ରାଜ୍ୟରେ ୧୯୫ ସଂକ୍ରମିତ ଚିହ୍ନଟ , ୨ମୃତ

20

ଗତ କିଛିଦିନ ଧରି ରାଜ୍ୟରେ କରୋନା ଗ୍ରାଫ ତାଳୁପର ହେଉଛି ଇ ଲଗାତାର ଭାବରେ ସଂକ୍ରମିତ ଙ୍କ ସଂଖ୍ୟା ୨୦୦ ଉପରେ ରହୁଥିବାବେଳେ ପୁଣି ମଝିରେ ଏହା ୧୦୦ କୁ ଖସି ଆସି ଥାଏ ଇ ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ରେ ମଧ୍ୟ ବ୍ରେକ ଲାଗିଛି I ଗତକାଲି ରାଜ୍ୟରୁ ୧୯୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି I ଆକ୍ରାନ୍ତ ଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୨୪ ଜଣ ରହିଛନ୍ତି । ସେହିପରି ସଂକ୍ରମିତ ଙ୍କ ମଧ୍ୟରୁ ସଂଗରୋଧରୁ ୧୧୫ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୮୦ ଜଣ । ଖୋର୍ଦ୍ଧାରୁ ୯୯ ଜଣ, ମୟୂରଭଂଜରୁ ୧୩, କଟକରୁ ୧୧ ଜଣ, ସୁନ୍ଦରଗଡ଼ରୁ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ସୁସ୍ଥ ହୋଇଛନ୍ତି ୨୬୪ ଜଣ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୯୫୫ଜଣ । ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୪୦ ହଜାର ୪୦୩ ଜଣ । ଏବେବି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨ ହଜାର ୭୧ ଜଣ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୦୯୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୦୭୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୦୪୦୩ ଜଣ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.