ରୋହିଣୀ କୋର୍ଟ ବିସ୍ଫୋରଣ ଆତଙ୍କବାଦୀ ଷଡଯନ୍ତ୍ର ନୁହେଁ, ଓକିଲଙ୍କଠାରୁ ପ୍ରତିଶୋଧ ପାଇଁ ବୈଜ୍ଞାନିକ କରିଥିଲେ ଯୋଜନା

17

ଗତ ଡିସେମ୍ବର ୯ ତାରିଖରେ ରେ ଦିଲ୍ଲୀର ରୋହିଣୀ କୋର୍ଟର ୧୦୨ ନମ୍ବର କୋଠରୀରେ ଟିଫିନ୍ ବୋମା ବିସ୍ଫୋରଣ ହୋଇଥିଲା I ଏହିଁ ମାମଲାରେ ଦିଲ୍ଲୀ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି I ମାମଲା ର ତଦନ୍ତ କରୁଥିବାବେଳେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ DRDO ଅର୍ଥାତ୍ ପ୍ରତିରକ୍ଷା ଅବିଭାଗ ର ଜଣେ ବରିଷ୍ଠ ବୈଜ୍ଞାନିକ ଙ୍କ ସମ୍ପୃକ୍ତି ବିଷୟ ରେ ଜାଣିବାକୁ ପାଇଥିଲା । ଏବଂ ଏହି ବୋମା ବିସ୍ଫୋରଣ ପଛରେ କୌଣସି ଆତଙ୍କବାଦୀ ସଂଗଠନ ର ହାତ ନାହିଁ ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି I ସୂଚନା ଅନୁସାରେ ଅଭିଯୁକ୍ତ ଜଣଙ୍କ ଓକିଲ ବେସରେ କୋର୍ଟରେ ପ୍ରବେସ କରି ଅତି ଚାଲାକ ଭାବରେ ଘଟଣା ଭିଆଇଥିବା ପୋଲିସ ସ୍ପଷ୍ଟ କରିଛି । ଅଭିଯୁକ୍ତ ର ନା ଭାରତ ଭୁଷଣ କଟାରିଆ ଓ ସେ ଓକିଲ ଜଣକ ଦିଲ୍ଲୀର ଅଶୋକ ବିହାର ଅଂଚଳର ଗୋଟିଏ ଆପାର୍ଟମେଣ୍ଟ ରେ ରହୁଥିଲେ ଏବଂ ଦୁଇ ପଡୋଶୀ ଙ୍କ ଭିତରେ ମଝିରେ ମଝିରେ କୌଣସି କାରଣକୁ ନେଇ ଝଗଡା ହେଉଥିଲା I ତେଣୁ ଭାରତ ଭୁଷଣ ଓକିଲଙ୍କ ଠାରୁ ପ୍ରତିଶୋଧ ନେବାକୁ ଏହି ଟିଫିନ ବୋମାକୁ କୋର୍ଟ ମଧ୍ୟରେ ତାଙ୍କ କୋଠରୀରେ ରଖିଦେଇଥିଲେ I ସେହି ସମୟରେ ଏହି ବୋମା ବିଷ୍ଫୋରଣ ଘଟି ଜଣେ ଯୁବକ ଗୁରୁତର ଆହତ ମଧ୍ୟ ହୋଇଥିଲେ । ଘଟଣା ସ୍ଥଲରୁ କ୍ରାଇମବ୍ରାଂଚ ଏକ ବିଷ୍ଫୋରକ ଭର୍ତି ଟିଫିନ ମଧ୍ୟ ଜବତ କରିଥିଲା । ଶେଷରେ ପୋଲିସର ତନାଘନା ପରେ ଆଜି ଘଟଣାର ମାଷ୍ଟର ମାଇଣ୍ଡକୁ ଗିରଫ ହୋଇଛି ।

Leave A Reply

Your email address will not be published.