ନୀତି ଆୟୋଗ ଉପାଧ୍ୟକ୍ଷ ଙ୍କ ୩ ଦିନିଆ ଓଡିଶା ଗସ୍ତ : ବିଭିନ୍ନ ପ୍ରସଙ୍ଗ ରେ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କଲେ

16

ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ତିନି ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି । ଏହି ଗସ୍ତ ସମୟରେ ଲୋକସେବା ଭବନ କନଭେନସନ ହଲରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ବୈଠକରେ ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି । ନୀତି ଆୟୋଗଙ୍କ ସହ ବସିଥିବା ରାଜ୍ୟ ସରକାରଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ଅନେକ ଗୁଡିଏ ଦାବି ରଖିଛନ୍ତି । ସେହିପରି ୨୦୧୧ରୁ ୨୦୨୦ ମଧ୍ୟରେ ଓଡ଼ିଶାରେ ମୁଣ୍ଡପିଛା ଆୟ ଅଧିକ ବେଗରେ ବଢୁଛି। ଖଣିଜ ରୟାଲଟି ବଢାଇବା ପ୍ରସଙ୍ଗରେ ରାଜ୍ୟର ଦାବି ସମ୍ପର୍କିତ ଆଲୋଚନା ହୋଇଛି। ଏହାସହ ପର୍ଯ୍ୟଟନ, କୃଷି ସମ୍ପର୍କିତ ସମସ୍ୟା ଓ ବିକାଶ ଦିଗରେ ଆଲୋଚନା ହୋଇଛି । ପରେ ରାଜୀବ କୁମାର ବିଭିନ୍ନ ଶିଳ୍ପ ସଂସ୍ଥା ଓ ଚାମ୍ବରର ପ୍ରତିନିଧିଙ୍କ ସହ ଆଲୋଚନା ହୋଇଛି । ପରେ ସମନ୍ବିତ ବିକାଶ ଯୋଜନା ଲକ୍ଷ୍ୟ ହାସଲ ବାବଦରେ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରାଯିବ ।
ଅନ୍ୟପଟେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଯେଉଁଭଳି କାର୍ଯ୍ୟ କରୁଛି ସେଥିପାଇଁ ନୀତି ଆୟୋଗ ଉପାଧ୍ୟକ୍ଷ ମଧ୍ୟ ରାଜ୍ୟକୁ ପ୍ରଂଶସା କରିଛନ୍ତି । ଏହି ବୈଠକରେ ନବୀନ କହିଛନ୍ତି ଯେ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶା ବହୁତ ଉନ୍ନତି କରିଛି । ତେବେ ଓଡିଶାକୁ ଅଗ୍ରଣୀ ରାଜ୍ୟ ଭାବେ ଗଢି ତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ପାଇଁ ରାଜ୍ୟ ଉପରେ ବୋଝ ପଡ଼ୁଛି । ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପଛରେ ପଡ଼ିଯାଉଛି ଓଡ଼ିଶା । ତେଣୁ ଓଡ଼ିଶାକୁ ସାହାଯ୍ୟ କରିବାକୁ ସେ ଦାବି ରଖିଛନ୍ତି । ଏଥିସହ ଖଣିଜ ଉତ୍ପାଦନକୁ ଏକ ପ୍ରତିଶତରୁ ଦୁଇ ପ୍ରତିଶତରୁ ଅଧିକ କରିବାକୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି। ଏହାକୁ ଆଗେଇ ନେବାକୁ ଏସଡ଼ିଜି ମନୀଟରିଙ୍ଗ ୟୁନିଟ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜୀବ କୁମାର ।

ଏହାବାଦ୍ ରାଜ୍ୟରେ କୀଟନାଶକ ମୁକ୍ତ କୃଷିକୁ ପରିବର୍ତ୍ତନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ରାଜ୍ୟର ନିଜର ପ୍ରାଥମିକତା ଏବଂ ନିର୍ଦ୍ଦିଷ୍ଟତା ରହିଛି ବୋଲି ଦର୍ଶାଇ ସେ କହିଛନ୍ତି ଯେ ରାଜ୍ୟ ପାଇଁ ଏକ ନିର୍ଦ୍ଦିଷ୍ଟ ବିକାଶ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ନୀତି ଆୟୋଗ ଓଡିଶା ସହ ସହଭାଗୀ ହେବାକୁ ଆଗ୍ରହୀ ରହିଛି । 

Leave A Reply

Your email address will not be published.