ଟ୍ରାଭେଲ ହିଷ୍ଟ୍ରୀ ନ ଥାଇ ମଧ୍ୟ ଓମିକ୍ରନ ଆକ୍ରାନ୍ତ ହେଲେ ଡାକ୍ତର

0 104

କରୋନାର ନୂତନ ପ୍ରଜାତି ଓମିକ୍ରନକୁ ନେଇ ବିଶ୍ଵବ୍ୟାପୀ ଚିନ୍ତା ବଢ଼ୁଛି I ସେହିଭଳି ଭାରତରେ ମଧ୍ୟ ଚାହୁଁ ଚାହୁଁ ୧୭ ଟି ରାଜ୍ୟରେ ବ୍ୟIପିଗଲାଣି ସଂକ୍ରମିତ ଙ୍କ ସଂଖ୍ୟା I ଏତିକିବେଳେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି କୋଲକାତା ମେଡିକାଲ କଲେଜ ରେ I ଉକ୍ତ କଲେଜ ର ଜଣେ ଜୁନିୟର ଡାକ୍ତର ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି। ଏହାସହ ପଶ୍ଚିମବଙ୍ଗରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚଛି । କର୍ତ୍ତୃପକ୍ଷଙ୍କ କହିବା ନୁସାରେ, ୨୧ ବର୍ଷୀୟ କନିଷ୍ଠ ଡାକ୍ତର ପ୍ରଥମେ ଜ୍ୱର ଅଭିଯୋଗ କରିଥିଲେ ଯାହା ପରେ ତାଙ୍କ ନମୁନା କୋଭିଡ-୧୯ ପରୀକ୍ଷା ଏବଂ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ଶୁକ୍ରବାର ରାତିରେ ତାଙ୍କର ରିପୋର୍ଟ ପଜିଟିଭ ଥିବା ଜଣାପଡିଛି । ତାଙ୍କୁ କୋଲକାତାର ବେଲେଗାଟା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କନିଷ୍ଠ ଡାକ୍ତର ନାଦିଆ ଜିଲ୍ଲାର କୃଷ୍ଣନଗରରୁ ଆସିଛନ୍ତି ଏବଂ ତାଙ୍କର କୌଣସି ଆନ୍ତର୍ଜାତୀୟ ଭ୍ରମଣ ଇତିହାସ ନଥିବା ସ୍ପଷ୍ଟ ହୋଇଛି ।
ସେ କୌଣସି ଓମିକ୍ରନ ସଂକ୍ରମିତଙ୍କ ସଂସ୍ପର୍ଶରେ ମଧ୍ୟ ଆସି ନଥିଲେ। ତଥାପି ତାଙ୍କ ଶରୀରରୁ ଓମିକ୍ରନ ଭୂତାଣୁ ଠାବ ହେବା ସମସ୍ତଙ୍କୁ ବିଚଳିତ କରିଛି। ଡାକ୍ତରଙ୍କ ଶରୀରରୁ ଓମିକ୍ରନ ଭୂତାଣୁ ଠାବ ହୋଇଥିବା ଆଜି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାକୁ ମିଶାଇ ପଶ୍ଚିମବଙ୍ଗରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ପଶ୍ଚିମବଙ୍ଗରେ ପ୍ରଥମେ ଜଣେ ୭ ବର୍ଷର ବାଳକକୁ ଓମିକ୍ରନ ଥିବା ଜଣାପଡିଥିଲା, ଯିଏ କି ଡିସେମ୍ବର ୧୫ ତାରିଖରେ ଆବୁଧାବିରୁ ଆସିଥିଲେ । ଦ୍ୱିତୀୟ ସଂକ୍ରମିତ ନାଇଜେରିଆ ଫେରନ୍ତା ହୋଇଥିବାବେଳେ ତୃତୀୟ ସଂକ୍ରମିତ ବ୍ରିଟେନରୁ ଆସିଥିବା ଜଣାପଡିଛି

Leave A Reply

Your email address will not be published.