ଓମିକ୍ରନ୍ ଆଣିପାରେ ବିନାଶ, କେବଳ ଏହି ଗୋଟିଏ ଦେଶରେ ୭୫ ହଜାର ମୃତ୍ୟୁ ହୋଇପାରେ

18

ବ୍ରିଟେନରୁ ଏକ ସଦ୍ୟତମ ଖବର ଆସୁଛି ଯାହା ସମସ୍ତଙ୍କୁ ହତଚକିତ କରିଦେବ I ଖବର ଅନୁଯାୟୀ, କେବଳ ବ୍ରିଟେନରେ ଓମିକ୍ରନ୍ ୭୫ ,୦୦୦ ମୃତ୍ୟୁର କାରଣ ହୋଇପାରେ। ଓମିକ୍ରନ୍ କୁ ନେଇ ବର୍ତ୍ତମାନ ସାରା ବିଶ୍ୱରେ ଚିନ୍ତା ବଢୁଥିଵାବ ସମୟରେ ଏହିଭଳି ଖବର ବାସ୍ତବିକ ଆଶଙ୍କା କୁ ବଢ଼ାଇ ଦେଇଛି ଇ
କରୋନାର ନୂତନ ପ୍ରଜାତି ଓମିକ୍ରନ୍, ଯାହା ବର୍ତ୍ତମାନ ପାଇଁ ସବୁଠୁ ବିପଜ୍ଜନକ ବୋଲି କୁହାଯାଉଛି , ଏହା ସମଗ୍ର ବିଶ୍ୱକୁ ବିନାଶ ଦ୍ୱାରଦେଶରେ ପହଞ୍ଚାଇ ପାରିବ ବୋଲି କୁହାଯାଉଛି I ଓମିକ୍ରନ୍ ସମ୍ବନ୍ଧରେ ଏକ ନୂତନ ଅଧ୍ୟୟନ ସାମ୍ନାକୁ ଆସିଛି, ଯେଉଁଥିରେ ପ୍ରକାଶିତ ଫଳାଫଳ ଯେ କୌଣସି ବ୍ୟକ୍ତିଙ୍କୁ ଚକିତ କରିବା ପାଇଁ ଯଥେଷ୍ଟ | ଏହି ଅଧ୍ୟୟନରେ ଅନୁସାରେ ,ଯଦି ଏହି ଭୁତାଣୁ କୋଭିଡ – ୧୯ ଭଳି ମାରାତ୍ମକ ହୁଏ ତେବେ କେବଳ ଗୋଟିଏ ଦେଶ ଅର୍ଥାତ ବ୍ରିଟେନ ରୁ ହିଁ ଓମିକ୍ରନ୍ ସଂକ୍ରମଣ ଯୋଗୁଁ ୨୫ ହଜାର ରୁ ନେଇ ୭୫ ହଜାର ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ଅଛି ଇ କାରଣ ସେଠାରେ ଏବେ ବେଲଗାମ ଭାବରେ ସଂକ୍ରମଣ ବଢି ଚାଲିଛି I ଏହା ସହିତ ହସ୍ପିଟାଲରେ ଭର୍ତ୍ତି ହେବାକୁ ଥିବା ସଂକ୍ରମିତ ସଂଖ୍ୟା ମଧ୍ୟ ତଦନୁରୂପ ବୃଦ୍ଧି ପାଇବ ବୋଲି ବୈଜ୍ଞାନିକ ମାନେ ମତ ଦେଇଛନ୍ତି ଇ
ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆଫ୍ରିକାର ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଏବଂ ଟ୍ରପିକାଲ୍ ମେଡିସିନ୍ ଏବଂ ଷ୍ଟେଲେନବୋସ୍ ୟୁନିଭରସିଟିର ଅନୁସନ୍ଧାନକାରୀଙ୍କ ଏହି ଅଧ୍ୟୟନର ଆକଳନ ଅତ୍ୟନ୍ତ ନୈରାଶ୍ୟ ଜନକ ତଥା ଚିନ୍ତାର ବିଷୟ ଅଟେ I ଅଟେ।
5 ଲକ୍ଷରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ
ଏହି ଅଧ୍ୟୟନରେ ନିଷେଧାଦେଶ ହଟାଇବାକୁ ଚେତାବନୀ ଦିଆଯାଇଛି ଏବଂ କୁହାଯାଇଛି ଯେ ଏଭଳି ପରିସ୍ଥିତିରେ ଜାନୁୟାରୀ ମାସରେ କରୋନାର ଦ୍ୱିତୀୟ ଲହର ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ଯେତେବେଳେ କରୋନା ରେ ପ୍ରାୟ ପ୍ରତିଦିନ ପ୍ରାୟ ୧ ହଜାର ଲୋକ ପ୍ରାଣ ହରାଉଥିଲେ ସେହିଭଳି ଓମିକ୍ରନ୍ ସଂକ୍ରମଣ କୁ ନେଇ ଲପରବାହୀ ଗ୍ରହଣ ଯୋଗ୍ୟ ନୁହେ I ଏହା ବ୍ୟତୀତ ଅଧ୍ୟୟନରେ ଓମିକ୍ରନ୍ ସଂକ୍ରମଣ ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ 492,000 ବୋଲି ଜଣାଯାଇଛି। ଏଥି ସହିତ, ଭୟ କରାଯାଇଛି ଯେ ଯଦି ଓମିକ୍ରନ୍ ଠାରୁ ଦୂରେଇ ରହିବା ପାଇଁ ଲୋକଙ୍କ ପ୍ରତିରୋଧକ ଶକ୍ତି କମିଯାଏ, ତେବେ ଏହି ସଂଖ୍ୟା ଅଧିକ ବଢିବ I

ତେବେ ଏହି ଅନୁସନ୍ଧାନରେ ଜଡିତ ଥିବା ସଂକ୍ରାମକ ରୋଗର ଗଣିତ ମଡେଲିଂ ପାଇଁ LSHTM ର କେନ୍ଦ୍ରର ଡକ୍ଟର ରୋଜାନା ବର୍ଣ୍ଣାର୍ଡ କୁହନ୍ତି, ଓମିକ୍ରନ୍ ର ଗୁଣ ବିଷୟରେ ଅନେକ ଅନିଶ୍ଚିତତା ଅଛି ଇ ଏହି ପ୍ରଜାତି ପ୍ରତି ଦେଶରେ ବ୍ୟକ୍ତିଙ୍କ ରୋଗପ୍ରତିରୋଧକ ଶକ୍ତି ଅନୁଯାୟୀ ତାଙ୍କ ଉପରେ ପ୍ରଭାବ ପକାଇବ ଇ ଓମିକ୍ରନ୍ ସଂକ୍ରମଣ ଦକ୍ଷିଣ ଆଫ୍ରିକାରେଯେଉଁ ଭଳି ପ୍ରଭାବ ପକାଇବ ଇଂଲଣ୍ଡରେ ସମାନ ପ୍ରଭାବ ପକାଇ ନ ପାରେ । କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ଆମକୁ ଅଧିକ କଠୋର ପ୍ରତିବନ୍ଧକ ଲଗାଇବାକୁ ପଡିବ କାରଣ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଏବଂ ବୁଷ୍ଟର ଡୋଜ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ I ସୂଚନାନୁସାରେ ଓମିକ୍ରନ୍ ଭାରତରେ ମଧ୍ୟ
ନିଜର କାୟା ବିସ୍ତାର କଲାଣି ଏପର୍ଯ୍ୟନ୍ତ ପ୍ରାୟ ୪୦ ଟି ମାମଲାସାମ୍ନାକୁ ଆସିଛି ।

Leave A Reply

Your email address will not be published.