ସେନା ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ଆସନ୍ତା କାଲି ତଥ୍ୟ ରଖିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

22

ତାମିଲନାଡୁ ର ନୀଳଗିରି ଜିଲ୍ଲାର କନ୍ନୁର ଠାରେ ସେନାର ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି I ହେଲିକପ୍ଟରରେ ସିଡିଏସ୍‌ ଜେନେରାଲ ବିପନ ରାୱତ,ତାଙ୍କ ପତ୍ନୀ ମଧୁଲିକା ଙ୍କ ସହିତ ଅନ୍ୟ ୧୪ ଜଣ ବରିଷ୍ଠ ଅଧିକାରୀଙ୍କୁ ନେଇ ୱେଲିଂଟନ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି I ଏଥିରେ ସିଡିଏସ୍‌ ଜେନେରାଲ ବିପନ ରାୱତ ଙ୍କ ସମେତ ଅନ୍ୟ ସମସ୍ତ ଗୁରୁତର ମାନଙ୍କୁ ସ୍ଥାନୀୟ ହସ୍ପିଟାଲ ରେ ଭର୍ତି କରାଯାଇଥିଲା ଇ ବର୍ତ୍ତମାନ ଖବର ସୁଦ୍ଧା ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସିଡିଏସ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ସୂଚନା ମିଳିନି। ତେବେ ଡିଏନଏ ପରୀକ୍ଷା ଦ୍ୱାରା ମୃତଦେହ ଚିହ୍ନଟ କରାଯିବ ବୋଲି ଜଣ ପଡିଛି I
ଏ ସମ୍ପର୍କରେ ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୂରା ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିବେ। ଆଜି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ବରିଷ୍ଠ ଅଧିକାରୀଙ୍କ ସହ ଜରୁରୀ ବୈଠକ କରିଥିଲେ। ଏହାପୂର୍ବରୁ ପୂରା ଘଟଣା ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଅବଗତ କରାଇଥିଲେ। ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବା ପରେ ଶ୍ରୀ ସିଂହ ଦିଲ୍ଲୀରେ ଥିବା ସିଡିଏସ୍‌ ରାୱତଙ୍କ ସରକାରୀ ବାସଭବନକୁ ଯାଇଥିଲେ।
ସେଠାରେ ତାଙ୍କ ପରିବାରବର୍ଗଙ୍କ ସହ କଥା ହୋଇଛନ୍ତି। ସେହିପରି ସେ କନ୍ନୁର ଗସ୍ତ କରି ସ୍ଥିତିର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.