ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ନଳିନୀ ହରିହରନ ଜେଲ ରୁ ମୁକୁଳିବେ : ୧ ମାସ ପାଇଁ ଯିବେ ପାରୋଲ ରେ

15

ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସାତଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ନାଲିନୀ ହରିହରନଙ୍କୁ ତାମିଲନାଡୁ ସରକାର ପାରୋଲ ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ଓକିଲ ହାସନ ମହମ୍ମଦ ଗୁରୁବାର ଦିନ ନଳିନୀଙ୍କ ମା ଏସ୍ ପଦ୍ମIଙ୍କ ହାବିଆସ୍ କର୍ପସ ଆବେଦନ ଶୁଣାଣି ସମୟରେ ଜଷ୍ଟିସ୍ ପିଏନ୍ ପ୍ରକାଶ ଏବଂ ଜଷ୍ଟିସ୍ ଆର ହେମଲତାଙ୍କ ମାଡ୍ରାସ ହାଇକୋର୍ଟର ବେଞ୍ଚକୁ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ନଳିନୀ ହରିହରନ ଙ୍କ ସହିତ ଅନ୍ୟ ୭ ଜଣ ଭାରତ ର ପୂର୍ବତ୍ତନ ପ୍ରଧାନ ମନ୍ତ୍ରୀ ରାଜୀବଗାନ୍ଧୀ ଙ୍କ ହତ୍ୟା ଅଭିଯୋଗରେ ଦୀର୍ଘ ୩ ଦଶନ୍ଧି ଧରି ଜେଲରେ ଆଜୀବନ ସଜ୍ଜା କାଟୁଛନ୍ତି I ତେବେ ନିକଟରେ ନୀଳିନୀ ଙ୍କ ମା ‘ ଏସ .ପଦ୍ମI ଙ୍କ ଶରୀର ଅସୁସ୍ଥ ଥିବାରୁ ଏବଂ ସେ ନିଜ ଝିଅ କୁ ପାଖରେ ଦେଖିବାକୁ ଚାହୁଁ ଥିବାରୁ ମାଡ୍ରାସ ହାଇକୋର୍ଟ ପାରୋଲ ପାଇଁ ଅନୁମୋଦନ ଦେଇଥିଲେ I ଏହା ପୂର୍ବରୁ ମଧ୍ୟ ତାଙ୍କ ଯହିଁ ର ପାରୋଲ ପାଇଁ ବହୁ ବାର ଆବେଦନ କରି ଥିଲେ ମଧ୍ୟ ତାଙ୍କ ଆବେଦନ ଖାରଜ ହୋଇ ଯାଇଥିଲା I ବାର୍ତ୍ତାମାନ ଯଦି କୋର୍ଟ ଅନୁମତି ଦେବେ ତେବେ ନଳିନୀ ଙ୍କ ୧ ମାସ ପାଇଁ ପାରୋଲ ଡିସେମ୍ବର ୨୫କିମ୍ବା ୨୬ ରୁ ଆରମ୍ଭ ହେଇଯିବ I

ପ୍ରକାଶ ଥାଉ କି ଆପଣଙ୍କୁ ଜଣାଇଦେଉଛୁ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଙ୍କୁ ଚେନ୍ନାଇ ନିକଟସ୍ଥ ଶ୍ରୀପେରୁମ୍ବୁଦୁର ଠାରେ ୨୧ ମଇ ୧୯୯୧ ରେ LTTE ର ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରାଯାଇଥିଲା । ଏହି ମାମଲାରେ ସାତ ଜଣ ବ୍ୟକ୍ତି ମୁରୁଗାନ୍, ସନ୍ଥାନ୍, ପେରିଭାଲାନ୍, ଜୟକୁମାର, ରୋବର୍ଟ ପାୟାସ, ରବିଚନ୍ଦ୍ରନ୍ ଏବଂ ନାଲିନୀ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ନାଲିନୀ ହରିହରନଙ୍କ ଆଉ ଏକ ଆବେଦନ କୋର୍ଟରେ ଶୁଣାଣି ହୋଇନାହିଁ। ଭେଲୋର ସେଣ୍ଟ୍ରାଲ ଜେଲରୁ ତାଙ୍କୁ ମୁକ୍ତ କରିବାକୁ ସେ ଦାବି କରିଛନ୍ତି। ତେବେ ୧୯୯୮ ରେ, ଏକ ଟ୍ରାଏଲ କୋର୍ଟ ନାଲିନୀ ହରିହରନଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଏହା ପରେ, ୨୦୦୦ ମସିହାରେ, ନଳିନୀ ହରିହରନଙ୍କ ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଥିଲା |

Leave A Reply

Your email address will not be published.