ଲକ୍ଷ୍ମୀପୁର ହିଂସା : ଆଶିଷ ମିଶ୍ରଙ୍କ ଦ୍ୱିତୀୟ ଥର ପାଇଁ ଜାମିନ ଆବେଦନ ଖାରଜ

17

କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଦ୍ଵିତୀୟ ଥର ପାଇଁ ଖାରଜ ହୋଇଛି Iଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର କୃଷକମାନଙ୍କ ଉପରେ ଗାଡି ଚଢାଇ ହତ୍ୟା କରିବା ମାମଲାରେ ଏସଆଇଟିର ଯାଂଚ ରିପୋର୍ଟ ଆସିବା ପରେ ସାରା ଦେଶରେ ବିରୋଧୀମାନେ ବିଜେପିକୁ ଘେରିବାରେ ଲାଗିଛନ୍ତି । ଏହାସହ ଅଶିଷ ମିଶ୍ରାଙ୍କ ବାପା ତଥା କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ତୁରନ୍ତ ବହିସ୍କାର କରିବାକୁ ବିରୋଧୀ ଦାବି କରୁଥିବା ବେଳେ ଆଜି କୋର୍ଟ ଅଜୟ ମିଶ୍ରାଙ୍କ ଦ୍ୱିତୀୟ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି । ଲକ୍ଷ୍ମୀପୁର ସିଜେଏମ କୋର୍ଟ ଆଶିଷ ମିଶ୍ରାଙ୍କ ତରଫରୁ ଦ୍ୱିତୀୟ ଥର ପାଇଁ ଜାମିନ ଆବେଦନ କରାଯାଇଥିଲା । ଜାହାର ଶୁଣାଣି କରି କୋର୍ଟ ଦ୍ୱିତୀୟ ଜାମିନ ଆବେଦନକୁ ବି ଖାରଜ କରିଦେଇଛନ୍ତି । ଏହି ମାମଲାର ଯାଂଚ କରୁଥିବା ଏସଆଇଟି ଇନସ୍ପେକ୍ଟର ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ସମେତ ୧୩ ଜଣ ଅଭିଯୁକ୍ତଙ୍କ ଉପରେ ବେପରୁଆ ଗାଡି ଚାଳନା ସହ ଜାଣିଶୁଣି ଦୁର୍ଘଟଣା ଘଟାଇବା ନେଇ ରିପୋର୍ଟ ଦାଖଲ କରିଛନ୍ତି । ଯାଂଚ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଶୁଣାଣି କରି କୋର୍ଟ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ସମେତ ୧୩ ଜଣ ଅଭିଯୁକ୍ତ ଜାମିନ ଆବେଦନ ଖାରଜ କରିଛନ୍ତି ।

Leave A Reply

Your email address will not be published.