ରାଜ୍ୟ କ୍ୟାବିନେଟ ରେ ୧୩ ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଲା ମୋହର : ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଶିକ୍ଷା ସହାୟକ ହେବେ ରେଗୁଲାର

18

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସଂଧ୍ୟରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ବୈଠକ ର ନିଷ୍ପତି ଅନୁସାରେ ମୋଟ ୧୩ଟି ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟ୍ ମୋହର । ଲୋ ଭୋଲଟେଜ ସମସ୍ୟ ଦୂର ପାଇଁ ଟ୍ରାନ୍ସମିସନ ପ୍ରକଳ୍ପ ପାଇଁ ଅନୁମୋଦନ ମିଳିଛି । ଟ୍ରାନ୍ସମିସନ ପ୍ରକଳ୍ପ ପାଇଁ ୨୬୦ କୋଟି ଟଙ୍କା ଖର୍ଚ୍ଚ ହେବ । ବିଭିନ୍ନ ସ୍ଥାନରେ ୯୯ଟି ୧୧ କେଭି ଓ ୬୪ଟି ୩୩ କେଭି ଲାଇନର ସବଷ୍ଟେସନ ପ୍ରତିଷ୍ଠା କରାଯିବ । ଓପିଟିସିଆଲ ମାଧ୍ୟମରେ ଏହି କାମ ହେବ । ୨୬୦ କୋଟ ଟଙ୍କା ବ୍ୟୟରେ ୪ଟି ଜାଗାରେ ଗ୍ରୀଡ ସବଷ୍ଟେସନ ପ୍ରତିଷ୍ଠା ହେବ । ଆଠମଲ୍ଲିକ, ମ.ରାମପୁର, ଚିତ୍ତାଳୋ, ଆଗଲପୁରରେ ଗ୍ରୀଡ ସବଷ୍ଟେସନ ହେବ ।
ଏହା ସହ ଗଣଶିକ୍ଷା ବିଭାଗ ଅଧୀନରେ ଶିକ୍ଷା ସହାୟକଙ୍କୁ ରେଗୁଲାର କରାଯିବ । ୬ ବର୍ଷ ପରେ ଶିକ୍ଷା ସହାୟକଙ୍କୁ ରେଗୁଲାର କରାଯିବ । ୩୩୨୮ ଜଣ ମଲଟି ଲିଙ୍ଗୁଆଲ ଶିକ୍ଷା ସହାୟକ ନିୟମିତ ହେବେ । ଚାକିରିର ୬ ବର୍ଷ ପରେ ସେମାନଙ୍କୁ ସହକାରୀ ଶିକ୍ଷକ ଭାବେ ମାନ୍ୟତା ମିଳିବ । ଶିକ୍ଷା ସହାୟକଙ୍କୁ ଆସିଷ୍ଟାଣ୍ଟ ଟିଚର ଭାବେ ନିଯୁକ୍ତ ଦିଆଯିବ ବୋଲି ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗଣମାଧ୍ୟମକୁ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.