ସିନା ବୋରା ହତ୍ୟା ମାମଲା : ‘ମରିନାହିଁ , ବଂଚିଛି ମୋ ଝିଅ’ : ଇନ୍ଦ୍ରାଣୀ ମୁଖାର୍ଜୀ

19

ଦୀର୍ଘ ଛ’ ବର୍ଷ ଧରି ଜେଲରେ ରହିବା ପରେ ଥିବା ଇନ୍ଦ୍ରାଣୀ ମୁଖାର୍ଜୀ ବର୍ତ୍ତମାନ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି I ୨୦୧୨ରେ ଝିଅ ଶୀନା ବୋରାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତା ପୂର୍ବତନ ମିଡିଆ ଏକ୍ଜିକ୍ୟୁଟିଭ୍‌ ଇନ୍ଦ୍ରାଣୀ ମୁଖାର୍ଜୀ ‘ସିବିଆଇ’ର ନିର୍ଦେଶକଙ୍କୁ ଲେଖିଥିବା ଏକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଶୀନା ବୋରା ବଞ୍ଚିଛି। ତାଙ୍କର ଏହି ବଡ ଖୁଲାସା ବିଷୟରେ ଜାଣି କୋର୍ଟ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି ଇ ଉକ୍ତ ଚିଠିରେ ‘ସିବିଆଇ’ କୁ ଇନ୍ଦ୍ରାଣୀ ମୁଖାର୍ଜୀ କହିଛନ୍ତି ଯେ ତାଙ୍କ ଝିଅ ଜୀବିତ ଅଛି ଏବଂ ସେ କାଶ୍ମୀରରେ ରହୁଛି । , ତେଣୁ ତାଙ୍କୁ ସେଠାରେ ଖୋଜାଯାଉ । ନଭେମ୍ବର ୨୭ ରେ ସିବିଆଇକୁ ଲେଖିଥିବା ଚିଠିରେ ଇନ୍ଦ୍ରାଣୀ କହିଛନ୍ତି ଯେ ଶ୍ରୀନଗରରେ ଛୁଟିକାଟୁ ଥିବା ସମୟରେ ତାଙ୍କର ଜଣେ ମହିଳା ଅଧିକାରୀ ଶିନାଙ୍କୁ ସେଠାରେ ଦେଖିଛନ୍ତି । ସେହି ଅଧିକାରୀ ଜଣକ ନଭେମ୍ବର ୨୫ ରେଶ୍ରୀ ନଗର ରେ ସିନା ଙ୍କୁ ଦେଖି ଇନ୍ଦ୍ରାଣୀ ଙ୍କୁ ଫୋନ ରେ କହିଥିଲେ I ଏହି ବିଷୟ କୁ ନେଇ ଇନ୍ଦ୍ରାଣୀ ଙ୍କ ଓକିଲ ସାନା ରାଇସ ଖାନ ଡିସେମ୍ବର ୨୮ ରେ ସିବିଆଇ ର ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିବାକୁ ଯାଉଛନ୍ତି ଇ
ସୂଚନା ଅନୁସାରେ ଶୀନା ବୋରା ହତ୍ୟା ମାମଲାରେ ଅଗଷ୍ଟ୨୦୧୫ରୁ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଗିରଫ କରାଯାଇ ମୁମ୍ବାଇସ୍ଥିତ ବାଇକୁଲ୍ଲା ଜେଲରେ ରଖାଯାଇଛି । ଗତ ମାସରେ ବମ୍ବେ ହାଇକୋର୍ଟ ତାଙ୍କର ଜାମିନ ଆବେଦନ ଅଗ୍ରାହ୍ୟ କରିଦେବାରୁ ଓକିଲ ସାନା ଖାଁଙ୍କ ଜରିଆରେ ସେ ସୁପ୍ରିମକୋର୍ଟରେ ଆବେଦନ କରିବାର ସମ୍ଭାବନା ଅଛି। ୨୦୧୨ ରେ ଇନ୍ଦ୍ରାଣୀ ତାଙ୍କ ଝିଅ ଶିନା ବୋରାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା , ଯାହାର ବିଚାର ସିବିଆଇ ର ଏକ ସ୍ୱତନ୍ତ୍ର କୋର୍ଟରେ ଚାଲିଛି।

ମୁମ୍ବାଇ ପୁଲିସ ଏବଂ ‘ସିବିଆଇ’ କହିବା ଅନୁସାରେ, ଇନ୍ଦ୍ରାଣୀ ମୁଖାର୍ଜୀ ନିଜର ଦୁଇ ସନ୍ତାନ ଶୀନା ଓ ମିଖେଲ୍‌ଙ୍କୁ ପରିତ୍ୟାଗ କରିବା ପରେ ସେମାନେ ଗୌହାଟିସ୍ଥିତ ଅଜାଆଈଙ୍କ ଘରେ ରହୁଥିଲେ। ଏ ଭିତରେ ଇନ୍ଦ୍ରାଣୀ ମିଡିଆ ଏକ୍ଜିକ୍ୟୁଟିଭ୍‌ ପିଟର୍‌ ମୁଖାର୍ଜୀଙ୍କୁ ବାହା ହୋଇଥିବାର ଫଟୋ ଗୋଟାଏ ପତ୍ରିକାରେ ଦେଖିବା ପରେ ଶୀନା ମାଆଙ୍କ ବିଷୟରେ ସବୁକଥା ଜାଣିପାରିଥିଲେ।ଏହାପରେ ଶୀନା ମୁମ୍ବାଇ ଯାଇ ମାଆ ଇନ୍ଦ୍ରାଣୀଙ୍କୁ ଭେଟିଥିଲେ। ଶୀନା ତାଙ୍କର ଭଉଣୀ ବୋଲି ଇନ୍ଦ୍ରାଣୀ ସମସ୍ତଙ୍କୁ କହିବା ସହ ସ୍ବାମୀ ପିଟର୍‌ଙ୍କୁ ମଧ୍ୟ କହିଥିଲେ। କିନ୍ତୁ, ୨୦୧୨ରୁ ଶୀନାଙ୍କର କୌଣସି ପତ୍ତା ମିଳୁନ ଥିଲା ।

ଶେଷରେ ୨୦୧୫ରେ ଘଟଣାର ତଦନ୍ତକାରୀମାନେ କହିଲେ ଯେ, ଇନ୍ଦ୍ରାଣୀ ଶୀନାଙ୍କୁ ମୁମ୍ବାଇର ବାନ୍ଦ୍ରାରେ ଶ୍ବାସରୁଦ୍ଧ କରି ହତ୍ୟା କରିବା ପରେ ଶବକୁ ରିଆଗଡ଼ ଜିଲ୍ଲାରେ ଫିଙ୍ଗି ଦେଇଥିଲେ। ସେମାନେ ସେଠାରୁ ଶୀନାଙ୍କର ଦେହାବଶେଷ ପାଇଥିବା କଥା ମଧ୍ୟ ଦାବି କରିଥିଲେ। କିନ୍ତୁ, ଇନ୍ଦ୍ରାଣୀ ଏକଥା ଅସ୍ବୀକାର କରି ଆସୁଛନ୍ତି।

Leave A Reply

Your email address will not be published.