ଧଳା କି ବ୍ରାଉନ୍? କେଉଁ ଚାଉଳ ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ

17

ଦେଖାଯାଏ ତ ଭାରତ ଏକ କୃଷି ପ୍ରଧାନ ଦେଶ I ଏଠାରେ ମୁଖ୍ୟ ଚାଷ ହେଲା ଧାନ ,ତେଣୁ ଆମେ ଭାରତୀୟ ମାନେ ବେଶୀ ରୁ ବେଶୀ ଭାଗ ଲୋକେ ଭାତ ଖାଇବାକୁ ପସନ୍ଦ କରିଥାନ୍ତି I ଓଡ଼ିଶାରେ ମଧ୍ୟ ଦିନବେଳା ଭାତ ହେଉଛି ମୁଖ୍ୟ ଖାଦ୍ୟ I ସେହିଭଳି ଦକ୍ଷିଣ ଭାରତରେ ଭାତ କୁ ରୋଟି ଅପେକ୍ଷା ଅଧିକ ପ୍ରାଧାନ୍ୟ ଦିଆଯାଏ I କାରଣ ଚାଉଳରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀର ପାଇଁ ଜରୁରୀ ବୋଲି ବିବେଚନା କରାଯାଏ I କିନ୍ତୁ ଲୋକମାନେ ପ୍ରାୟତ ଦ୍ୱନ୍ଦ୍ୱରେ ରହିଛନ୍ତି ଭାତ ପାଇଁ କେଉଁ ଚାଉଳ ଟି ଭଲ ‘ଧଳା’ ନା ବାଦାମୀ ଚାଉଳ? ଗୋଟିଏ ଚାଉଳ ଅନ୍ୟ ଅପେକ୍ଷା ପ୍ରକୃତରେ ଭଲ କି ଏହା କେବଳ ଗୋଟେ ବାକ୍ୟ ମାତ୍ର I ତେବେ ଆସନ୍ତୁ ଜାଣିବା ପୁଷ୍ଟିକର ବିଶେଷଜ୍ଞ ଭୁବନ ରୋସ୍ତଗି ତାଙ୍କ ଇନଷ୍ଟାଗ୍ରାମରେ ଏହି ବିଷୟରେ ଏକ ପୋଷ୍ଟ କରିଛନ୍ତି :

ଳା ଏବଂ ବ୍ରାଉନ୍ ରାଇସ୍ କ’ଣ?
ପୁଷ୍ଟିକର ବିଶେଷଜ୍ଞ ଭୁବନ ରୋସ୍ତଗି, ସ୍ପଷ୍ଟ କରିଛନ୍ତି ସମସ୍ତ ଧଳା ଚାଉଳ ପଲିସ୍ ହେବା ପୂର୍ବରୁ ବାଦାମୀ ରଙ୍ଗର ହେଇଥାଏ I କେବଳ ପଲିସ୍ ହୋଇନଥିବା ଚାଉଳକୁ ବ୍ରାଉନ୍ ଚାଉଳ ଭାବରେ ବିକ୍ରି କରାଯାଏ I ଧଳା ଚାଉଳ ମିଲ ମାନଙ୍କ ରେ ପ୍ରକ୍ରିୟାକରଣ ହୋଇଥାଏ କିନ୍ତୁ ବ୍ରାଉନ୍ ଚାଉଳ ଏକ ସମ୍ପୂର୍ଣ୍ଣ ଶସ୍ୟ ,ଯାହାକି କେବଳ ଧାନ ର ଚୋପା ଛଡ଼ାଯାଇଥାଏ କେବଳ ଯାହାକୁ ଆମେ ଅକାଣ୍ଡିଆ ନାଲି ଚାଉଳ ବା ଢ଼ିଙ୍କିକୁଟା ଚାଉଳ ବୋଲି କହିଥାଉ I ଯେତେବେଳେ ଚାଉଳ କୁ ପଲିସ୍ କରାଯାଏ, ସେଥିରୁ କିଛି କଞ୍ଚା ଅଂଶ ବାହାର କରାଯାଇଥାଏ I କିନ୍ତୁ ଗୋଟା ଚାଉଳରୁ ଯେଉଁ ଅଂଶ ଟି ବାହାର କରାଯାଇଥାଏ ସେହି ଅଂଶ ରେ ବହୁ ଖଣିଜ ପଦାର୍ଥ ଥାଏ ଏବଂ କଞ୍ଚା ଫାଇବରରେ ଭରପୂର ଥାଏ I ପଲିସିଂ ପରେ ଫାଇବର, ଭିଟାମିନ୍ ଏବଂ ମିନେରାଲ୍ସ ଧଳା ଚାଉଳରୁ ବାହାର ହୋଇ ଯାଇଥାଏ I
ପୁଷ୍ଟିକର ବିଶେଷଜ୍ଞ ଭୁବନ ରୋସ୍ତଗି, ଆହୁରି ସ୍ପଷ୍ଟ କରିଛନ୍ତି ଯେ ରନ୍ଧା ହୋଇଥିବା ଧଳା ଚାଉଳର ଗ୍ଲାଇସେମିକ୍ ଇଣ୍ଡେକ୍ସ ୭୦ ରୁ ଅଧିକ ଏବଂ ବ୍ରାଉନ୍ ଚାଉଳର ଗ୍ଲାଇସେମିକ୍ ଇଣ୍ଡେକ୍ସ ପ୍ରାୟ ୫୦ ଭିତରେ ରହିଥାଏ । ଏହାର ଅର୍ଥ ହେଉଛି ଧଳା ଚାଉଳ ତୁଳନାରେ ବ୍ରାଉନ୍ ଚାଉଳ ରକ୍ତରେ ଗ୍ଲୁକୋଜ୍ ସ୍ତରକୁ ଅଧିକ ବଢ଼ାଇ ନ ଥାଏ I ତେଣୁ ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ଉତ୍ତମ ବିକଳ୍ପ I ତଥାପି, ଫାଇବରର ଅଭାବ ଉପରେ ଧ୍ୟାନ ଦେବା ଆବଶ୍ୟକ I
ସେହିଭଳି ଭୁବନ ରେସ୍ତୋଗି ଏହା ମଧ୍ୟ କହିଛନ୍ତି କି ଆମେ କେବଳ ଧଳା ଚାଉଳ ଖାଇବାକୁ ପସନ୍ଦ କରିଥାଉ , ଯେଉଁ କାରଣରୁ ଆବଶ୍ୟକ ପରିମାଣର ଫାଇବର ଶରୀରରେ ପହଞ୍ଚେ ନାହିଁ | ତେଣୁ, ଆମ ଖାଦ୍ୟରେ ଆମେ ଏ ଭଳି କିଛି ଅନ୍ତର୍ଭୂକ୍ତ କରିବା ଉଚିତ୍ ନୁହେଁ, ଯେଉଁଥିରେ କେବଳ କ୍ୟାଲୋରୀ ବା ସୁଗାର ଥାଏ କିନ୍ତୁ କୌଣସି ପୋଷକତତ୍ତ୍ୱ , ପୁଷ୍ଟିକର ନାହିଁ I
ବାଦାମୀ ଚାଉଳକୁ ପ୍ରାଧାନ୍ୟ ଦେବା ଆବଶ୍ୟକ |
ପୁଷ୍ଟିକର ବିଶେଷଜ୍ଞ ଭୁବନ ରୋସ୍ତଗି ଶେଷରେ ଲେଖିଛନ୍ତି ଯେ, ୧୯୦୦ ଦଶକ ସମୟରେ ବ୍ରାଉନ ଚାଉଳ ତୁଳନାରେ ଅଧିକ ଧଳା ଚାଉଳ ଖାଇବା ହେତୁ ବେରିବେରୀ ରୋଗ ବ୍ୟାପିବାରେ ଲାଗିଲା, କାରଣ ଏହା ଲୋକଙ୍କଠାରେ ଭିଟାମିନ୍ B1 ଅଭାବ ସୃଷ୍ଟି କରିଥିଲା ​​| ବିଶେଷକରି ସେହି ଲୋକଙ୍କ ମଧ୍ୟରେ ଯାହାର ମୁଖ୍ୟ ଖାଦ୍ୟ ଚାଉଳ ବା ଭାତ ଥିଲା I ତେଣୁ, ଧଳା ଚାଉଳ ଅପେକ୍ଷା ବାଦାମୀ ଚାଉଳକୁ ପସନ୍ଦ କରିବା ଏକ ସ୍ୱାସ୍ଥ୍ୟ ଧାରା (ଟ୍ରେଣ୍ଡ)ନୁହେଁ, କିନ୍ତୁ ଏହା ଆମ ମୂଳ ପରମ୍ପରାକୁ ଫେରିବାର ଏକ ସର୍ବୋତ୍କୃଷ୍ଟ ଉପାୟ ମାତ୍ର I

Leave A Reply

Your email address will not be published.