କ୍ୟାପିଟାଲ୍ ହାଇସ୍କୁଲର ୨ ନବମ ଶ୍ରେଣୀର ଛାତ୍ର କରୋନା ସଂକ୍ରମିତ ଚିହ୍ନଟ

23

କ୍ୟାପିଟାଲ ହାଇସ୍କୁଲରେ ଚିହ୍ନଟ ହେଲେ କରୋନା ସଂକ୍ରମିତ ଛାତ୍ର ଇ ସ୍କୁଲ ରେ ସମୁଦାୟ ୩୭୨ ଛାତ୍ର ଙ୍କର ବିଏମ୍‌ସି ପକ୍ଷରୁ ଟେଷ୍ଟିଂ କ୍ୟାମ୍ପ କରାଯାଇଥିଲା ଇ ସେଥିରୁ ୨ ଜଣ ନବମ ଶ୍ରେଣୀ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ୨ ଛାତ୍ର ଏବେ ହୋମ୍ ଆସୋଲେସନରେ ଅଛନ୍ତି । ଏ ନେଇ କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ସପ୍ତାହେ ପୂର୍ବରୁ ଢେଙ୍କାନାଳର ସାଇକୃପା ନାମକ ଏକ ଘରୋଇ ଆବାସିକ ଶିକ୍ଷାନୁଷ୍ଠାନରେ ଏକ ସହିତ ୫୦ରୁ ଅଧିକ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ହୋଇଥିଲେ ଇ ଏହା ପରେ ବିଏମ୍‌ସି ପକ୍ଷରୁ ୩ଟି ଜୋନ୍‌ରେ ଥିବା ଶିକ୍ଷାନୁଷ୍ଠାନରେ ବୁଧବାର କୋଭିଡ୍‌ ଟେଷ୍ଟିଂ ଆରମ୍ଭ ହୋଇଥିଲା । ଉତ୍ତର ଜୋନ୍‌ର ନୂଆପଲ୍ଲୀ ଆଶ୍ରମ ସ୍କୁଲ, ରସୁଲଗଡ଼ ଆଶ୍ରମ ସ୍କୁଲ, ପ୍ରଭୁଜୀ ଇଂରାଜୀ ମାଧ୍ୟମିକ ସ୍କୁଲ, ବିଜୁ ପଟ୍ଟନାୟକ କଲେଜ, ଜିଜିପି କଲୋନୀ ଉଚ୍ଚ ବିଦ୍ୟାଳୟ ଏବଂ ଭିଏସ୍‌ଏସ୍‌ ନଗର ହାଇସ୍କୁଲରେ ଉଭୟ ଆର୍‌ଟିପିସିଆର୍‌ ଏବଂ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଛି ।
ସେହିପରି ଦକ୍ଷିଣ-ପୂର୍ବ ଜୋନ୍‌ର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ମହର୍ଷି କଲେଜ, କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍‌-୯ ବାଳକ ବିଦ୍ୟାଳୟ, ତପୋବନ ଉଚ୍ଚ ବିଦ୍ୟାଳୟ, ପାଇକନଗର ହାଇସ୍କୁଲ, ନୂଆପଲ୍ଲୀ ସ୍ୱରସ୍ୱତୀ ବିଦ୍ୟାମନ୍ଦିର ଆଦିରୁ ପ୍ରାୟ ୪୫୦୦ ଛାତ୍ରଛାତ୍ରୀଙ୍କଠୁ ସ୍ୱାବ୍‌ ସଂଗ୍ରହ ହୋଇଥିଲା । ଶିକ୍ଷାନୁଷ୍ଠାନରେ ଯେପରି କରୋନା ନ ବ୍ୟାପିବ ସେନେଇ ବିଏମ୍‌ସି ପକ୍ଷରୁ ଆଗୁଆ ପଦକ୍ଷେପ ସ୍ୱରୂପ କୋଭିଡ୍‌ ପରୀକ୍ଷା ଆରମ୍ଭ କରିଥିଲା । ବର୍ତ୍ତମାନ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ଦ୍ୱାରା କୋଭିଡ ଟେଷ୍ଟିଙ୍ଗ କ୍ୟାମ୍ପ କରାଯାଇ ସ୍ୱାବ ପରୀକ୍ଷା କରାଯାଉଛି I

Leave A Reply

Your email address will not be published.