ରାଜ୍ୟ ରେ ହାଡ଼ ଭଙ୍ଗା ଜାଡ : ଆହୁରି ଖସିବ ପାରଦ

39

ସାରା ଓଡ଼ିଶା ଏବେ ହାଡ଼ ଭଙ୍ଗ ଜାଡ ରେ ଥରିଲାଣି । ଦିନ ବେଳେ ମଧ୍ୟ ପ୍ରବଳ ଶୀତ ଲାଗୁଛି I ସାରା ରାଜ୍ୟରେ ଗତ ସପ୍ତାହେ ଧରି ପାରଦ ଖସୁଛି I ଓଡିଶା ର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସହିତ ଫୁଲବାଣୀ ଓ ସୁନ୍ଦରଗଡ ଜିଲ୍ଲାର କୋଇଡା ର କିଛି ଅଂଚଳ ରେ ତୁଷାରପାତ ହୋଇଛି । ସେହି ଭଳି କନ୍ଧମାଳ ଜିଲ୍ଲାରେ ପୁଣି ଦ୍ୱିତୀୟ ଦିନରେ ତୁଷାରପାତ ଦୃଶ୍ୟ ଦେଖିବାକୁ ମିଳିଛି ।

ସେପଟେ ଉପକୂଳ ଓଡ଼ିଶାରେ ବି ରାତିରେ ସ୍ୱାଭାବିକ ତାପମାତ୍ରା ଠାରୁ ତାପମାତ୍ରା କମିଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ଆଗାମୀ ୩ ଦିନ ରାଜ୍ୟର କିଛି ଜିଲ୍ଲାରେ ଶୀତ ଲହରୀ କିମ୍ବା ତୀବ୍ର ଶୀତ ଲହରୀ ଅନୁଭୂତ ହେବ । ୧୭ଟି ସହରର ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗବାଡିରେ ୪.୫ ଡ଼ିଗ୍ରୀ ସର୍ବନିମ୍ନ ରାତ୍ରି ତାପମାତ୍ରା ରହିଛି ।

ସେହିଭଳି ସୁନ୍ଦରଗଡ ଓ ଝାରସୁଗୁଡାରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସ, କେନ୍ଦୁଝର ଓ ସୋନପୁରରେ ୬.୪ ଡିଗ୍ରୀ, ଟିଟିଲାଗଡରେ ୬.୫ ଡିଗ୍ରୀ, ଭବାନୀପାଟଣାରେ ୬.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି ।

Leave A Reply

Your email address will not be published.