ପୁଣି ଏକ ସାଇବର ଠକେଇ : IPSଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୨ ବର୍ଷରେ ୧୦ ଲକ୍ଷ ଟଙ୍କା ଗାଏବ୍

16

ଗୋଟିଏ ପରେ ଗୋଟିଏ ସାଇବର ଲୁଟ ଘଟଣା ସାମ୍ନାକୁ ଆସୁଛି ଇ ଏବେ ସାଇବର ଲୁଟେରାଙ୍କ ଟାର୍ଗେଟ ରେ ଅଛନ୍ତି ବଡ଼ ବଡ଼ିଆ ସରକାରୀ ଅଫିସର ମାନେ ଇ ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର୍ ଲୁଟ୍ ମାମଲା । ସେହିଭଳି ଏକ ଘଟଣା କ୍ରମରେ ଆଇପିଏସ୍ ସୁଶାନ୍ତ ନାଥଙ୍କ ପତ୍ନୀ ଡାକ୍ତର ଅନୁଜା ତ୍ରିପାଠୀ ଙ୍କ ଆକାଉଣ୍ଟରୁ ଟଙ୍କା ୧୦ ଲକ୍ଷ ଟଙ୍କା ଗାଏବ୍ ହୋଇଥିବା ମାମଲା ସାମ୍ନାକୁ ଆସିଛି । ପ୍ରାୟ ୨ ବର୍ଷରେ ଧରି ଏହି ଟଙ୍କା ଲୁଟ ଚାଲି ଥିବା ଅଭିଯୋଗ ହୋଇଛି । ଠକେଇ ମାମଲାକୁ ନେଇ କଟକ ସାଇବର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.