ରାଜ୍ୟରେ ହାଡ଼ ଭଙ୍ଗା ଜାଡ: ୧୦ ଡିଗ୍ରୀ ତଳେ ୧୨ ସହର, ମୟୁରଭଞ୍ଜରେ ତୁଷାରପାତ

15

ରାଜ୍ୟରେ ଶୀତର ଲହରି ଜାରି ରହିଛି । ପାରଦ କମିବା ଯୋଗୁଁ ହାଡ଼ଭଙ୍ଗା ଶୀତ ଅନୁଭବ ହେଉଛି । ରାଜ୍ୟରେ ୧୧ ସହରର ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୬.୫ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର ପାଲଟିଛି । ଦାରିଙ୍ଗବାଡ଼ି ଓ ସୁନ୍ଦରଗଡ଼ରେ ତାପମାତ୍ରା ୭.୫ ଡିଗ୍ରୀ ରେକର୍ଡ କରାଯାଇଛି । ଏହା ସହିତ ସୁବର୍ଣ୍ଣପୁରରେ ୮.୨, ଟିଟିଲାଗଡ଼ରେ ୮.୩, କେନ୍ଦୁଝରରେ ୮.୬ ଡିଗ୍ରୀ, ଝାରସୁଗୁଡ଼ାରେ ୮.୮, ଭବାନୀପାଟଣା ଓ ବୌଦ୍ଧରେ ୯ ଡିଗ୍ରୀ, ହୀରାକୁଦରେ ୯.୫, କୋରାପୁଟରେ ୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହା ବ୍ୟତୀତ ଭୁବନେଶ୍ୱରରେ ୧୨.୪ ଓ କଟକରେ ୧୧.୬ ଓ ମୟୁରଭଞ୍ଜରେ ୭.୦ ଡିଗ୍ରୀ ରାତ୍ରି ତାପମାତ୍ରା ରହିଛି । ସେହିଭଳି ପ୍ରବଳ ହାଡ଼ ଭଙ୍ଗା ଜାଡ କବଳରେ ରହିଛି ମୟୁରଭଞ୍ଜ ଜିଲ୍ଲା I ଦିନକୁ ଦିନ ବଢିବାରେ ଲାଗିଛି ଶୀତର ପ୍ରକୋପ । ଶୀତ ସାଙ୍ଗକୁ ରାତି ୮ ଟାରୁ ସକାଳ ୧୦ ତା ଯାଏଁ କୁହୁଡିର ପ୍ରକୋପ ଲାଗି ରହିଛି । ଏତେ କୁହୁଡି ଯେ, ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଏହସାଙ୍ଗକୁ ଶିମିଳିପାଳର ଉପର ବାରହାକାମୁଡା, ନଅଣା, ଦେବସ୍ଥାଳୀ, ଯେନାବିଲ, ତରାଣୀବିଲା ଅଂଚଳରେ ତୁଷାରପାତ ହୋଇଥିଲା I ଭୟଙ୍କର ଶୀତ ଯୋଗୁଁ ରାତିରେ ନିଆଁ ପୋଇଁବା ସାଙ୍ଗକୁ ସକାଳ ୧୦ ଯାଏଁ ଘରୁ ବାହାରି ହେଉନି I

Leave A Reply

Your email address will not be published.