ଆସନ୍ତାକାଲି କାଶୀ ବିଶ୍ୱନାଥ ମନ୍ଦିର କରିଡର ଉଦଘାଟନ କରିବେ ପ୍ରଧାନ ମନ୍ତ୍ରୀ ମୋଦି

21

ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସ୍ୱପ୍ନର ପ୍ରକଳ୍ପ କାଶୀ ବିଶ୍ୱନାଥ ଧାମ କରିଡରର ଉଦଘାଟନ କରିବେ। ଯୋଗୀ ସରକାର ଏହାର ଉନ୍ମୋଚନକୁ ସ୍ମରଣୀୟ କରିବା ପାଇଁ କାର୍ଯ୍ୟ କରୁଛନ୍ତି, ଯାହାଫଳରେ ସମଗ୍ର ବିଶ୍ୱ ପରିବର୍ତ୍ତନଶୀଳ ଭାରତର ନୂତନ ଚିତ୍ର ଦେଖିପାରିବେ Iଏହାଦ୍ୱାରା ବାରାଣାସୀରେ ପର୍ଯ୍ୟଟନର ବିକାଶ ଘଟିବ ବୋଲି ଆଶା କରାଯାଉଛି। ଆସନ୍ତା ବର୍ଷ ଉତ୍ତରପ୍ରଦେଶର ସାଧାରଣ ନିର୍ବାଚନ ପୂର୍ବରୁ ଐତିହାସିକ କାଶୀ ବିଶ୍ୱନାଥ ମନ୍ଦିର କରିଡର ଲୋକାର୍ପଣ ୧୩ ଡିସେମ୍ବର ୨୦୨୧ରେ ହେବାକୁ ଯାଉଛି। ମନ୍ଦିରର ପ୍ରବେଶ ଦ୍ୱାରରେ ପଥର ଓ ଅନ୍ୟ ସାମଗ୍ରୀ ଦ୍ୱାରା ହସ୍ତଶିଳ୍ପ କାରିଗରି ଦ୍ୱାରା ସୁନ୍ଦର ଭାବେ ସୁସଜ୍ଜିତ ହୋଇଛି।
ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ନିବାସୀ ଓ ଘରୋଇ ପର୍ଯ୍ୟଟକମାନେ ବହୁତ ଉତ୍ସାହିତ ଅଛନ୍ତି। ଏଥିପାଇଁ ବାରାଣାସୀରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କାଶୀ ବିଶ୍ୱନାଥ ମନ୍ଦିର ୱେବ ସାଇଟ ଅନୁସାରେ ଏହି ପ୍ରସିଦ୍ଧ ଧାର୍ମିକ ସ୍ଥଳକୁ ସ୍ୱର୍ଣ୍ଣ ମନ୍ଦିର ମଧ୍ୟ କୁହାଯାଏ । ବହୁତ ପୁରୁଣା ଦସ୍ତାବିଜରେ ଏହା ଉଲ୍ଲେଖ କରାଯାଇଛି।
ମୋଦି ସୋମବାର ଅପରାହ୍ଣ ପାଖାପାଖି ଗୋଟେ ବେଳେ କାଶୀ ବିଶ୍ୱନାଥ ମନ୍ଦିରକୁ ଯାଇ ପାଖାପାଖି ୩୩୯ କୋଟି ଟଙ୍କା ଖର୍ଚ୍ଚରେ ତିଆରି ହୋଇଥିବା ବିଶ୍ୱନାଥ ଧାମ କରିଡର ଉଦ୍ଘାଟନ କରିବେ। ତିର୍ଥଯାତ୍ରୀ ଓ ଭଗବାନ ଶିବଙ୍କର ଭକ୍ତ ଓ ଉପାସକମାନଙ୍କ ସୁବଧା ପାଇଁ ୨୩ ଟି କୋଠାର ଉଦଘାଟନ କରାଯିବ I
PMO ଅନୁଯାୟୀ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୨୩ ଟି କୋଠା ଉଦ୍ଘାଟନ ହେବ I ଏହି କୋଠାଗୁଡ଼ିକ ତୀର୍ଥଯାତ୍ରୀମାନଙ୍କୁ ସୁବିଧା କେନ୍ଦ୍ର, ବୈଦିକ କେନ୍ଦ୍ର, ମୁମୁକୁ ଭବନ, ଭୋଗଶାଲା, ସିଟି ମ୍ୟୁଜିୟମ ଏବଂ ଫୁଡ୍ କୋର୍ଟ ସମେତ ଅନେକ ସୁବିଧା ଯୋଗାଇବ I ଏହି ପ୍ରକଳ୍ପ ପ୍ରାୟ ପାଞ୍ଚ ଲକ୍ଷ ବର୍ଗଫୁଟର ଏକ ବିସ୍ତୃତ ଅଞ୍ଚଳରେ ବ୍ୟାପିଛି, ପୂର୍ବରୁ ଏହି କମ୍ପ୍ଲେକ୍ସ ପ୍ରାୟ ୩୦୦୦ ବର୍ଗଫୁଟରେ ସୀମିତ ଥିଲା | କୋଭିଡ୍ -୧୯ ମହାମାରୀ ସତ୍ତ୍ୱେ ଏହି ପ୍ରକଳ୍ପ କାର୍ଯ୍ୟ ଠିକ୍ ସମୟରେ ଶେଷ ହେଲା I ପ୍ରାୟ ୩୩୯ କୋଟି ଟଙ୍କା ବ୍ୟୟରେ ନିର୍ମିତ କାଶୀ ବିଶ୍ୱନାଥ ଧାମ |ମୋଦିଙ୍କର ଏହା ଏକ ଦୃଷ୍ଟିକୋଣ ଥିଲା। ଏଥିରେ କୁହାଯାଇଛି ଯେ ଗଙ୍ଗା ନଦୀ କୁଳରେ ଥିବା କାଶୀ ବିଶ୍ୱନାଥ ମନ୍ଦିରକୁ ଗଙ୍ଗାନଦୀ କୁଳକୁ ସଂଯୋଗ କରିବା ପାଇଁ ଓ ଏକ ସର୍ବସାଧାରଣ ଯାତାୟତ ମାର୍ଗ ନିର୍ମାଣ କରିବା ପାଇଁ ଏକ ପରିଯୋଜନାର ପରିକଳ୍ପନା କରାଯାଇଥିଲା।

Leave A Reply

Your email address will not be published.