ଅତି ସ୍ୱାସ୍ଥ୍ୟକାରୀ ‘ମୁଗଡାଲି’

19

ଆମେ ଭାରତୀୟ ମାନଂକ ମୁଖ୍ୟ ଖାଦ୍ୟ ତାଲିକାରେ ପ୍ରତିଦିନ ଦଳି ଭାତ ନିଶ୍ଚୟ ରହିଥାଏ I ସେହି ଅନୁସାରେ ଆମେ ପ୍ରତିଦିନ ବିଭିନ୍ନ ପ୍ରକାର ଡାଲି ଖାଇଥାଉ I ଡାଲି ର ସ୍ୱାଦ ମଧ୍ୟ ଅଲଗା ଅଲଗା ପ୍ରକାର ରହିଥାଏ I କିନ୍ତୁ ସାଧାରଣତଃ ଦେଖିବାକୁ ଗଲେ ଡାଲି ରାନ୍ଧି ସାରିଲା ପରେ ଏକI ଭଳି ଦେଖା ଯାଏ I ସେହି ଅନୁସାରେ ହରଡ଼ ଓ ବୁଟ ଡାଲି ଅପେକ୍ଷା ମୁଗ ଡାଲି ସ୍ୱାସ୍ଥ୍ୟ ପକ୍ଷେ ସର୍ବୋତ୍କୃଷ୍ଟ ବୋଲି ଜଣ ଯାଇଛି I
ଜାଣନ୍ତୁ ମୁଙ୍ଗ ଡାଲି ର ଉପକାରିତା: ଅନେକ ପୋଷକ ତତ୍ତ୍ୱରେ ଭରପୂର ମୁଗ ଡାଲି ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେଇଥାଏ I
ଜ୍ୱର ଏବଂ କୋଷ୍ଠକାଠିନ୍ୟ ରୋଗୀଙ୍କ ପାଇଁ ଏହାର ବ୍ୟବହାର ଅତ୍ୟନ୍ତ ଲାଭଦାୟକ ଅଟେ I ମୁଗ ଡାଲି ଆପଣଙ୍କୁ ଡେଙ୍ଗୁ ଭଳି ବିପଜ୍ଜନକ ରୋଗରୁ ରକ୍ଷା କରିଥାଏ। ତେଣୁ ଭାରତୀୟ ଖାଦ୍ୟରେ ମୁଗ ଡାଲି ବହୁତ ବ୍ୟବହୃତ ହୋଇଥାଏ I

ମୁଙ୍ଗ ଡାଲରେ ଥିବା ପୁଷ୍ଟିକର ଖାଦ୍ୟ I

ମୁଗ ଡାଲି ରେ ଭିଟାମିନ୍ ‘ଏ’, ‘ବି’, ‘ସି’ ଏବଂ ‘ଇ’ ଭରପୂର ମାତ୍ରାରେ ରହିଛି I ପୋଟାସିୟମ୍, ଆଇରନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ତମ୍ବା, ଫୋଲେଟ୍, ଫାଇବର ରହିଛି I ଏହା ସହିତ କ୍ୟାଲୋରୀ ପରିମାଣ ବହୁତ କମ୍ ଥିବାବେଳେ ଏହାକୁ ମଧୁମେହ ରୋଗୀ ମାନେ ଖାଇପାରିବେ ବୋଲି ଡାକ୍ତର ମାନେ ମଧ୍ୟ ପରାମର୍ଶ ଦେଇ ଥାନ୍ତି I ଏହା ଶରୀରକୁ ଅନେକ ରୋଗରୁ ରକ୍ଷା କରିବା ବ୍ୟତୀତ ଏହା ଓଜନ ସନ୍ତୁଳିତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ I

ଛୋଟ ପିଲା ଯେତେବେଳେ ୬ ମାସ ପରେ ପ୍ରଥମେ ଡାଲି ଖାଇବାକୁ ଆରମ୍ଭ କରେ ପ୍ରଥମେ ତାକୁ ମୁଗଡାଲି ଖାଇବା ପାଇଁ ଡାକ୍ତର ଙ୍କ ପରାମର୍ଶ ଥାଏ ଇ ତେଣୁ ଆମେ ମାନେ ଯେତେବେଳେ ବି ଖାଦ୍ୟରେ ଡାଲି ଖାଇଥାଉ ,ତେବେ ମାନେ ରଖିବା ଉଚ୍ଚିତ ସବୁବେଳେ ଡାଲି ର ଉପ ଅଂଶ ଅର୍ଥାତ ଡାଲି କୁ ପାଣି କରି ବା ପଣିଆ ଡାଲି ଖାଇବା ଭଲ ଏଥିରେ ଭରପୁର ମାତ୍ରାରେ ପ୍ରୋଟିନ ରହିଥାଏ ଇ ଯାହା ଶରୀରରେ କୋଲେଷ୍ଟ୍ରଲ ପରିମାଣ କୁ ବଢିବାକୁ ଦେଇ ନ ଥାଏ I
ଯେଉଁ ଲୋକମାନେ ସେମାନଙ୍କର ଓଜନ ବିଷୟରେ ଅତ୍ୟନ୍ତ ସଚେତନ, ସେମାନଙ୍କ ଖାଦ୍ୟରେ ମୁଗ ଡାଲି ଅନ୍ତର୍ଭୁକ୍ତ କରିବା ଉଚିତ୍ I
ମୁଗ ଡାଲି ଖାଇବାର ଆଶ୍ଚର୍ଯ୍ୟଜନକ ଲାଭ

ମୁଗ ଡାଲି ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୁଏ I
ମୁଗ ଡାଲି ଥିବା ଫାଇବର ଅନ୍ତନଳୀରୁ ମଇଳା ବାହାର କରିବାରେ ସାହାଯ୍ୟ କରିଥାଏ I
ଏହି ଉଚ୍ଚ ପ୍ରୋଟିନ୍ ମୁଗ ଡାଲି ଆପଣଙ୍କ ଭୋକକୁ ହ୍ରାସ କରିଥାଏ ଏବଂ ଓଜନକୁ ନିୟନ୍ତ୍ରଣରେ ରଖେ I
ନିୟମିତ ଖାଇବା ଦ୍ୱାରା ମଧୁମେହ ଭଳି ଗମ୍ଭୀର ରୋଗକୁ ଏଡ଼େଇ ଦିଆଯାଇପାରେ I
ଏକ ଅନୁସନ୍ଧାନ ଅନୁଯାୟୀ, ଏହା LDL କୋଲେଷ୍ଟ୍ରୋଲ୍କୁ ନିୟନ୍ତ୍ରଣ କରିବାରେ ସକ୍ଷମ, ଯେଉଁଥିପାଇଁ ହୃଦଘାତକୁ ଦୂରେଇ ରଖିବା ପାଇଁ ଏହାକୁ ଖାଇବା ଆବଶ୍ୟକ I
ମୁଗ ଡାଲି ମେଟାବୋଲିଜିମ୍ କମାଇବାରେ ଏହା ବହୁତ ସାହାଯ୍ୟକାରୀ I ଯେଉଁଥିପାଇଁ ଅମ୍ଳତା, କୋଷ୍ଠକାଠିନ୍ୟ, କଷ୍ଟ ଏବଂ ତରଳ ଝାଡା ସମସ୍ୟା ନିୟନ୍ତ୍ରଣରେ ରହିଥାଏ I

ଗଜା ମୁଗମଧ୍ୟ ଉପକାରୀ

ଡାଏଟ୍ ବିଶେଷଜ୍ଞ ଡ଼ . ରଞ୍ଜନା ସିଂଙ୍କ କହିବାନୁସାରେ, ଜଣେ ମହିଳା ହେଉ କି ପୁରୁଷ, ଯଦି ସକାଳେ ଜଳଖିଆ ଖାଇବା ପୂର୍ବରୁ ମୁଠାଏ ଗୋଟାମୁଗ ଗଜା ଖାଏ, ତେବେ ଶାରୀରିକ ଦୁର୍ବଳତାକୁ ଦୂର କରାଯାଇପାରିବ, କାରଣ ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍, ଆମିନୋ ଏସିଡ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ, ଯାହା ଶରୀରକୁ ଆବଶ୍ୟକୀୟ ଶକ୍ତି ଯୋଗାଇ ଅନେକ ଗମ୍ଭୀର ରୋଗରୁ ରକ୍ଷା କରିଥାଏ I

Leave A Reply

Your email address will not be published.