ସୁରକ୍ଷା କର୍ମୀ ଙ୍କ ଏନ୍କାଉଣ୍ଟର ରେ ଲସ୍କର-ଇ -ତୋଇବା ର ଆତଙ୍କବାଦୀ ନିହତ

14

ସୋମାବାର ସନ୍ଧ୍ୟାରେ ଶ୍ରୀନଗରରେ ସୁରକ୍ଷାବଳ ବସ୍ ଉପରେ ହୋଇଥିବା ଆତଙ୍କ ବାଦୀ ଆକ୍ରମଣ ପରେ ସେନା ପକ୍ଷରୁ ଜୋରଦାର ଅ ପରେସନ ଜାରି ରହିଛି । ପୁଂଚ ସେକଟର ରୁ ସେନା ସର୍ଚ୍ଚ ଅପରେସନ୍ ଜାରି ରଖି ଲସ୍କର-ଇ – ତୋୟବାର ଜଣେ ଆତଙ୍କବାଦୀ କୁ ଏନକାଉଣ୍ଟର କରିଛି ।ଏଠାରେ ୨ରୁ ୩ଜଣ ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସେନା ସର୍ଚ୍ଚ ଅପରେସନ୍ ଜାରି କରିଛି । ଯେଉଁଥିରେ ସବୁ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଟାର୍ଗେଟ ରଖିଛି ୧୬ ରାଷ୍ଟ୍ରୀୟ ରାଇଫଲ୍ସ ଓ ଏସଓଜି ଟିମର ମିଳିତ ଶକ୍ତି ।
ସୂଚନା ମୁତାବକ, ସୋମବାର ସନ୍ଧ୍ୟା ସମୟରେ ଏକ ବସ୍ ଯୋଗେ ସୁରକ୍ଷାବଳ ଯାଉଥିବାବେଳେ କିଛି ଆତଙ୍କବାଦୀ ବାଇକରେ ଆସି ବସ୍ ଉପରକୁ ଅଚାନକ ଗୁଳି ମାଡ କରିଥିଲେ । ବସ୍ ବୁଲେଟ ପ୍ରୁଫ୍ ହୋଇନଥିବା କାରଣରୁ ଗୁଳି ବସର କାଚ ଭେଦ କରି ପୋଲିସ କର୍ମୀଙ୍କୁ ଦେହରେ ମାଡ ହୋଇଥିଲା । ଫଳରେ ଘଟଣାସ୍ଥଳରେ ୨ ପୋଲିସ କର୍ମୀଙ୍କ ଦେହାନ୍ତ ହୋଇଥିବାବେଳେ ୧୨ ଜଣ ଗୁରୁତର ଆହତ ହୋଇ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ବିଳମ୍ବିତ ରାତିରେ ଗୁରୁତର ଥିବା ଆଉ ଜଣେ ପୋଲିସ କର୍ମୀ ସହିଦ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ- ମହମ୍ମଦର ଗ୍ରୁପ୍ କାଶ୍ମୀର ଟାଇଗର ନିଜକୁ ଦାୟୀ କରିଥିଲା ।

Leave A Reply

Your email address will not be published.