ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଅନ୍ତର୍ଗତ ହସ୍ପିଟାଲରେ ରୋଗୀ କେମିତି ପାଇବେ ମାଗଣା ଚିକିତ୍ସା ? ସ୍ପଷ୍ଟ କଲେ ଆଇଟି ସଚିବ

17

ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ବର୍ତ୍ତମାନ ରାଜ୍ୟରେ ଅନ୍ୟ ସମସ୍ତ ଯୋଜନା ପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡିଶା I ବର୍ତ୍ତମାନ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ କରୁଛନ୍ତି ରାଜ୍ୟ ସରକାର । ଏହି ସ୍ମାର୍ଟ କାର୍ଡ ଜରିଆରେ ରାଜ୍ୟର ଅନେକ ଗରିବ ପରିବାରର ଲୋକ ଉପକୃତ ହୋଇପାରିବେ । ରାଜ୍ୟ ର ଅନେକ ହସ୍ପିଟାଲ ଗୁଡିକ ଏହି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉ ନ ଥିବାରୁ କେତେକ ରୋଗୀ ମୃତ୍ୟୁ ବରଣ କରୁଥିବା ର ଜଣ ପଡିଛି ଇ ତେଣୁ ଏହା କୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ତେଣୁ ସରକାରଙ୍କ ପକ୍ଷରୁ ଏହି କାର୍ଡକୁ ଜଣେ ହିତାଧିକାରୀ କେମିତି ବ୍ୟବହାର କରିବେ । ହସ୍ପିଟାଲରେ କାହାକୁ କାର୍ଡ ଦେଖାଇବେ ହିତାଧୀକାରୀ । ଏଥିପାଇଁ କୌଣସି ଟଙ୍କା ହାତରୁ ଖର୍ଚ୍ଚ କରିବାକୁ ପଡିବ କି? ଏହିଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଥିବା ବେଳେ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଆଇଟି ସଚିବ ମନୋଜ ମିଶ୍ର ।
ସେ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ ହେଲ୍ଥ କାର୍ଡ ଥିଲେ ହିତାଧିକାରୀଙ୍କୁ କୌଣସି ହଇରାଣ ହେବାକୁ ପଡିବ ନାହିଁ । କୌଣସି କାଗଜପତ୍ରର ଆବଶ୍ୟକତା ରହିବ ନାହିଁ । କାର୍ଡକୁ କେବଳ ସ୍ୱାଇପ କଲେ ହିତାଧିକାରୀଙ୍କ ସମସ୍ତ ତଥ୍ୟ ମିଳିଯିବ । ପ୍ରତି ପ୍ରାଇଭେଟ୍ ହସ୍ପିଟାଲରେ ପିଓଏସ୍ ମେସିନ ଲଗାଯାଇଛି । ଯେଉଁଥିରେ କାର୍ଡକୁ ଗୋଟିଏ ଥର ସ୍ୱାଇପ କଲେ ହିତାଧିକାରୀଙ୍କୁ ସୁବିଧା ଯୋଗାଇଦେବେ ସରକାର । ୯୬ ଲକ୍ଷ ୩୦ ହଜାର ୫୪୧ ପରିବାରକୁ ସ୍ୱାସ୍ଥ୍ୟ କାର୍ଡ ଦିଆଯାଇଛି । ଘରୋଇ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ହିତାଧିକାରୀଙ୍କୁ ସହାୟତା ପାଇଁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ରଖାଯାଇଛି । କୌଣସି ଅସୁବିଧା ଜଣାଇବା ପାଇଁ କଲ କରିବାକୁ ନମ୍ବର ଦିଆଯାଇଛି । ତେଣୁ ହସ୍ପିଟାଲରେ କୌଣସି ପ୍ରକାର ସମସ୍ୟାରେ ପଡିବେନି ରୋଗୀ ।

Leave A Reply

Your email address will not be published.