କଲିକତା ପୌର ନିର୍ବାଚନ : କଂଗ୍ରେସ,ବାମଦଳ ସଫା,ବିଜେପି ର ହାତ ଖାଲି

15

କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯାଇଛି। ୧୪୪ ଟି ୱାର୍ଡ ପାଇଁ ଭୋଟ୍ ଗଣନା ଚାଲିଛି ଗଣତି ର ପ୍ରାରମ୍ଭିକ ଅବସ୍ଥାରେ , ଟିଏମସି ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ କଂଗ୍ରେସ ଏବଂ ବାମ ଦଳ ଚିତ୍ତ ପଟାଙ୍ଗ ହେଇଛନ୍ତି I ସେହି ଭଳି ବିଜେପି କୁ ମଧ୍ୟ ନିରାଶ ହେବାକୁ ପଡିଛି I
ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଗଣତି ଆରମ୍ଭରୁ ରାଜ୍ୟ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ବାକି ରାଜନୈତିକଦଳମାନଙ୍କୁ ଝଟକା ଦେଇଛି । କୋଲକତା ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନର ମୋଟ ୪୦.୫ ଲକ୍ଷ ମତଦାତା ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୩ ପ୍ରତିଶତ ମତଦାନା ଭୋଟଦାନ କରିଥିଲେ । ସଦ୍ୟ ସୂଚନା ମୁତାବକ ମୋଟ ୧୪୪ ଟି ୱାର୍ଡ ପାଇଁ ହୋଇଥିବା ଭୋଟରେ ଟିଏମସି ୧୩୩ ଟି ୱାର୍ଡରେ ଆଗୁଆ ରହିଛି, ସେହିଭଳି ବିଜେପି ୩, ବାମଦଳ ୨, କଂଗ୍ରେସ ୨ ଟି ଆସନରେ ଆଗୁଆ ରହିଛି ।

ସୂଚନା ଅନୁସାରେ ୨୦୧୫ କୋଲକତା ମହାନଗର ନିଗମ ନିର୍ବାଚନରେ ମୋଟ ୧୪୪ ଟି ୱାର୍ଡରୁ ଟିଏମସିକୁ ୧୧୪ ଟି ଓ ସିପିଏମକୁ ୧୫ ଟି ଆସନ ମିଳିଥିଲା । ଏହାସହ ବିଜେପିକୁ ୭ ଟି ଆସନ ମିଳିଥିବା ବେଳେ କଂଗ୍ରେସକୁ ୫ ଟି ଆସନ ମିଳିଥିଲା । ଆୟୋଗର ଜଣେ ଅଧିକାରୀଙ୍କ ସୂଚନା ମୁତାବକ ପ୍ରଥମ ପର୍ଯ୍ୟାୟ ଗଣତିରେ ପୂରା ୧୪୪ ଟି ଆସନରେ ଟିଏମସି ଆଗୁଆ ରହିଥିଲା ।

Leave A Reply

Your email address will not be published.