ଆଜି ରାଜ୍ୟରୁ୨୫୫ ସଂକ୍ରମିତ ଚିହ୍ନଟ , ୨ ମୃତ

29

କରୋନା ର ନୂଆ ପ୍ରଜାତି ଓମୀକ୍ରନ କୁ ନେଇ ଏବେ ଦେଶ ସହିତ ଆମ ରାଜ୍ୟରେ ମଧ୍ୟ ଚିନ୍ତା ବଢିଛି I ଏହା ସହିତ କରୋନା ର ସମ୍ଭାବ୍ୟ ୩ୟ ଲହର କୁ ନେଇ ମଧ୍ୟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରତିଷେଧ ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି I ଗତ କିଛିଦିନ ଧରି ରାଜ୍ୟରେ କରୋନା ଗ୍ରାଫ ତଳ ଉପର ହେଉଥିବା ବେଳେ ଆଜି ରାଜ୍ୟରୁ ୨୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୨ ଜଣ ଙ୍କ ମୄତ୍ୟୁ ହୋଇଛି I ମୃତକ ମାନେ ହେଲେ କଟକ ଓ ଖୋର୍ଦ୍ଧା ଜିଲ୍ଲାର ବୋଲି ଚିହ୍ନଟ ହୋଇଛନ୍ତି I ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୪୨୬କୁ ବୃଦ୍ଧି ପାଇଛି । ସେହିଭଳି ସଂକ୍ରମିତ ଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୫୨ ଓ ସ୍ଥାନୀୟ ଅଞ୍ଚଳରୁ ୧୦୩ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୫୪ ଜଣ ୧୨ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୦ ହଜାର ୭୬୦ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୪୦ ହଜାର ୧୩୯ ରହିଥିବା ବେଳେ ୨ ହଜାର ୧୪୨ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.