୟବସାୟୀମାନେ ବର୍ତ୍ତମାନ ବ୍ୟବସାୟ ବିସ୍ତାର କରିବା ପାଇଁ ଉତ୍ତମ ସମୟ I

ତୁଳା : ପ୍ରେମ ସମ୍ପର୍କରେ ଆଜି ଉତ୍ଥାନ-ପତନ ଘଟିବ I ଆପଣଙ୍କ ନିକଟତର ଲୋକଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ I ସାଥୀଙ୍କ ସମର୍ଥନ ଏବଂ ସ୍ନେହ ପାଇବେ କିନ୍ତୁ କୌଣସି କାରଣ କୁ ନେଇ ବିରକ୍ତି ଅନୁଭବ କରି ପାରନ୍ତି I

ବିଛା: ପରିବାର ସଦସ୍ୟଙ୍କ ସହ ମତଭେଦ ହେବାର ସମ୍ଭାବନା ଅଛି I ଅହଂକାରର ଦ୍ୱନ୍ଦ୍ୱ ବୈବାହିକ ସଂପର୍କରେ ତିକ୍ତତା ସୃଷ୍ଟି କରିପାରେ I ଆପଣ ବହୁତ ପୁରୁଣା ବନ୍ଧୁଙ୍କ ଠାରୁ ଦୁରେଇ ପାରନ୍ତି I ଯୁକ୍ତି ତର୍କରୁ ଦୁରେଇ ରୁହନ୍ତୁ I କୌଣସି ଗୁଜବ କୁ ବିଶ୍ୱାସ ନ କରି ସାଥୀଙ୍କ ସହିତ ଖୋଲାଖୋଲି କଥାବାର୍ତା କରି ସମସ୍ୟା ର ସମାଧାନ କରନ୍ତୁ ଇ

ଧନୁ : ଆଜି ଆପଣଙ୍କ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହ ଭୁଲ ବୁଝାମଣା ସମ୍ମୁଖୀନ ହୋଇପାରନ୍ତି ୱିକୌଣସି ଶୁଣାକଥାରେ ମନ କଷ୍ଟ ହୋଇପାରେ I ତେଣୁ ଏଥିରୁ ମୁକ୍ତି ପାଇଁ ଉତ୍ତମ ମନୋଭାବ ଗ୍ରହଣ କରି ସମୟ ସହିତ ତାଳ ଦେଇ ଚାଲନ୍ତୁ I

ମକର : ଯଦି ଆପଣ କାହା ସାମ୍ନାରେ ପ୍ରେମ ପ୍ରସ୍ତାବ ଦେବାକୁ ଯୋଜନା କରୁଛନ୍ତି, ତେବେ ଏହା ହେଉଛି ସର୍ବୋତ୍ତମ ସମୟ I ବିବାହିତ ଦମ୍ପତିମାନେ ରବିବାର ଦିନ ଖୁସି ରହିବେ I ନିଜକୁ ଡି-ଷ୍ଟ୍ରେସ୍ କରିବା ପାଇଁ ସାଙ୍ଗମାନଙ୍କ ସହିତ ମନୋରଞ୍ଜନ କରିପାରନ୍ତି I

କୁମ୍ଭ: ପାରିବାରିକ ଜୀବନ ସନ୍ତୋଷଜନକ ହେବ ଏବଂ ଜୀବନ ସାଥୀ ଙ୍କ ଠାରୁ ସାହାଯ୍ୟ ପାଇବେ I ଦାମ୍ପତ୍ୟ ଜୀବନ ରେ ସୁଧାର ଆସିବ Iସାଙ୍ଗମାନଙ୍କ ସହିତ ଭାବ ର ଆଦାନ ପ୍ରଦାନ ହେବ ସହିତ ଇଛାଶକ୍ତି ବଢିବ I

ମୀନ : ପ୍ରେମ ସମ୍ପର୍କ ଅନୁକୂଳ ହେବ I କୌଣସି ପ୍ରକାରର ମତଭେଦ କୁ ସହଜରେ ସମାଧାନ କରିବେ I ପରିବାର ସଦସ୍ୟଙ୍କଠାରୁ ସହାୟତା ପାଇବେ I ପରିବାରରେ କୌଣସି ଶୁଭ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ I ଆଜି ଆପଣ କିଛି ରବିବାର ଦିନ କିଛି ଖବର ପାଇବେ I

Leave A Reply

Your email address will not be published.