ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକଙ୍କ ସନ୍ଦେହ ଜନକ ମୃତ୍ୟୁ : ତଦନ୍ତ ପାଇଁ ଏସ୍‌ଆଇଟି ଟିମ ଗଠନ

17

ଆଜି ସକାଳେ ପୁରୀ ଭାର୍ଗବୀ-ନୂଆନଈରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ରୁ ଜଣାପଡିଥିଲା ଯେ ଏହା ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ବ୍ରହ୍ମଗିରି ବ୍ଲକ ସାନବନ୍ଧକେରା ଗ୍ରାମର ଚିତ୍ତରଞ୍ଜନ ପଲେଇ ପଲେଇଙ୍କ ମୃତଦେହ। ଏ ବିଷୟରେ ପାଲିସ ପକ୍ଷରୁ ପରିବାର ଲୋକଙ୍କୁ ଅବଗତ କରାଇବା ପରେ ପରିବାର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଥାନାରେ ଏତଲା ଦେଇଛନ୍ତି Iଚିତ୍ତରଞ୍ଜନଙ୍କ ପରିବାର ଲୋକଙ୍କ ଏତଲା ଆଧାରରେ ପୁଲିସ୍‌ ୩୦୨ IPCରେ ମାମଲା ରୁଜୁ କରିଛି। ତ୍ୱରିତ ତଦନ୍ତ ପାଇଁ ସ୍ପେଶାଲ ଇନଭେଷ୍ଟିଗେସନ୍‌ ଟିମ (SIT) ଗଠନ କରାଯାଇଛି। ପୁରୀ ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି (SIT) ଟିମ ।
ତେବେ ମୃତ ଚିତ୍ତରଞ୍ଜନ ଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି “ଜଗା ସହ ମିଶି ସଞ୍ଜୟ ଦାସବର୍ମା ମୋ ସ୍ୱାମୀଙ୍କୁ ମାରିଦେଇଛି। ତେଣୁ ତଦନ୍ତରେ ସଞ୍ଜୟ ଦାସବର୍ମା ଓ ଜଗାକୁ ସାମିଲ କରାଯାଇ ମୋତେ ନ୍ୟାୟ ପ୍ରଦାନ କରାଯାଉ।”
ସେହିପରି ଚିତ୍ତରଞ୍ଜନ ଙ୍କ ବଡ଼ ବାପାଙ୍କ କହିବା ଅନୁସାରେ ଜଗା ଷଡଙ୍ଗୀଙ୍କ ଘରେ ଏକ ଭୋଜି ଆୟୋଜନ କରାଯାଇଥିଲା। ଭୋଜି ଖାଇବା ପାଇଁ ଜଗାଙ୍କ ଗାଡ଼ିରେ ଚିତ୍ତକୁ ନେଇ ଯାଉଥିଲେ। କିନ୍ତୁ ଗତ ଦୁଇ ଦିନ ହେଲା ଚିତ୍ତାଙ୍କର କୌଣସି ପଟ୍ଟା ମିଳୁନ ଥିଲା ଏବଂ ତାଙ୍କ ଫୋନ ବନ୍ଦ ଆସୁଥିଲା ଇ ତେଣୁ ପରିବାର ଲୋକେ ଏ ବିଷୟରେ ଶ୍ରୀ ଦାଶବର୍ମା ଙ୍କୁ ପଚାରି ଥିଲେ ଇ ମନ୍ତ୍ରୀଙ୍କ କହିବା ଅନୁସାରେ ଚିତ୍ତ ଆଜି ଦିନ ୧୧ ତା ସୁଦ୍ଧା ଫେରିଆସିବେ ବୋଲି ପରିବାର ଲୋକ ଙ୍କୁ କହିଥିଲେ I
ତେବେ ଗଡ଼ମୃଗଶିର ବ୍ରିଜ୍‌ ନିକଟରେ ତାକୁ ଯୋଜନାବଦ୍ଧ ଭାବେ ହତ୍ୟା କରି ମୃତଦେହକୁ ନଦୀକୁ ଫିଙ୍ଗି ଦିଆଯାଇଥିବା ଚିତ୍ତଙ୍କ ବଡ଼ବାପା ଅଭିଯୋଗ କରିଛନ୍ତି । କୌଣସି ଆର୍ଥିକ କାରବାର କୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ କଥା କଟାକଟି ହୋଇଥଲା ଏବଂ ଏହି ଘଟଣା ବିଷୟରେ ଶ୍ରୀ ଦାସବର୍ମା ଅବଗତ ଥିଲେ I ତେଣୁ ଏହି କାରଣ ରୁ ତାଙ୍କୁ ହତ୍ୟା କରାଯାଇ ଥାଇ ପାରେ ବୋଲି ପରିବାର ପକ୍ଷରୁ ଆଶଙ୍କା କରାଯାଉଛି I କିନ୍ତୁ ଏହି ଘଟଣାରେ ତାଙ୍କ ସମ୍ପୃକ୍ତି କୁ ନେଇ ଶ୍ରୀ ଦାସବର୍ମା ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି I

Leave A Reply

Your email address will not be published.