ଖୁବ ଶୀଘ୍ର ଘୋଷଣା ହୋଇପାରେ ପଂଚାୟତ ନିର୍ବାଚନ ତାରିଖ : ବିଜେଡି ର ନିର୍ବାଚନ ରଣନୀତି ପ୍ରସ୍ତୁତ

16

ଆଗକୁ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ସମସ୍ତ ଦଳ ପକ୍ଷରୁ ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ପଂଚାୟତ ନିର୍ବାଚନ ପରେ ପରେ ନିର୍ବାଚନ ହେବାକୁ ଅଛି । ତେଣୁ ଶାସକ ଦଳ ପକ୍ଷରୁ ପଞ୍ଚାୟତ ନିର୍ବାଚନ ଜିତିବା ପାଇଁ ସଂଗଠନକୁ ଅଧିକରୁ ଅଧିକ ମଜବୁତ କରୁଛି ବିଜେଡି । ପଞ୍ଚାୟତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବା ପାଇଁ ଛାତ୍ର ଓ ଯୁବ ଜନତା ଙ୍କୁ ଦଳ ଦେଇଛି ଗୁରୁ ଦାୟିତ୍ୱ । ସେହିପରି ୧୪୭ ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତକୁ ଜଗିବେ ଛାତ୍ର ଓ ଯୁବ କର୍ମକର୍ତ୍ତା । ଏଥିପାଇଁ ଆଜି ଭୁବନେଶ୍ୱର ବରମୁଣ୍ଡା ପଡିଆ ଠାରେ ଆୟୋଜିତ ଯୁବ ଛାତ୍ର ନେତୃତ୍ୱ ସମ୍ମିଳନୀରେ ଯୁବ ଛାତ୍ରଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ବରିଷ୍ଠ ନେତା । ପଂଚାୟତ ନିର୍ବାଚନ ରେ ଦଳ ବାଜିମାତ କରିବା ପାଇଁ ଯୁବ ଓ ଛାତ୍ରଙ୍କୁ ବିଜେଡି ମୁଖ୍ୟ ଅସ୍ତ୍ର କରୁଥିବାବେଳେ ମୁଖ୍ୟ ପ୍ରସଙ୍ଗ ରେ କେନ୍ଦ୍ର ର ଅବହେଳା,ଦରଦାମ ବୃଦ୍ଧି ,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଏବଂ ତୈଳଦର ବୃଦ୍ଧିକୁ ପ୍ରସଙ୍ଗ କରି ନିର୍ବାଚନ ବୈତରଣୀ ପାର ହେବାକୁ ଥିବା ବେଳେ ,ବିରୋଧୀ ବିଜେପି ଓ କଂଗ୍ରେସ ସେମାନଙ୍କ ମୁଖ୍ୟ ଅସ୍ତ୍ର ଧରି ନିର୍ବାଚନ ରଣାଙ୍ଗନକୁ ଡେଇଁବାକୁ ପ୍ରସ୍ତୁତ ହୋଇ ରହିଲେଣି I
ପଞ୍ଚାୟତ ସମିତିସ୍ତରୀୟ ନିର୍ବାଚିତ ପ୍ରତିନିଧିଙ୍କର ଏବଂ ମାର୍ଚ୍ଚ ୧୨ରେ ଜିଲ୍ଲା ପରିଷଦ ସଦସ୍ୟମାନଙ୍କର କାର୍ୟ୍ୟକାଳ ଶେଷ ହେବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ Iପୂର୍ବରୁ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ଘୋଷଣା ହୋଇସାରିଛି । ୯୧,୯୧୩ ୱାର୍ଡ଼,୬୭୯୪ ପଞ୍ଚାୟତରେ ହେବ ନିର୍ବାଚନ । ସେହିପରି ରାଜ୍ୟରେ ୮୫୩ ଜିଲ୍ଲା ପରିଷଦ ଆସନ ପାଇଁ ହେବ ନିର୍ବାଚନ । ସେଥିପାଇଁ ଆବଶ୍ୟକ ବାଲାଟ ବାକ୍ସ ସଂଗ୍ରହ କରାଯାଉଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ୟ୍ୟାଳୟ ପକ୍ଷରୁ ଏହା ସୂଚନା ଦିଆଯାଇଛି । ଯାହା ସୂଚନା ମିଳୁଛି ଡ଼ିସେମ୍ବର ମାସ ଶେଷ ସୁଦ୍ଧା ଏହି ତାରିଖ ଘୋଷଣା ହୋଇପାରେ । ଏଥର ପ୍ରତି ବ୍ଲକ ରେ ଭୋଟ ଗଣତି ହେବାକୁ ଥିବା ବେଳେ ପ୍ରତି ୱାର୍ଡ଼ ଗୁଡିକରେ ସେହି ଅନୁସାରେ ବାଲାଟ୍ ବାକ୍ସ ର ଆବଶ୍ୟକତା ପଡ଼ିବ । ଏହାକୁ ସୁରୁଖୁରୁ ରେ ଶେଷ କରିବା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି । ୨୦୧୭ରେ ଯେପରି ୫ ଟି ପର୍ୟ୍ୟାୟରେ ନିର୍ବାଚନ ହୋଇଥିଲା ଏଥିର ମଧ୍ୟ ୫ ଟି ପର୍ୟ୍ୟାୟରେ ନିର୍ବାଚନ ହେବ । ତେଣୁ ପ୍ରସ୍ତୁତି ଚୁଡ଼ାକ୍ତ ପରେ ତାରିଖ ଘୋଷଣା ହେବ I

Leave A Reply

Your email address will not be published.