ଖୁବଶୀଘ୍ର ପିଲାଙ୍କ ପାଇଁ ଟୀକାକରଣ ହୁ’ର ଗ୍ରୀନ ସିଗ୍ନାଲ

17

କୋଭିଡ୍ ସଂକ୍ରମଣ ଓ ଦେଶରେ ବଢୁଥିବା ଅମିକ୍ରନ ସଂକ୍ରମିତ ଙ୍କ ସଂଖ୍ୟା କୁ ଦୃଷ୍ଟି ରେ ରଖି ପିଲାମାନଙ୍କ ଟିକାକରଣ ଏବେ ଗ୍ରୀନ ସିଗନାଲ୍ ମିଳିସାରିଛି ।ପିଲାମାନଙ୍କ ଟୀକାକରଣ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ (SII) ପ୍ରସ୍ତୁତ କୋଭୋଭାକ୍ସ ଟୀକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁମୋଦନ କରିଛି I ତେବେ ସିରମ୍ ଇନଷ୍ଟିଚ୍ୟୁଟ୍ ଏହି ଟିକାକୁ ନୋଭାଭାକ୍ସର ଲାଇସେନ୍ସ ଅଧୀନରେ ତିଆରି କରିବ । କୋଭିଡ୍ ବିରୋଧରେ ବିଶ୍ୱରେ ଡବ୍ଲୁଏଚଓ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଥିବା ଏହା ହେଉଛି ନବମ ଭାକସିନ୍ । ଡବ୍ଲୁଏଚଓ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ଅଦାର ପୁନାୱାଲା ଟୁଇଟ୍ କରି ଖୁସି ଜାହିର୍ କରିଛନ୍ତି । ତେବେ ସିରମ୍ ଇନଷ୍ଟିଚ୍ୟୁଟ୍ ଏହି ଟିକା ଉତ୍ପାଦନ ପାଇଁ ନୋଭାଭାକ୍ସ, ହୁ’ ଓ ଗାଭି ସହିତ ଏଲାଇନ୍ସ କରିଛି । ପୁନାୱାଲା ଚଳିତ ସପ୍ତାହରେ କହିଥିଲେ ଯେ, ସେ ୬ ମାସ ମଧ୍ୟରେ ପିଲାମାନଙ୍କ ପାଇଁ କୋଭିଡ୍ ଭାକସିନ୍ ଲଞ୍ଚ କରିବାକୁ ଯାଉଛନ୍ତି । ସେ ଆହୁରି ବି କହିଥିଲେ ଯେ, ଏହି ଟିକା ୩ ବର୍ଷ ବୟସର ପିଲାମାନଙ୍କ ପର୍ଯ୍ୟନ୍ତ କାମ କରିବାରେ ସକ୍ଷମ ହୋଇପାରିବ । ଡବ୍ଲୁଏଚଓ ପକ୍ଷରୁ କୋଭୋଭାକ୍ସକୁ ବର୍ତ୍ତମାନ ପାଇଁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଡ୍ରଗ୍ସ କଣ୍ଟ୍ରୋଲ୍ ଜେନେରାଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଯାଞ୍ଚ ରିପୋର୍ଟ ପରେ ଏହି ଟିକାକୁ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ପିଲାମାନଙ୍କ ପାଇଁ ବ୍ୟବହାର କରିବା କ୍ଷେତ୍ରରେ ଏହି ଟିକାକୁ ସୁରକ୍ଷିତ ବୋଲି ଦର୍ଶାଯାଇଛି ।

Leave A Reply

Your email address will not be published.