ପୁଲ୍‌ୱାମା ନିକଟ ରେ ରେ ଆତଙ୍କବାଦୀ ହମଲା :ସୁରକ୍ଷାକର୍ମୀଙ୍କ ଗୁଳି ରେ ଜଣେ ଆତଙ୍କବାଦୀ ନିହତ

18

ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମା ନିକଟ ଅବନ୍ତୀପୁରା ବଡ଼ଗାମ୍‌ ଅଞ୍ଚଳରେ ଆଜି ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି । ତେବେ ତାଙ୍କ ପରିଚୟ ଜଣାପଡି ନାହିଁ I ଟୁଇଟ୍‌ଟର୍‌ ମାଧ୍ୟମ ରେ ଏ ସଂକ୍ରାନ୍ତରେ କଶ୍ମୀର ଜୋନ୍‌ ପୁଲିସ କହିଛି । ଦକ୍ଷିଣ କଶ୍ମୀରର ଉପରୋକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ନିରାପତ୍ତା ବଳ ଅଭିଯାନ ଆରମ୍ଭ କରିଥିଲା ବୋଲି ଜଣେ ପୁଲିସ କର୍ମଚାରୀ ଗଣମାଧ୍ୟମକୁ କହିଛନ୍ତି। ନିରାପତ୍ତା ବଳ ତଲାସ ଅଭିଯାନ ଚଳାଇଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ନିରାପତ୍ତା ବଳ ପାଲଟା ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା। ନିହତ ଆତଙ୍କବାଦୀ ଜଣକର ପରିଚୟ ଏବଂ ସେ କେଉଁ ସଙ୍ଗଠନର, ତାହା ଜାଣିବାକୁ ଉଦ୍ୟମ ଚାଲିଛି ବୋଲି ସେ କହିଛନ୍ତି। ଏବେ ମଧ୍ୟ ଘଟଣାସ୍ଥଳରେ ଗୁଳି ବିନିମୟ ଜାରି ରହିଛି ଏବଂ ପରେ ଅଧିକ ବିବରଣୀ ଆସିବ।

Leave A Reply

Your email address will not be published.