ଗ୍ରନ୍ଥ ସାହିବ ଙ୍କ ଅପମାନ ନେଇ ତେଜିଲା ରାଜନୀତି, ଷଡଯନ୍ତ୍ର କହିଲେ ଅକାଳି ଦଳ ଓ ଆମ ଆଦମି ପାର୍ଟି

17

ଶିଖଙ୍କ ପବିତ୍ର ଧର୍ମସ୍ଥଳ ଅମୃତସର ସ୍ୱର୍ଣ୍ଣ ମନ୍ଦିର ହିଂସାକୁ ନେଇ ସାରାଦେଶ ସ୍ତବ୍ଧ ହୋଇଛି । ହିଂସା ପରେ ପଞ୍ଜାବ ନିର୍ବାଚନ ପୂର୍ବରୁ ଧର୍ମକୁ ନେଇ ତେଜିଛି ରାଜନୀତି । ଶିଖମାନଙ୍କର ଅନ୍ୟତମ ବଡ ଧାର୍ମିକ ସ୍ଥଳ ସ୍ୱର୍ଣ୍ଣ ମନ୍ଦିରରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ଗତକାଲି ସନ୍ଧ୍ୟାରେ ମନ୍ଦିରରେ ଏପରି ଘଟଣା ଘଟିଥିବା ଜଣାପଡିଛି । ହତ୍ୟାର ଶିକାର ଯୁବକ ଉତର ପ୍ରଦେଶର ଏବଂ ତାଙ୍କ ବୟସ ୨୪ରୁ ୨୫ ବର୍ଷ ମଧ୍ୟରେ ବୋଲି ଜଣାପଡିଛି । ପୁଣି ଆଜି ସେହି ସମାନ ଘଟଣା ର ପୁନରାବୃତି ଦେଖିବାକୁ ମିଳିଛି I କପୁରତାଲା ରେ ସେହିଭଳି ଜଣେ ଯୁବକ ନିଶାନ ସାହେବ ଙ୍କର ଅପମାନ କୁ ନେଇ ଗ୍ରାମବାସୀମାନେ ତାକୁ ପିଟି ପିଟି ମାରିଦେଇଛନ୍ତି I
ପବିତ୍ର ଗୁରୁଗ୍ରନ୍ଥ ସାହିବ ପାଖରେ ଥିବା କୃପାଣ ଉଠାଇବାକୁ ଯୁବକ ଜଣଙ୍କ ପ୍ରୟାସ କରିବାରୁ ପାଖରେ ଥିବା ଲୋକେ ସଙ୍ଘବଦ୍ଧ ଭାବେ ପିଟିପିଟି ଯୁବକଙ୍କୁ ହତ୍ୟା କରିଥିବା ଜଣାପଡିଛି । ଏହି ଘଟଣା ପରେ ସ୍ୱର୍ଣ୍ଣ ମନ୍ଦିର ପରିସରରେ ଉତେଜନା ଦେଖାଦେଇଛି । ଏହାପରେ ଶତାଧିକ ଲୋକ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଅମୃତସର ଡିସିପି କହିଛନ୍ତି ଯୁବକଙ୍କ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ମନ୍ଦିର ଭିତରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ଯାଂଚ କରୁଛି ।
ସିସିଟିଭି ଫୁଟେଜ ଦେଖିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି । ସିସିଟିଭି ଫୁଟେଜକୁ ଯାଂଚ କରିବା ପରେ ଏହି ହତ୍ୟାରେ କେତେ ଜଣ ସାମିଲ ଥିଲେ ଜଣାପଡିବ ବୋଲି ପୋଲିସ କହିଛନ୍ତି । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହିତ ଘଟଣା ପଛର ପ୍ରକୃତ ଉଦ୍ଦେଶ୍ୟ କଣ ରହିଛି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବିରୋଧୀ ଶିରୋମଣି ଅକାଳି ଦଳ ଏହି ଘଟଣାରେ ରାଜ୍ୟ ସରକାର ଉପରେ ବର୍ଷିଛି । ଏହା ହତ୍ୟା ନୁହେଁ ବରଂ ଷଡଯନ୍ତ୍ର ବୋଲି ବିରୋଧୀ ଦଳ କହିଛି । ଏହି ଘଟଣା ଉପରେ କେନ୍ଦ୍ର ସରକାର ନଜର ରଖିବା ଦରକାର ବୋଲି ଅକାଳି ଦଳର ସାଂସଦ କହିଛନ୍ତି । ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ରହିଛି । ସ୍ୱର୍ଣ୍ଣମନ୍ଦିର ଶିଖମାନଙ୍କର ଏକ ଅସ୍ମିତାର ପ୍ରତିକ ରହିଥିବା ବେଳେ ମନ୍ଦିରରେ ହତ୍ୟା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Leave A Reply

Your email address will not be published.