ରାଜ୍ୟ କ୍ୟାବିନେଟ୍‌ରେ ୧୦ ଟି ପ୍ରସ୍ତାବକୁ ଅନୁମୋଦନ :ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ନେବେ ପଞ୍ଚାୟତ ପୋଖରୀ ଦାୟିତ୍ୱ

24

ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଥିବା ସୂଚନା ମିଳିଛି । ଏଥିରେ ପଞ୍ଚାୟତିରାଜ ଓ ପୂର୍ତ୍ତ ବିଭାଗର କିଛି ପ୍ରସ୍ତାବ ଉପରେ ମୋହର ଲାଗିଥିବାବେଳେ ନଗର ଉନ୍ନୟନ ବିଭାଗର ପ୍ରସ୍ତାବ ଉପରେ ମଧ୍ୟ ମୋହର ବାଜିଛି । ସେହିପରି ଏସିବି ମେଡ଼ିକାଲ ନିର୍ମାଣର ଟେଣ୍ଡର ଏଲ ଆଣ୍ଡ ଟିକୁ ଦିଆଯାଇଥିବା ସୂଚନା ମିଳିଛି । ଏହାବ୍ୟତୀତ ବିଭିନ୍ନ ପଞ୍ଚାୟତ ପୋଖରୀରେ ମାଛଚାଷ ଉପରେ ନିଲାମ ପ୍ରକ୍ରିୟାକୁ ବିଭିନ୍ନ ମହିଳା ସ୍ୱୟଂସହାୟିକା ଗୋଷ୍ଠୀକୁ ଦିଆଯିବାକୁ ପ୍ରସ୍ତାବ ରହିଛି ବୋଲି ଜଣାପଡ଼ିଛି ।ସୂଚନା ମୁତାବିକ, ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୦ ପ୍ରସ୍ତାବ ପାରିତ ହୋଇଛି । ବିଧାନସଭାର ଶୀତ ଅଧିବେଶନ ଚାଲିଥିବାରୁ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇନାହିଁ । ଏସସିବି ନବକଳେବର ପ୍ରକଳ୍ପର ଟେଣ୍ଡରକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ସେହିପରି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଭୁଆଶୁଣିରେ କରାଯାଉଥିବା ବାୟୋ ମାଇନିଂ ପ୍ରକଳ୍ପର ଟେଣ୍ଡରକୁ ମଧ୍ୟ କ୍ୟାବିନେଟ ଅନୁମତି ଦେଇଛି । ଏହି ୩ଟି ପ୍ରସ୍ତାବ ସମେତ ମୋଟ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଜଣାପଡିଛି ।

Leave A Reply

Your email address will not be published.