ଉତ୍ସର୍ଗୀକୃତ ସେବା ପାଇଁ ସମ୍ କୋଭିଡ୍ ହସ୍ପିଟାଲ୍‌ କରୋନା ଯୋଦ୍ଧା କମଳିନୀ ମଲ୍ଲିକ ସମ୍ବର୍ଦ୍ଧିତ

20

କୋଭିଡ୍ ସଂକ୍ରମିତଙ୍କର ସେବା, ଯତ୍ନ ଓ ଚିକିତ୍ସା କରିବା ଦିଗରେ ନିଜକୁ ସଂପୂର୍ଣ୍ଣ ଉତ୍ସର୍ଗୀକୃତ କରିଥିବା ସମ୍ ହସ୍ପିଟାଲ୍‌ର ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ୍ କମଳିନୀ ମଲ୍ଲିକଙ୍କୁ “ଭାରତ ଗୌରବ ଶ୍ରୀ” ସମ୍ମାନ ପ୍ରଦାନ କରାଯାଇଛି । ବିଶ୍ୱ ମାନବାଧିକାର ସୁରକ୍ଷା ସଂଘ ପକ୍ଷରୁ ଉଲ୍ଲେଖନୀୟ ସମାଜ ସେବା ନିମନ୍ତେ ସମ୍ କୋଭିଡ୍ ହସ୍ପିଟାଲ୍‌ର କରୋନା ଯୋଦ୍ଧା କମଳିନୀଙ୍କୁ ସମ୍ମାନ ପ୍ରଦାନ କରାଯାଇଛି ।
ଗତ ୨୦୨୦ ମାର୍ଚ୍ଚ ମାସରେ କୋଭିଡ୍ ମହାମାରୀ ଆରମ୍ଭ ହେବା ପରଠାରୁ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଦୀର୍ଘ ଏକ ବର୍ଷ ୮ ମାସ ଧରି ନିରନ୍ତର କରୋନା ସଂକ୍ରମିତଙ୍କର ସେବା, ଯତ୍ନ ଓ ଚିକିତ୍ସା କରିଆସୁଛନ୍ତି କମଳିନୀ । ତାଙ୍କର ପ୍ରଚେଷ୍ଟା ଫଳରେ ଅନେକ ଗୁରୁତର ସଂକ୍ରମିତ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିପାରିଛନ୍ତି ।
ଦୀର୍ଘ ଦିନ ହେବ ନିଜ ପରିବାରଠାରୁ ଦୂରରେ ରହି ହସ୍ପିଟାଲ୍‌ରେ ହିଁ ନିଃସ୍ୱାର୍ଥପର ଭାବେ ରୋଗୀ ସେବା କରିଆସୁଛନ୍ତି କମଳିନୀ । ରବିବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦକ୍ଷିଣ ଆଫ୍ରିକା ଦୂତାବାସର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଶରତଚନ୍ଦ୍ର ପ୍ରଧାନ, ମରିସସ୍‌ର ବିଶ୍ୱ ଯୁବ ସଂସ୍ଥାନର ସେକ୍ରେଟାରୀ ଜେନେରାଲ୍ ଅମରନାଥ ଦେଓ ଏବଂ ବିଶ୍ୱ ମାନବାଧିକାର ସୁରକ୍ଷା ସଂଘର ଜାତୀୟ ସଭାପତି ଅଭିନ୍ନ ହୋତା ଉପସ୍ଥିତ ଥିଲେ । ଏହି ଅବସରରେ “ଆତଙ୍କବାଦ, ପରିବେଶ ନ୍ୟାୟ ଏବଂ ମାନବାଧିକାର” ଶୀର୍ଷକ ଏକ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.