ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଙ୍କ ବଡ଼ ଘୋଷଣା : ବିଭିନ୍ନ ଆବାସ ଯୋଜନା ଘର ମରାମତି ପାଇଁ ମିଳିବ ସହାୟତା ରାଶି

16

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନ ଆଚରଣ ବିଧି ଲାଗୁ ହେବ ପୂର୍ବରୁ ଆଜି ସନ୍ଧ୍ୟା ରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏକ ବଡ଼ ଘୋଷଣା କରିଛନ୍ତି I ଘୋଷଣା ଅନୁଯାୟୀ ବିଭିନ୍ନ ଆବାସ ଯୋଜନା ଅନ୍ତର୍ଗତ ଘର ପାଇଥିବା ହିତାଧିକାରୀ ମାନଙ୍କୁ ଘର ମରାମତି ପାଇଁ ଏହି ସହାୟତା ରାଶି ମିଳିବ I ଏହି କ୍ରମରେ ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ମିଳିବ ୩ ହଜାର ଏବଂ କେନ୍ଦ୍ରୀୟ ଯୋଜନାରେ ଘର ପାଇବାରୁ ବଞ୍ଚିତ ଲୋକଙ୍କୁ ଘର ମରାମତି ପାଇଁ ୫ ହଜାର ଟଙ୍କା ସହାୟତା ରାଶି ମିଳିବ। ସେହିପରି ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାର ହିତାଧିକାରୀଙ୍କୁ ମଧ୍ୟ ଏହି ଆର୍ଥିକ ସହାୟତା ମିଳିବ। ଏହି ସହାୟତା ରାଶି ହିତାଧିକାରୀ ଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ I ଏଥିରେ ରାଜ୍ୟ ର ୩୦ ଲକ୍ଷ ହିତାଧିକାରୀ ପରିବାର ଉପକୃତ ହେବେ I ଏଥିପାଇଁ ୧୪୪୪ କୋଟି ଟଙ୍କା ଖର୍ଚ୍ଚ ହେବ I ରାଜ୍ୟ ସରକାର ଙ୍କ ବିଜୁ ପକ୍କା ଘର ଯୋଜନାରୁ ଏ ସମସ୍ତ ଖର୍ଚ୍ଚ ବହନ କରାଯିବ ବୋଲି ଆଜି କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.