ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା କୋଡ଼ ଅଫ କଣ୍ଡକ୍ଟ, ଓମିକ୍ରନ ପାଇଁ ବଢୁଛି ଭୟ

19

ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ମଡେଲ କୋଡ ଅଫ କଣ୍ଡକ୍ଟ । ନିର୍ବାଚନକୁ ଅବାଧ ଓ ସ୍ୱଛ କରିବା ପାଇଁ ଆର୍ଟିକିଲ ୨୪୩-କେରେ ଦିଆଯାଇଥିବା ସାମ୍ବିଧାନିକ କ୍ଷମତାର ବ୍ୟବହାର କରି ଏହି କୋଡ ଅଫ୍ କଣ୍ଡକ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଏହା ନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ ନିର୍ବାଚନର ଫଳାଫଳ ଘୋଷଣା ହେବା ଯାଏଁ କାର୍ଯ୍ୟକାରୀ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ଫେବ୍ରୁଆରୀ ମାସରେ ପଂଚାୟତ ନିର୍ବାଚନ କରିବାକୁ ଯୋଜନା କରିଛନ୍ତି କମିଶନ । ଏଥିପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଉଛି । ପ୍ରଶ୍ନ ଉଠୁଛି ଓମିକ୍ରନ ଭୟ ଭିତରେ କେମିତି ହେବ ନିର୍ବାଚନ ।ତେବେ ବର୍ତ୍ତମାନ ଓମିକ୍ରନ ସଂକ୍ରମଣ କୁ ଦୃଷ୍ଟିରେ ରଖି ନିର୍ବାଚନ ରେ ଗହଳି କୁ ନେଇ ଚିନ୍ତା ବଢିଛି I

Leave A Reply

Your email address will not be published.