ଓମିକ୍ରନ :୧୧ ଟି ରାଜ୍ୟକୁ ବ୍ୟାପିଲା ,ସଂକ୍ରମିତ ସଂଖ୍ୟା ୧୦୦ ପାର କେନ୍ଦ୍ରର ର ଚେତାବନୀ

19

ଦକ୍ଷିଣ ଆଫ୍ରିକାରୁ ସମଗ୍ର ବିଶ୍ୱକୁ ବ୍ୟାପିଥିବା କରୋନାର ନୂତନ ପ୍ରଜାତି ଓମିକ୍ରନ ର ସଂକ୍ରମଣ ଭାରତରେ ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି I ଓମିକ୍ରନ୍ ମାମଲାର ଅନୁସନ୍ଧାନ ପାଇଁ ସରକାର ଜିନୋମ ସିକ୍ୱେନସିଂ ଟେଷ୍ଟ କରିଥିବାବେଳେ ଅନ୍ୟପକ୍ଷରେ ଜନସାଧାରଣ ଙ୍କୁ କଡାକଡି ଭାବରେ କୋଭିଡ ଗାଇଡ଼ ଲାଇନ ପାଳନ କରିବାକୁ ସତର୍କ କରାଯାଇଛି । ଆଜି ଓମିକ୍ରନ୍ ଉପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ୧୧ ଟି ରାଜ୍ୟରୁ ୧୦୧ ରୁ ଅଧିକ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି ।
ଦିଲ୍ଲୀରେ ଆଜି ଆଉ ୧୦ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବ ପରେ ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଂଚିଛି । ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୩୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସହିପରି ମହାରାଷ୍ଟ୍ର ପଛକୁ ଅଛି ରାଜସ୍ଥାନ । ରାଜସ୍ଥାନରେ ୧୭ଟି ଓମିକ୍ରନ ମାମଲା ଠାବ ହୋଇଛି । କେରଳରେ ୫, ଗୁଜରାଟରେ ୫, କର୍ଣ୍ଣାଟକ ୮, ତେଲେଙ୍ଗାନା ୬ ଏବଂ ପଶ୍ଚିମବଙ୍ଗ ୧, ତାମିଲନାଡୁ ୧, ଆନ୍ଧ୍ରପ୍ରଦେଶ ୧ ଏବଂ ଚଣ୍ଡିଗଡରେ ଗୋଟିଏ କରୋନା ମାମଲା ଠାବ ହୋଇଛି । ଦେଶରେ ଗୁରୁବାର ମୋଟ୍ ୯ଟି ଓମିକ୍ରନ ମାମଲା ଚିହ୍ନଟ ହୋଇଥିଲା ।ଏହା ମଧ୍ୟରୁ ତେଲେଙ୍ଗାନାରୁ ୪ ଏବଂ କର୍ଣ୍ଣାଟକରୁ ୫ଟି ନୂଆ ଓମିକ୍ରନ ମାମଲା ଚିହ୍ନଟ ହୋଇଥିଲା । ଏହି ନୂଆ ମାମଲା ଗୁଡିକୁ ମିଶାଇ ତେଲେଙ୍ଗାନାରେ ୬ଟି, କର୍ଣ୍ଣାଟକରେ ୮ଟି ଓମିକ୍ରନ ମାମଲା ଚିହ୍ନଟ ହେବା ଚିନ୍ତା ବଢାଇ ଦେଇଛି । କର୍ଣ୍ଣାଟକରୁ ଚିହ୍ନଟ ୫ ମାମଲା ମଧ୍ୟରୁ ୩ ଜଣ ବିଦେଶରୁ ଫେରିଛନ୍ତି । ୨ ଜଣ ଦିଲ୍ଲୀରୁ ବେଙ୍ଗାଲୁରୁ ଆସିଥିଲେ । ବିଦେଶରୁ ଫେରିଥିବା ୩ ଜଣଙ୍କ ବୟସ ୧୯, ୫୨ ଏବଂ ୩୩ ବର୍ଷ ହେବ । ମହାରାଷ୍ଟ୍ରରେ ୩୨ଟି ଓମିକ୍ରନ ଚିହ୍ନଟ ହେବା ପରେ ମହାରାଷ୍ଟ୍ର ସରକାର ଏହାକୁ ନେଇ ଶକ୍ତ କଟକଣା ଲାଗୁ କରିଦେଲେଣି ।
ଏହା ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ଜନସାଧାରଣ ଙ୍କୁ ବର୍ତ୍ତମାନ ଅନାବଶ୍ୟକ ଭ୍ରମଣ ଏବଂ ଜନସମାଗମ ରୁ ଦୁରେଇ ରହିବI ଉଚ୍ଚିତ I ଏହା ଛଡI ନୂଆବର୍ଷ ପାଳନ ରେ ମଧ୍ୟ ଭିଡ଼ ନ କରିବା ପାଇଁ ବାରଣ କରାଯାଇଛି I ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହା ଯାଇଛି କି ଅନ୍ୟ ଦେଶରେ ଓମିକ୍ରନ୍‌ର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଆମକୁ ସତର୍କ ରହିବା ଆବଶ୍ୟକ I

Leave A Reply

Your email address will not be published.