ଓମିକ୍ରନ୍ କେବେ ଆଣିବ ମହାଲହର ! ଆଇଆଇଟି ବୈଜ୍ଞାନିକଙ୍କ ଖୁଲାସା

18

କରୋନା ମହାମାରୀ ପରେ ବର୍ତ୍ତମାନ ସାରା ବିଶ୍ୱକୁ କବଳିତ କରିବାକୁ ବସିଲାଣି କରନା ର ନୂତନ ପ୍ରଜାତି ଓମିକ୍ରନ I କିନ୍ତୁ ଆଶ୍ୱସ୍ତ ଜନକ ବିଷୟ ଯେ ଓମିକ୍ରନ ଅଧିକ ପ୍ରାଣଘାତି ନୁହେଁ କିନ୍ତୁ କରୋନା ଠାରୁ ୩ ଗୁଣ ଅଧିକ ଜଲ୍ଦି ସଂକ୍ରମଣ କରିଥାଏ I ତେବେ ଏହି ପରିସ୍ଥିତି ଉପରେ ନଜର ରଖିଥିବା ଦୁଇଜଣ IIT ବୈଜ୍ଞାନିକ କହିଛନ୍ତି କି ଏହି ସଂକ୍ରମଣ ଯୋଗୁଁ ଭାରତ ଅଧିକ ଚିନ୍ତିତ ନ ହୋଇ ଯଥେଷ୍ଟ ସାଵଧାନୀ ଅବଲମ୍ବନ କରନ୍ତୁ I କରୋନା ର ନୂଆ ପ୍ରଜାତି ଓମିକ୍ରନ ଭାରତ ରେ ଧୀରେ ଧୀରେ ତାର କାୟା ବିସ୍ତାର କରିବା ଆରମ୍ଭ କଲାଣି I ଏ ଦୃଷ୍ଟିରୁ ବୈଜ୍ଞାନିକ ମାନେ ମତ ଦେଇଛନ୍ତି କି ଫେବୃଆରୀ ୨୦୨୨ ରେ ଏହା ପିକ ପିରିୟଡ଼ କୁ ଯାଇପାରେ ଏବୋ ଏହା ସମ୍ଭାବ୍ୟ ତୃତୀୟ ଲହର କୁ ଆଣିପାରେ I ଏହା ସହିତ ଅନୁସନ୍ଧାନ କରୁଥିବା ବୈଜ୍ଞାନିକମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ ଫେବୃଆରୀ ପରେ ଓମିକ୍ରନ୍ ମାମଲା ମାର୍ଚ୍ଚ ମାସ ବେଳକୁ ହ୍ରାସ ପାଇବାରେ ଲାଗିବ ଯାହା ଦ୍ୱାରା ଆଶ୍ବସ୍ତି ମିଳିବ I ଭାରତରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଦେଖୁ ଦେଖୁ ୨୨୦ ପହଂଚିଲାଣି I
ଆଇଆଇଟି କାନପୁରର ବୈଜ୍ଞାନିକ ମନିନ୍ଦ୍ର ଅଗ୍ରୱାଲ ଏବଂ ଆଇଆଇଟି ହାଇଦ୍ରାବାଦର Sutra model of tracking the pandemic trajectory ଏମ ବିଦ୍ୟାସାଗରର ଇଣ୍ଡିଆ ଟୁଡେକୁ କହିଛନ୍ତି ଫେବୃଆରୀରେ କରୋନାର ଏହି ନୂତନ ପ୍ରଜାତି ର ଦୈନିକ ସଂକ୍ରମଣ ମାମଲା ୧ .୫ ରୁ ୧ .୮ ଲକ୍ଷ ମଧ୍ୟରେ ହୋଇପାରେ I ଏହାକୁ ରୋକିବାର ଏକ ମାତ୍ର ଉପାୟ ହେଉଛି ପ୍ରାକୃତିକ ଉପାୟରେ ଶରୀରରେ ରୋଗ ପ୍ରତିରୋଧକ ବଢାଇବା ବା ସମ୍ପୂର୍ଣ୍ଣ ଟୀକାକରଣ ଦ୍ୱାରା ଏହା ସମ୍ଭବ ହେଇ ପାରିବ I ତେବେ ଏହା ଯେତେ ଜଲ୍ଦି ଶିଖର ଛୁଇଁବ ସେତିକି ଜଲ୍ଦି ଏହାର ସଂକ୍ରମଣ ହ୍ରାସ ପାଇବ ବୋଲି ମଧ୍ୟ କହିଛନ୍ତି I

Leave A Reply

Your email address will not be published.