ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ‘ଖରମାସ’ କରନ୍ତୁ ଏହି ଶୁଭ କାର୍ଯ୍ୟ

17

ଖର ମାସ ରେ କୌଣସି ବିବାହ,ବ୍ରତ ସମେତ ଅନେକ ଶୁଭ କାର୍ଯ୍ୟ ନିଷେଧ ବୋଲି ଶାସ୍ତ୍ରରେ କୁହାଯାଇଛି I ଯଦିଓ ଖାରମାସରେ କୌଣସି ଶୁଭ କାମ କରିବା ନିଷେଧ, କିନ୍ତୁ ଏହି ଧନୁ ଖର ମାସରେ ଏଇ ଭଳି କିଛି ଶୁଭ କାମ କରାଯାଇପାରିବ :

୧୬ ଡିସେମ୍ବର ଠାରୁ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି I ଯେତେବେଳେ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରନ୍ତି, ସମସ୍ତ ଶୁଭ କାର୍ଯ୍ୟ ବନ୍ଦ ହୋଇଯାଏ I କାରଣ ଧନୁ ସଂକ୍ରାନ୍ତି ଠାରୁ ଖର ମାସ ଆରମ୍ଭ ହୁଏ I ଏହା ପ୍ରାୟ ଏକ ମାସ ପର୍ଯ୍ୟନ୍ତ ରହିଥାଏ I ଏହା ପରେ, ଯେତେବେଳେ ମକର ରାଶିରେ ସୂର୍ଯ୍ୟ ପ୍ରବେଶ କରନ୍ତି , ସେତେବେଳେ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ I ଜ୍ୟୋତିଷ ଶାସ୍ତ୍ରରେ ଧନୁ ଖରମାସ ଙ୍କୁ ଏକ କଳା ମାସ କୁହାଯାଏ। ତେଣୁ ଏହି ମାସ ରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ ହୁଏ ନାହିଁ I

କଣ ଶୁଭ କାମ କରିବେ ଏହି ମାସ ରେ

ଏହି ମାସ ରେ ପ୍ରେମ ବିବାହ କିମ୍ବା ସ୍ଵୟଂବର ଥାଏ , ତେବେ ଏହି ବିବାହ କରାଯାଇ ପାରିବ I ଏହା ବ୍ୟତୀତ ଯଦି କୁଣ୍ଡଳୀରେ ବୃହସ୍ପତି ,ଧନୁ ରାଶିରେ ଥାଆନ୍ତି, ତେବେ ଏପରି ପରିସ୍ଥିତିରେ ଜାତକରେ ଶୁଭ କାର୍ଯ୍ୟ କରାଯାଇପାରିବ I ଏହି ସମୟ ରେ ଜାତକ ବ୍ୟକ୍ତି ପାଇଁ କୌଣସି ପ୍ରତିବନ୍ଧକ ନ ଥାଏ I ଏପରିକି ଦୈନନ୍ଦିନ ପୂଜା ପାଠ ଭଳି ସମସ୍ତ ଶୁଭ କାର୍ଯ୍ୟ ମଧ୍ୟ କରାଯାଇପାରିବ I ଆହୁରି ମଧ୍ୟ, ଖରମାସ ସମୟରେ, ସୀମାନ୍ତ ଜାତକର୍ମ , ଅନ୍ନପ୍ରଶ୍ନ ,ମୁଣ୍ଡନ ଭଳି କାର୍ଯ୍ୟ କରିବାକୁ ଯଦି ପୂର୍ବରୁ ସ୍ଥିର ହୋଇଥାଏ ତେବେ ଏହି ମାସରେ ତାହା ସମ୍ପୂର୍ଣ୍ଣ କରାଯାଇ ପାରିବ I ଏହା ସହିତ, ଗୟାରେ ଶ୍ରଦ୍ଧା, ପିତୃପୁରୁଷଙ୍କ ପାଇଁ ତର୍ପଣ ମଧ୍ୟ ଖରମାସ ରେ କରାଯାଇପାରିବ, ଏହା ନିଷେଧ ନୁହେଁ I

ଖର ମାସରେ ବିବାହ ଆଦି ଶୁଭ କାର୍ଯ୍ୟ କାହିଁକି କରାଯାଏ ନାହିଁ

ବିବାହର ଉଦ୍ଦେଶ୍ୟ ହେଉଛି ଜୀବନରେ ସୁଖ ଏବଂ ସମୃଦ୍ଧତା ପାଇବା I ଜ୍ୟୋତିଷ ଶାସ୍ତ୍ରରେ ଧନୁ ରାଶି ସମୃଦ୍ଧତା ଏବଂ ସୌଭାଗ୍ୟ ର ପ୍ରତୀକ ଭାବରେ ବିବେଚନା କରାଯାଏ। ଖର ମାସ ଆରମ୍ଭ ହେବା ମାତ୍ରେ ସୂର୍ଯ୍ୟ ଧନୁ ରାଶି ରେ ପ୍ରବେଶ କରନ୍ତି I ଯାହା ସୁଖ ଏବଂ ସମୃଦ୍ଧତା ପାଇଁ ଭଲ ସମୟ ବୋଲି ବିବେଚନା କରାଯାଏ ନାହିଁ ଇ ତେଣୁ ବିଶ୍ୱାସ କରାଯାଏ ଯେ ଯଦି ଏହି ସମୟରେ ବିବାହ ଆଦି ହୁଏ ତେବେ ଜାତକ ବ୍ୟକ୍ତି ଙ୍କୁ କୌଣସି ଭାବନାତ୍ମକ ତଥା ସାଂସାରିକ ସୁଖ ସୌଭାଗ୍ୟ ପ୍ରାପ୍ତ ହୋଇ ନ ଥାଏ ଏହା ଛଡା ଦୁର୍ଭାଗ୍ୟ ମଧ୍ୟ ପିଛା ଛାଡି ନ ଥାଏ ଇ ତେଣୁ ଧନୁ ମାସ ରେ କୌଣସି ଶୁଭ କାର୍ଯ୍ୟ କରାଯାଇ ନ ଥାଏ I

Leave A Reply

Your email address will not be published.