ସେନା ହେଲିକପ୍ଟର ଦୁର୍ଘଟଣା : ବିପିନ ରାୱତଙ୍କ ପରେ କିଏ ହେବେ ନୂଆ ସିଡିଏସ ?

28

ଦେଶର ପ୍ରଥମ ସିଡିଏସ ସ୍ବର୍ଗତଃ ବିପିନ ରାୱତଙ୍କ ଗତକାଲି ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଏହାପରେ ବିପିନ ରାୱତଙ୍କ ସ୍ଥାନରେ କିଏ ହେବ ନୂତନ ସିଡିଏସ ବର୍ତ୍ତମାନ ଆଲୋଚନା ଚାଲିଛି ଇ ଗତକାଲି ସୁରକ୍ଷା ସଂପର୍କୀତ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିପିନ ରାୱତଙ୍କ ଦୁର୍ଘଟଣା ବାବଦରେ ଅବଗତ କରାଯାଇଥିଲା ଏହି ବୈଠକରେ ପରବର୍ତୀ ସିଡିଏସ କିଏ ହେବେ ସେନେଇ ଆଲୋଚନା ହୋଇଥିବା ସୂଚନା ରହିଛି ।
ବର୍ତ୍ତମାନ ପଡୋଶୀ ଚୀନ୍ ଏବଂ ପାକିସ୍ତାନ ପାଇଁ ଦେଶର ସୁରକ୍ଷା ଏବେ ବଡ ଚ୍ୟାଲେଞ୍ଜ ରହିଛି । ତେଣୁ ଦୀର୍ଘ ସମୟ ଧରି ଏହି ପଦ ଖାଲି ରହିବା ଠିକ୍ ନୁହେଁ । ପୂର୍ବରୁ ଯଦିଓ ସେନାର ଏହି ପଦ ନଥିଲା କିନ୍ତୁ ମୋଦୀ ସରକାର କ୍ଷମତାକୁ ଆସିବା ପରେ ପରେ ତିନି ସେନାର ମୁଖିଆ ରହିବା ଆବଶ୍ୟକ ବୋଲି ହୃଦବୋଧ କରିଥିଲ। । ଆଉ ଏହାପରେ ଚିଫ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ ପଦ ତିଆରି ହୋଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ ବିପିନ ରାୱତଙ୍କ ଉତରାଧିକାରୀ ଘୋଷଣା ହେବା ସହିତ ସେନା ପାଇଁ ସେକ୍ସନ ପ୍ଲାନ ଆସିବ ବୋଲି ସୂଚନା ରହିଛି । ଯାହାକି ଖୁବଶୀଘ୍ର ପୂରଣ ହେବ । ତେବେ ନୂଆ ସିଡିଏସ କିଏ ହେବ ସେ ନେଇ ବିଚାର ବିମର୍ଷ ଚାଲିଛି । ବିପିନ ରାୱତଙ୍କ ମୃତ୍ୟୁ ପରେ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱଣେ ବରିଷ୍ଠ ଅଧିକାରୀ ରହିଛନ୍ତି । ଯିଏକି ଦେଶରେ ବରିଷ୍ଠ ସେନା ଅଧିକାରୀ । ଏହାପରେ ବାୟୁସେନା ପ୍ରମୁଖ ଏୟାର ଚିଫ୍ ଚିଫ୍ ମାର୍ଶଲ ବିବେକ ରାମ ଚୌଧୁରୀ ଏବଂ ନେଭି ମୁଖ୍ୟ ଏଡମିରଲ ଆର ହରି କୁମାର ରହିଛନ୍ତି ।
କିନ୍ତୁ ସରକାର ଯଦି ବରିଷ୍ଠତାକୁ ଗୁରୁତ୍ୱ ଦେବେ ତାହେଲେ ମନୋଜ ମୁକୁନ୍ଦ ନରୱଣେ ନୂଆ ସିଡିଏସ ହେବାର ସମ୍ଭାବନା ଅଧିକ ରହିଛି । ସୂଚନାଥାଉ କି ମନୋଜ ମୁକୁନ୍ଦ ନରୱଣେ ଆସନ୍ତା ବର୍ଷ ଏପ୍ରିଲରେ ଅବସର ନେବେ । ସରକାର ଯଦି ବରିଷ୍ଠତାକୁ ଗୁରୁତ୍ୱ ନଦେଇ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ସ୍ଥାୟୀ ସିଡିଏସ ନିଯୁକ୍ତ କରିବାକୁ ଚାହିଁବେ ତାହେଲେ ଆଉ କୌଣସି ସେନା ଅଧିକାରୀଙ୍କ ଉପରେ ସରକାର ମୋହର ମାରି ପାରନ୍ତି ।ଯାହା ଜଣା ପଡିଛି ପରବର୍ତ୍ତୀ ସିଡିଏସ କିଏ ହେବ ଏ ନେଇ ଆସନ୍ତା ୭ ରୁ ୧୦ ଦିନ ମଧ୍ୟରେ ନିଷ୍ପତି ହୋଇପାରେ I

Leave A Reply

Your email address will not be published.