ଝିଅ ମାନଙ୍କ ବିବାହ ବୟସସୀମା ବଢିବା ନେଇ ବଢୁଛି ବିବାଦ ,ସମାଜବାଦୀ ପାର୍ଟି ସାଂସଦ ଙ୍କ ଅଜବ ଯୁକ୍ତି : ‘କହିଲେ ସନ୍ତାନହୀନ ବ୍ୟକ୍ତି ମାନେ ଏଇଭଳି ନିୟମ କରିଥାନ୍ତି’

18

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୨ୟ ବଡ଼ ସଂସ୍କାର ଆଇନ ସ୍ୱରୂପ ବାଳିକା ବିବାହ ବୟସ ସୀମା କୁ ବଢ଼ାଇଛନ୍ତି I ଏହି ଆଇନ ରେ ବାଳିକା ମାନଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ନେଇ ବିରୋଧ ଆରମ୍ଭ ହୋଇଯାଇଛି I ସମାଜବାଦୀ ପାର୍ଟି (ଏସପି) ର ନେତାମାନେ ଏହି ପ୍ରତିବାଦରେ ଆଗରେ ଅଛନ୍ତି । ଆବୁ ଆଜମି ପରେ ଶଫିକ୍କୁର ରହମାନ ଙ୍କ ପରେ ଏବେ ସମାଜବାଦୀ ପାର୍ଟିର ସାଂସଦ ଏସ.ଟି ହସନ ମଧ୍ୟ ଏହି ପ୍ରତିବାଦ କରି ଅଜବ ଯୁକ୍ତି ଉପସ୍ଥାପନ କରିଛନ୍ତି । ହସନ କହିଛନ୍ତି ଯେ ଯେତେବେଳେ ମାତୃତ୍ଵ ଲାଭ କରିବାକୁ ସକ୍ଷମ ହୁଅନ୍ତି, ସେତେବେଳେ ସେମାନଙ୍କର ବିବାହ କରିଦେବା ଉଚିତ୍ ଇ କାରଣ ବିବାହ ବୟସ ବଢିଲେ ପିଲାମାନେ ଅନୁଶାସନ ହୋଇଥାନ୍ତି ଏବଂ ଅଶ୍ଳୀଳ ଚଳଚ୍ଚିତ୍ର ଦେଖିବା ଆରମ୍ଭ କରନ୍ତି I
ନ୍ୟୁଜ୍ ଏଜେନ୍ସି ANI ସହିତ ସାକ୍ଷାତକାର ରେ ଏସଟି ହାସନ କହିଛନ୍ତି, ‘ମହିଳାମାନଙ୍କର ପ୍ରଜନନ ବୟସ ୧୬ -୧୭ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥାଏ ଏବଂ ବିବାହ ପ୍ରସ୍ତାବ ୧୬ ବର୍ଷ ବୟସରୁ ବିବାହ ପ୍ରସ୍ତାବ ଆସିବା ଆରମ୍ଭ କରେ I ଯଦି ବିବାହ ବିଳମ୍ବ ହୁଏ ତା’ହେଲେ ଏହାର ଦୁଇଟି ଅସୁବିଧା ଅଛି, ଗୋଟିଏ ହେଉଛି ବନ୍ଧ୍ୟାତ୍ୱର କାରଣ ଏବଂ ଦ୍ୱିତୀୟଟି ହେଉଛି ଆପଣ ଙ୍କର ଯଥେଷ୍ଟ ବୟସ ହେଇଯିବା ପରେ ମଧ୍ୟ ପିଲାମାନଙ୍କ ର ପାଠ ସରି ନ ଥାଏ ,ସେମାନେ ଛାତ୍ର ହୋଇ ରହିଥାନ୍ତି I ଆମେ ପ୍ରାକୃତିକ ପ୍ରକ୍ରିୟା ଭାଙ୍ଗୁଛୁ ‘ଇ ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି କି ଯଦି ଜଣେ ୧୮ ବର୍ଷରେ ନିଜର ନାଗରିକତ୍ବ ହାସଲ କରି ଭୋଟ ଦେଇ ପାରୁଛି ତେବେ ବିବାହ କାହିଁକି କରିପାରିବ ନାହିଁ ଇ ସେହିପରି ଅବୁ ହାସନ ‘ଲିଭ ଇନ ରିଲେସନସିପ’ କୁ ନେଇ ମଧ୍ୟ ବିଶୋଦ୍ଗାର କରି କହିଛନ୍ତି କି ଏହି ଅଦ୍ଭୁତ ନିୟମ କୁ ଅନୁମତି ଦେବା ଦ୍ୱାରା ସମାଜରେ ଅନୁଶାସନ ହୀନତା ବଢୁଛି ଇ ପିଲାମାନେ କୁ ପଥଗାମୀ ହେଉଛନ୍ତି ଇ ବିଳମ୍ବ ବିବାହ ରେ ହର୍ମୋନଲ ଡିସବାଲାନ୍ସ ହେବା ର ଆଶଙ୍କା ମଧ୍ୟ ଥାଏ I
ସେ ନିଜ ପ୍ରତିକ୍ରୀୟା ରେ ଏହା ମଧ୍ୟ କହିଛନ୍ତି ଯେ ସନ୍ତାନହୀନ ବ୍ୟକ୍ତି ମାନେ ଏଇଭଳି ନିୟମ ସବୁ କରିଥାନ୍ତି । ତେବେ ଏହି ନିୟମ କରିବା ପୂର୍ବରୁ ପ୍ରସଙ୍ଗରେ ଗ୍ରାମବାସୀ ଏବଂ ପଛୁଆ ବର୍ଗ ଙ୍କର ମତାମତ ନିଆଯିବା ଉଚିତ୍ ଥିଲା ।

Leave A Reply

Your email address will not be published.