ମେଡିକାଲରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ : ବିଜେପି କହିଲା ରାଜକାର୍ଯ୍ୟ ପୁଅକୁ ଦିଆଯାଉ

19

ମହାରାଷ୍ଟ୍ରର ବିଧାନ ସଭାରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେଇଯାଇଛି I କିନ୍ତୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା କୁ ନେଇ ସସପେନ୍ସ ଜାରି ରହିଛି Iଏହି ଘଟଣାକୁ ନେଇ ବିଜେପି କହିଛି ଉଦ୍ଧବ ଠାକରେ ନିଜ ମୁଖ୍ୟମନ୍ତ୍ରୀ ପଦ ର ଦାୟିତ୍ୱ ଆଉ କାହାକୁ ଦିଅନ୍ତୁ I ନହେଲେ ସେ ସେ ମୁଖ୍ୟମନ୍ତ୍ରୀ ପଦ ଭାର ନିଜ ପୁଅ କୁ ଦିଅନ୍ତୁ I ସେପଟେ ପୁଅ ଆଦିତ୍ୟ ଠାକରେ କହିଛନ୍ତି ତାଙ୍କ ବାପା ଙ୍କ ଦେହ ସମ୍ପୂର୍ଣ୍ଣ ସୁସ୍ଥ ଅଛି I
ସୂଚନା ଅନୁସାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପାଖା ପାଖି ୪୫ ଦିନ ହେବ ତାଙ୍କ ଗଳାରେ ଅପରେଶନ ହୋଇଥିବାରୁ ସେ ମେଡିକାଲରେ ,ରହିଛନ୍ତି । ମୁଖ୍ୟମନ୍ତ୍ରୀ ଦେଢମାସ ହେବ ନିଜ ଦପ୍ତରକୁ ନ ଆସିବା ନେଇ ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ବୟାନ ଦେଇଛନ୍ତି । ସେ କହିଛନ୍ତି କି ମୁଖ୍ୟମନ୍ତ୍ରୀ ସୁସ୍ଥ ହେବା ପର୍ଯ୍ୟନ୍ତ ପଦଭାର କାହା ହାତକୁ ଦିଅନ୍ତୁ । ସେ କହିଛନ୍ତି କି ମହାରାଷ୍ଟ୍ର ବିଧାନସଭାରେ ହେବାକୁ ଯାଉଥିବା ଶୀତକାଳୀନ ଅଧିବେସନରେ ମୁଖ୍ୟମନ୍ତ୍ରୀ ଯୋଗ ନଦେବା ଠିକ୍ କଥା ନୁହେଁ । ପାଟିଲ ଆହୁରି କହିଛନ୍ତି କି ଯଦି ମୁଖ୍ୟମନ୍ତ୍ରୀଙ୍କର କଂଗ୍ରେସ କିମ୍ବା ଏନସିପି ଉପରେ ଭରଶା ନାହିଁ ତେବେ ନିଜ ପୁଅ ଆଦିତ୍ୟ ଠାକରେଙ୍କୁ ପଦଭାର ସମ୍ଭାଳିବାକୁ ଅନୁମତି ଦିଅନ୍ତୁ । ସେ କହିଛନ୍ତି କି ବିନା ମୁଖ୍ୟମନ୍ତ୍ରୀରେ ପ୍ରଶାସନ ଚାଲିବା ସମ୍ଭବ ନୁହେଁ ।
ପାଟିଲଙ୍କ ଏଭଳି ବୟାନର ଜବାବ୍ ରଖିଛନ୍ତି ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ । ସେ କହିଛନ୍ତି କି “ମୋ ବାପା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ଅଳ୍ପ କିଛିଦିନ ମଧ୍ୟରେ ସେ କାମକୁ ଫେରିବେ” ସେହିଭଳି ପାଟିଲଙ୍କ ବୟାନ ଉପରେ କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱାଲେ କହିଛନ୍ତି କି ଯଦି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ ଓ ସେ କଂଗ୍ରେସ ଓ ଏନସିପିକୁ ଭରସା କରିପାରୁ ନାହାଁନ୍ତି ତେବେ ଦେବେନ୍ଦ୍ର ଫଡର୍ନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଉ ।

Leave A Reply

Your email address will not be published.