ମଧୁମେହ ଲକ୍ଷଣ ପାଇଁ କରିପାରିବେ ଏହି ଉପାୟ

17

ମଧୁମେହ କୌଣସି ରୋଗ ନୁହଁ ଏହା ଏକ ଲକ୍ଷଣ ମାତ୍ର I କିନ୍ତୁ ବେଳ ଥାଉଁ ଥାଉଁ ସାବଧାନ ନ ହେଲେ ଏହା ପ୍ରାଣଘାତକ ହୋଇଥାଏ I ମଧୁମେହ ର ସାଧାରଣତଃ ତିନି ଭଉଣୀ ହେଇଥାନ୍ତି ,ମଧୁମେହ ,ହୃଦ୍ରୋଗ ଏବଂ ଉଚ୍ଚ ରକ୍ତଚାପ I ଏଥିପାଇଁ ଆପଣଙ୍କୁ ନିଜର ଦୈନନ୍ଦିନ ଜୀବନ ଶୈଳୀ ସହିତ ଖାଦ୍ୟ ପାନୀୟ ରେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ I ଏଇଭଳି କିଛି ଘରେ କରିପାରୁଥିବା ଉପାୟ ବିଷୟରେ ଜାଣନ୍ତୁ :

କ୍ଷୀରରେ ମିଶାଇ ଏହି ଦୁଇଟି ଜିନିଷ ପିଅନ୍ତୁ, ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ପାଇଁ ବହୁତ ଲାଭ ଦାୟକ ହୋଇଥାଏ I

ମଧୁମେହ ରୋଗୀଙ୍କ ପାଇଁ ଜୀବନଶୈଳୀ ଅଭ୍ୟାସ ଏବଂ ଖାଦ୍ୟପେୟର ବିଶେଷ ଯତ୍ନ ନେବା ଜରୁରୀ ଅଟେ I କୌଣସି ବିରୋଧୀ ଖାଦ୍ୟ ଯୋଗୁଁ ରକ୍ତରେ ଥିବା ଗ୍ଲୁକୋଜର ସ୍ତରବଢିପାରେ I ଏହା ସ୍ନାୟୁ, ବାରମ୍ବାର ପରିସ୍ରା ଲାଗିବା , ମୁଣ୍ଡ ବୁଲାଇବା ଏବଂ ଅତ୍ୟଧିକ ଶୋଷ ଲାଗିବା ଭଳି ସମସ୍ୟା କୁ ବଢ଼ାଇଥାଏ ତା ସହିତ ଏହା ମଧୁମେହ ରୋଗୀଙ୍କ ହୃଦଘାତ, କିଡନୀ ବିଫଳତା ଏବଂ ଷ୍ଟ୍ରୋକର ଆଶଙ୍କା କୁ ମଧ୍ୟ ବଢ଼ାଇଥାଏ I

ଦୈନନ୍ଦିନ ଖାଦ୍ୟରେ ଏହିପରି ଅନେକ ଜିନିଷ ଅନ୍ତର୍ଭୁକ୍ତ, ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ I ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ କ୍ଷୀରରେ ହଳଦୀ ଏବଂ ଡାଲଚିନି ମିଶାଇ ପିଇବା ଆପଣଙ୍କ ପାଇଁ ଲାଭଦାୟକ ହେବ I

କ୍ଷୀରରେ ପ୍ରୋଟିନ୍, କ୍ୟାଲସିୟମ୍, ଜିଙ୍କ, ଭିଟାମିନ୍ ଡି ଏବଂ ପୋଟାସିୟମ୍ ଥାଏ I ବିଶେଷଜ୍ଞଙ୍କ ଅନୁଯାୟୀ, ମଧୁମେହ ରୋଗୀଙ୍କ ପାଇଁ କ୍ଷୀର ବହୁତ ଉପକାରୀ ଏବଂ ଯଦି ଆପଣ ଏଥିରେ ଚିମୁଟେ ଡାଲଚିନି ଗୁଣ୍ଡ ଏବଂ ହଳଦୀ ମିଶାଇ ଏହାକୁ ପିଅନ୍ତି, ତେବେ ଏହାର ଲାଭ ଦ୍ୱିଗୁଣିତ ହେବ I
ହଳଦୀ – କ୍ଷୀର
ହଳଦୀ ରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଫଙ୍ଗଲ୍ ଗୁଣ ରହିଛି I ଏଥିରେ ଫାଇବର, ପ୍ରୋଟିନ୍, ଭିଟାମିନ୍ କେ, ସି, ପୋଟାସିୟମ୍, କ୍ୟାଲସିୟମ୍, ତମ୍ବା, ଲୁହା, ଜିଙ୍କ୍ ଏବଂ ମ୍ୟାଗ୍ନେସିୟମ୍ ଥାଏ I ଏକ ଗ୍ଲାସ୍ କ୍ଷୀରରେ ଏକ ଚାମଚ ହଳଦୀ ମିଶାଇ ପିଇବା ଆପଣଙ୍କ ପାଇଁ ଲାଭଦାୟକ ହେବ I ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜବୁତ ହେବ I

କ୍ଷୀର-ଡାଲଚିନି
ଡାଲଚିନି ରେ ଲୌହ , ପୋଟାସିୟମ୍ ଏବଂ ଭିଟାମିନ୍ ଭରପୂର ଥାଏ I ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଚିମୁଟେ ଡାଳଚିନି ଗୁଣ୍ଡ ମିଶ୍ରିତ କରି ପିଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ହୋଇଥାଏ I ଏହାଦ୍ୱାରା ବାରମ୍ବାର ପରିଶ୍ରା ଲାଗିବା କିମ୍ବା ରାତିରେ ଅତ୍ୟଧିକ ଶୋଷ ଲାଗିବା ଭଳି ସମସ୍ୟା ଆସି ନ ଥାଏ ଇ ଏହାବାଦ ଯଦି ଆପଣ କୌଣସି ଘରୋଇ ଉପାୟ ଆପଣାଉଛନ୍ତି ଏହା ଆପଣଙ୍କ ପାଇଁ ଫାଇଦା ମନ୍ଦ ହୋଇଥାଏ ଅବଶ୍ୟ କିନ୍ତୁ ଆପଣ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ I

Leave A Reply

Your email address will not be published.