ଦିଲ୍ଲୀ ମହାରାଷ୍ଟ୍ର ପରେ ଆଉ ୨ ରାଜ୍ୟକୁ ଡେଇଁଲା ଓମିକ୍ରନ : ୩୫ ହେଲେ ସଂକ୍ରମିତ

18

ଧୀରେ ଧୀରେ ଓମିକ୍ରନ୍ ଦେଶରେ ତାର କାୟା ବିସ୍ତାର କରୁଛି ଇ ଦିଲ୍ଲୀ,ଓ ମହାରାଷ୍ଟ୍ର ପରେ ଆଉ ଦୁଇ ନୂଆ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଓମିକ୍ରନ୍ ଆକ୍ରାନ୍ତ ଇ ଏହି ଦୁଇ ଜଣ ଙ୍କୁ ମିଶାଇ ଦେଶରେ ସମୁଦାୟ ୩୫ ଜଣ ଆକ୍ରାନ୍ତ ଚିହ୍ନଟ ହେଇ ସାରିଲେଣି I ଆଜି ଆନ୍ଧ୍ରପ୍ରଦେଶ ଓ ଚଣ୍ଡିଗଡ଼ରୁ ଜଣେ ଲେଖାଏଁ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆନ୍ଧ୍ରରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ଜଣେ ୩୪ ବର୍ଷୀୟ ବ୍ୟକ୍ତି ଏହି ଅଦୃଶ୍ୟ ଭୂତାଣୁର ଶିକାର ହୋଇଛନ୍ତି । ଆୟର୍ଲାଣ୍ଡରୁ ଏହି ବ୍ୟକ୍ତି ଜଣଙ୍କ ଆସିଥିଲେ । ମୁମ୍ବାଇରେ ପହଂଚିବା ପରେ ତାଙ୍କର ଆରଟିପିସିଆର ଟେଷ୍ଟ ହୋଇଥିଲା । ରିପୋର୍ଟ ନେଗେଟିଭ୍ ଆସିବା ପରେ ବିଶାଖପାଟନାମ ଆସିଥିଲେଏହାପରେ ତାଙ୍କର ଆଉ ଥରେ କୋଭିଡ ପରୀକ୍ଷା ହୋଇଥିଲା । ସେତେବେଳେ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କର ଜିନୋମ ସିକ୍ୟୁଏନ୍ସି ପରୀକ୍ଷା କରିବାକୁ ହାଇଦ୍ରାବାଦ ଲ୍ୟାବ ପଠାଯାଇଥିଲା । ଯେଉଁଥିରୁ ଓମିକ୍ରନ ଭ୍ୟାରିଆଣଂଟରେ ସଂପୃକ୍ତ ବ୍ୟକ୍ତି ସଂକ୍ରମିତ ହୋଇଥିବା ସୂଚନା ରହିଛି । ହେଲେ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତାଙ୍କ ପାଖରେ କରୋନାର କୌଣସି ଲକ୍ଷଣ ନଥିବା ଦେଖିବାକୁ ମିଳିଛି । ସେପଟେ ଚଣ୍ଡିଗଡ଼ର ଜଣେ ୨୦ ବର୍ଷୀୟ ଯୁବକ ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି । ସେ ନଭେମ୍ବର ୨୨ ତାରିଖରେ ଇଟାଲୀରୁ ଫେରିଥିଲେ । ଯୁବକ ଜଣଙ୍କ ଫାଇଜରର ଦୁଇଟି ଡୋଜ୍ ନେଇଛନ୍ତି ।

Leave A Reply

Your email address will not be published.