ବିଧାନସଭା ଅଧିବେଶନ ଅଧା ରୁ ବନ୍ଦ : ବିଜେପି ବିଧାୟକମାନ ଙ୍କ ମହାପ୍ରଭୁଙ୍କୁ ଗୁହାରି

16

ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ରୁ ହିଁ ଶାସକ ଏବଂ ବିରୋଧୀ ଦଳ ପ୍ରବଳ ଗଣ୍ଡଗୋଳ ହୋ-ହାଲ୍ଲା କରି କୌଣସି ଦିନ ଗୃହ କାର୍ଯ୍ୟ କରାଇ ଦେଇ ନ ଥିଲେ I ଫଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଦିନଟିଏ ମଧ୍ୟ ଗୃହକୁ ପରିଚାଳନା କରିନପାରି ଅନିର୍ଦ୍ଦିଷ୍ଟ ଦିନ ଯାଏଁ ଗୃହ ମୁଲତବୀ କରିଛନ୍ତି I ତେଣୁ ବିଧାନସଭା ନିର୍ଦ୍ଧାରିତ ଅଧାରୁ କମ ଦିନରେ ବନ୍ଦ ହୋଇଯାଇଥିବା ପ୍ରତିବାଦରେ ବିଜେପିର ସମସ୍ତ ବିଧାୟକ ମାନେ ଆଜି ଶ୍ରୀମନ୍ଦିର ଯାଇ ସିଂହଦ୍ଵାର ଆଗରେ ଧାରଣା ଦେଇଛନ୍ତି। ଏହା ସହିତ ମହାପ୍ରଭୁ ରାଜ୍ୟ ସରକାର ଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ଦୀପ ଜାଳି ଗୁହାରି କରିଛନନ୍ତି I

ସୂଚନା ଥାଉକି ଡିସେମ୍ବର ୧ ତାରିଖ ରୁ ଆରମ୍ଭ ହୋଇଥିବା ବିଧାନସଭା ଶୀତକାଳୀନ ଅଧିବେଶନ ରେ ମମିତା ମେହେର୍ ହତ୍ୟାକାଣ୍ଡ ଘଟଣାକୁ ନେଇ ବିରୋଧୀ ଦଳ ଗୃହରେ ପ୍ରବଳ ହଂଗାମା କରିଥିଲେ ଇ ବିରୋଧୀ ଦଳ ଙ୍କ ମୁଖ୍ୟ ଦାବି ଥିଲା ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଉ I ସେହିପରି ଶାସକ ଦଳ ଦରବୃଦ୍ଧିକୁ ମୁଖ୍ୟ ମୁଦ୍ଦା କରି କେନ୍ଦ୍ର ସରକାର ଙ୍କୁ ନିଶାନା କରି ବିବୃତି ଦେଇଥିଲେ I ଶାସକ ଏବଂ ବିରୋଧୀଙ୍କ ଆକ୍ରମଣ ପ୍ରତିଆକ୍ରମଣ ଚାଲିଥିବା ସମୟରେ କଂଗ୍ରେସ ଦଳ ବି ପଛକୁ ହଟି ନ ଥିଲା I କଂଗ୍ରେସ ପକ୍ଷରୁ ଆଉ ଦି ପାଦ ଆଗେଇ ଯାଇ ରାଜ ରାସ୍ତାକୁ ରଣକ୍ଷେତ୍ରରେ ପରିଣତ କରିଥିଲେ I କିନ୍ତୁ ରାଜ୍ୟ ବାସୀଙ୍କ ସ୍ୱାର୍ଥ ପାଇଁ କୌଣସି ଦଳ ଆଲୋଚନା କରିବା ପାଇଁ ଚାହିଁ ନ ଥିବାର ଦେଖାଯାଇଥିଲା I କୌଣସି ଦିନ ଏକ ସମୟ ରେ ଘଣ୍ଟାଟିଏ ମଧ୍ୟ ଗୃହ ଚାଲି ପାରି ନ ଥିଲା I ତେଣୁ ବାଧ୍ୟ ହୋଇ ୧୬ ଦିନ ପୂର୍ବରୁ ଗୃହ କୁ ବନ୍ଦ କରିଦେଲେ ବାଚସ୍ପତି । ଯେଉଁଥିପାଇଁ ରତ୍ନଭଣ୍ଡାର ଖୋଲିବା, ଚାଷୀକୁଳ ହତାଶ ପରି ବହୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରି ନାହିଁ ବିରୋଧୀ ଅଭିଯୋଗ କରିଛନ୍ତି।
ଏହି ଘଟଣା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରି ବିଜେପି ପକ୍ଷରୁ ଶ୍ରୀମନ୍ଦିର ସାମ୍ନାରେ ଦୀପ ଜାଳି ବିଜେପି ବିଧାୟକମାନେ ପ୍ରତିବାଦ କରିଛନ୍ତି।

Leave A Reply

Your email address will not be published.