ବିଏମସି ନିର୍ବାଚନ ପାଇଁ ବିଜେପି କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ବରିଷ୍ଠ ନେତା

15

ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ପଂଚାୟତ ନିର୍ବାଚନ ଏହା ପରେ ପରେ ଆରମ୍ଭ ହେଇଯିବ ପୌରନିର୍ବାଚନ I ବର୍ତ୍ତମାନ ସମସ୍ତ ଦଳ ମାନଙ୍କ ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ଜୋରସୋର ରେ ଆଗେଇଚାଲିଛି I ଭୁବନେଶ୍ୱର ମହାନଗର ନିଗମ ଦଖଲ ପାଇଁ ସମସ୍ତେ ନିଜ ନିଜ ରଣନୀତି ଆରମ୍ଭ କରୁଥିବାବେଳେ ଆଜି ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀରେ ନିର୍ବାଚନ ରଣନୀତି ନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ବରିଷ୍ଠ ନେତା ।

ଭୁବନେଶ୍ୱରରେ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ ରେ ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ଜିଲ୍ଲା ପ୍ରଭାରୀ ଭୁବନ ମୋହନ ଜେନା, ଜିଲ୍ଲା ସଭାପତି ବାବୁ ସିଂଙ୍କ ଉପସ୍ଥିତିରେ ଆଗାମୀ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି ଖସଡ଼ା । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ପରିମଳ ଅବ୍ୟବସ୍ଥା, ଜଳ ନିଷ୍କାସନ ସମସ୍ୟା, ସ୍ବାସ୍ଥ୍ୟ ସମସ୍ୟା, ମହିଳା ସୁରକ୍ଷା ଓ ବସ୍ତି ବାସିନ୍ଦାଙ୍କ ସମସ୍ୟା ଆଦି ପ୍ରସଙ୍ଗରେ କାର୍ଯ୍ୟକାରିଣୀରେ ଆଲୋଚନା କରିଥିଲେ ।

ଏହାସହିତ ଆଗାମୀ ଦିନରେ ହେବାକୁ ଥିବା ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ଦଳର କର୍ମୀ ଓ ନେତା କିଭଳି ଏସବୁ ପ୍ରସଙ୍ଗକୁ ଲୋକଙ୍କ ନିକଟରେ ପହଞ୍ଚାଇବେ ସେ ନେଇ ରଣନୀତି ପ୍ରସ୍ତୁତ କରିଛି ବିଜେପି । ମହାନଗର ନିଗମ ଅଞ୍ଚଳରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ବିଫଳତା ଏବଂ କେନ୍ଦ୍ରର ବିଭିନ୍ନ ଯୋଜନା ଲୋକଙ୍କ ପାଖରେ କେମିତି ପହଞ୍ଚୁ ନାହିଁ । ଏ ସବୁ ପ୍ରସଙ୍ଗକୁ ପ୍ରଥମେ ମଣ୍ଡଳ ଏବଂ ପରେ ୱାର୍ଡ ସ୍ତରକୁ ଯିବାକୁ ଦଳ କାର୍ଯ୍ୟକାରିଣୀରେ ସ୍ଥିର କରିଛି ।

Leave A Reply

Your email address will not be published.