ତୁଳସୀ ପତ୍ର ର ଉପକାରିତା

84

ଆମ ହିନ୍ଦୁ ମାନଙ୍କ ଘରେ ଘରେ ତୁଳସୀ ଗଛ ଲଗାଇବା ଶୁଭ ବୋଲି ବିବେଚନା କରାଯାଏ I ଆମ ଭାରତୀୟ ଧର୍ମ ଓ ସଂସ୍କୃତି ସହିତ ତୁଳସୀ ଗଛ ର ଗଭୀର ସମ୍ପର୍କ ରହିଛି I ଭାରତୀୟ ମାନଙ୍କ ଧର୍ମୀୟ ଭାବନାରେ ବାନ୍ଧି ହୋଇ ରହିଛନ୍ତି ମା ‘ତୁଳସୀ’ I ତୁଳସୀ ଖାଲି ଧର୍ମୀୟ ଦୃଷ୍ଟିରୁ ଉପକାରୀ ନୁହନ୍ତି ତୁଳସୀ ହେଉଛି ସର୍ବ ପୁରାତନ ଔଷଧୀୟ ବୃକ୍ଷ ,ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଆଶ୍ଚର୍ଯ୍ୟଜନକପ୍ରଭାବ ପକାଇଥାଏ ଏବଂ ଏହା ମଧ୍ୟ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ, କିନ୍ତୁ ଯେତେବେଳେ ଆପଣ ଏହାକୁ ଖାଇବାର ସଠିକ୍ ଉପାୟ ଜାଣିବେ ସେତେବେଳେ ଆପଣ ଏହାର ଲାଭ ପାଇବେ I

ଦେଶର ପ୍ରସିଦ୍ଧ ଆୟୁର୍ବେଦ ଡାକ୍ତର ଅବର ମଲତାନି କହିଛନ୍ତି ଅନେକ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ତୁଳସୀ ଉପକାରୀ I ତୁଳସୀ ଅନେକ ପ୍ରକାର ରୋଗ ଦୂର କରିଥାଏ, ବିଶେଷ କରି ଶୀତଦିନେ ତୁଳସୀ ଖାଆନ୍ତୁ, ଆପଣ ଏହାର ଆଶ୍ଚର୍ଯ୍ୟଜନକ ଲାଭ ପାଇବେ I ଆଜି ଆମେ ଆପଣଙ୍କ ପାଇଁ ତୁଳସୀ ର ଉପକାରୀତା ବିଷୟରେ କହୁଛୁ I

ଆୟୁର୍ବେଦ ବିଶେଷଜ୍ଞମାନେ କ’ଣ କୁହନ୍ତି?
ଦେଶର ପ୍ରସିଦ୍ଧ ଆୟୁର୍ବେଦ ଡାକ୍ତର ଅବର ମଲ୍ଟାନି କହିଛନ୍ତି ଯେ ଅନେକ ସ୍ୱାସ୍ଥ୍ୟ ଉପକାର ପାଇଁ ତୁଳସୀ ଲୋକପ୍ରିୟ ଅଟେ। ବିଶେଷକରି ଶୀତଦିନେ ତୁଳସୀ ପତ୍ର ଚୋବାଇ ଖାଇବା ଦ୍ୱାରା ଏହା ଆମ ପାଚକ ତନ୍ତ୍ରକୁ ମଜବୁତ କରି ଦେହ ର ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ I ତେଣୁ ବର୍ତ୍ତମନ ବିଭିନ୍ନ ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ତୁଳସୀ ପତ୍ରକୁ ବ୍ୟବହାର କରାଯାଉଛି I ଏକ ସୁସ୍ଥ ଅନ୍ତନଳୀରୁ ଏକ ଶକ୍ତିଶାଳୀ ପ୍ରତିରକ୍ଷା ପ୍ରଣାଳୀ ପର୍ଯ୍ୟନ୍ତ, ତୁଳସୀ ପତ୍ରର ଉପକାର ଅନେକ I

ତୁଳସୀ ପତ୍ରରେ ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ଥାଏ ଏଥିରେ ମୁଖ୍ୟତ ଭିଟାମିନ୍ ସି, କ୍ୟାଲସିୟମ୍, ଜିଙ୍କ୍ ଏବଂ ଆଇରନ୍ ଇତ୍ୟାଦି ଥାଏ I ଏହା ସହିତ ତୁଳସୀ ପତ୍ରରେ ସାଇଟ୍ରିକ୍, ଟାଟାରିକ୍ ଏବଂ ମଲିକ୍ ଏସିଡ୍ ମିଳିଥାଏ, ଏକ ସୁସ୍ଥ ଶରୀର ପାଇଁ ଏହି ସମସ୍ତ ପୋଷକ ତତ୍ତ୍ୱ ନିତାନ୍ତ ଆବଶ୍ୟକ I

ତୁଳସୀ ପତ୍ର ସେବନ ର ଆଶ୍ଚର୍ଯ୍ୟଜନକ ଲାଭ :

୧ . ହଜମ ପାଇଁ ଲାଭଦାୟକ :
ତୁଳସୀ ହଜମ ଏବଂ ସ୍ନାୟୁ ପ୍ରଣାଳୀକୁ ମଜବୁତ କରେ ଏବଂ ମୁଣ୍ଡବିନ୍ଧା ଏବଂ ଅନିଦ୍ରା ପାଇଁ ଏକ ଭଲ ପ୍ରତିକାର I

୨ . ତୁଳସୀ ଏହି ରୋଗରୁ ରକ୍ଷା କରିଥାଏ :
ତୁଳସୀ ପତ୍ରରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ହୃଦରୋଗ, ରୁମାଟଏଡ୍ ଆର୍ଥ୍ରାଇଟିସ୍ ଏବଂ ପାକସ୍ଥଳୀ ପ୍ରଦାହ ଆଶଙ୍କା କୁ ହ୍ରାସ କରିବାରେ ସାହାଯ୍ୟ କରେ I ନିୟମିତ ତୁଳସୀ ପତ୍ର ଖାଇବା ଦ୍ୱାରା ଜ୍ୱର, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, ଥଣ୍ଡା, କାଶ, ଫ୍ଲୁ ମଧ୍ୟ ଦୂର ହୋଇଥାଏ I

୩ . ଚାପର ସମସ୍ୟା ଦୂର କରେ :
ତୁଳସୀ ପତ୍ରରେ ବିଭିନ୍ନ ପ୍ରକାରର ପ୍ରାକୃତିକ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଶରୀରର ଟିସୁକୁ ମୁକ୍ତ ରେଡିକାଲ ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ I ଫ୍ରି ରେଡିକାଲ୍ ଗୁଡିକ ଶରୀରରେ ଅକ୍ସିଡେଟିଭ୍ ଚାପ ସୃଷ୍ଟି କରେ ଏବଂ କୋଷଗୁଡ଼ିକରେ ଅଧିକ କ୍ଷତି ଘଟାଏ I

୪ . ଚର୍ମ ପାଇଁ ଲାଭଦାୟକ :
ତେଲିଆ ଚର୍ମ ଥିବା ଲୋକଙ୍କ ପାଇଁ ଉତ୍ତମ ସ୍କିନ୍ କ୍ଲିଜର୍ ଅଟେ I ଏହା ମଧ୍ୟ ମଇଳା ଏବଂ ଅପରିଷ୍କାର ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ I

୬ . ଡାଇବେଟିସ ପାଇଁ :
ତୁଳସୀ ପତ୍ର ଖାଇବା ଦ୍ୱାରା ରକ୍ତରେ ଚିନିର କ୍ଷରଣ କମିଯାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଇଜଡ଼ି ବୁଟୀ ରେ ବହୁତ କମ ପରିମାଣରେ ଗ୍ଲାଇସେମିକ୍ ଥାଏ ଇତୁଳସୀ ପତ୍ର ରେ ଏକ ପ୍ରକାର ତୈଳ ଅଂଶ ଥାଏ ଯାହାକି ଡାଇବେଟିସ ରୋଗୀ ଙ୍କର ଟ୍ରାଇଗ୍ଲାଇସରାଇଡ୍ ଏବଂ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ, ଏହା ଦ୍ୱାରା ଡାଇବେଟିସ ରୋଗୀ ବିପଦମୁକ୍ତ ହୋଇଥାନ୍ତି Iଡାଇବେଟିସ ରୋଗୀମାନେ ରାତିରେ ପ୍ରାୟ ୬ ଟି ତୁଳସୀ ପତ୍ରକୁ ପାଣିରେ ବତୁରାଇ ରଖନ୍ତୁ ସକାଳେ ଖାଲି ପେଟରେ ପ୍ରଥମେ ପତ୍ରକୁ ଚୋବାଇ ଖାଆନ୍ତୁ ପ୍ରାୟ ଅଧ ଘଣ୍ଟା ପରେ ସେହି ବତୁରାଯାଇଥିବା ପାଣିକୁ ପିଅନ୍ତୁ I

Leave A Reply

Your email address will not be published.