ସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ : ସିଡିଏସ ବିପିନ ରାୱତ ଗୁରୁତର, ୧୩ ମୃତ

24

ତାମିଲନାଡୁର ନୀଳଗିରି ଠାରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ସିଡିଏସ୍ ବିପିନ ରାୱତଏବଂ ତାଙ୍କ ପତ୍ନୀ ଙ୍କ ମୋଟ ୧୪ ଜଣ ବରିଷ୍ଠ ଅଧିକାରୀ ଯାତ୍ରା କରୁଥିଲେ। ଘଟଣାସ୍ଥଳରୁ ସିଡିଏସ ବିପିନ ରାୱତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ସିଡିଏସ ବିପିନ୍ ରାୱତ ଏବଂ ତାଙ୍କର ପରିବାର ସଦସ୍ୟ ମାନେ Mi-series ହେଲିକପ୍ଟରରେ ଯାତ୍ରା କରୁଥିଲେ।ତେବେ ତାମିଲନାଡ଼ୁର ସୁଲୁର ଏବଂ କୋଏମ୍ବାଟୁର ମଧ୍ୟରେ ଏହି ହେଲିକପ୍ଟରଟି କ୍ରାସ୍ କରିଥିବା ଏଏନଆଇ ରିପୋର୍ଟ କରିଛି। ବିପିନ୍ ରାୱତ ଓ ଅନ୍ୟମାନେ କୋଏମ୍ବାଟୁରର ସୁଲର ଏୟାରବେସ୍‌ରୁ କନ୍ନୁରୁର ୱେଲିଂଟନ୍‌ ଅଭିମୁଖେ ସେନା ହେଲିକପ୍ଟରରେ ଯାତ୍ରା କରୁଥିଲେ। ତେବେ ହେଲିକପ୍ଟରଟି କୌଣସି କାରଣରୁ କ୍ରାସ୍‌ କରିଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଏକାଧିକ ଟିମ୍‌ ଲାଗିଛନ୍ତି।
ସେପଟେ ଏନେଇ ଭାରତୀୟ ବାୟୁ ସେନା ପକ୍ଷରୁ ଟ୍ୱିଟ୍ କରାଯାଇଛି। IAF Mi-17V5 ହେଲିକପ୍ଟରରେ ସିଡିଏସ ବିପିନ୍‌ ରାୱତଙ୍କ ସହ ପରିବାର ସଦସ୍ୟ ଯାତ୍ରା କରୁଥିଲେ। ଏହା କନ୍ନୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାର ତଦନ୍ତ ନିର୍ଦ୍ଦଶ ଦିଆଯାଇଛି ବୋଲି କୁହାଯାଇଛି। ଉକ୍ତ ହେଲିକପ୍ଟରରେ ସିଡିଏସ୍ ଜେନେରାଲ ବିପିନ୍ ରାୱତ, ପତ୍ନୀ ମଧୁଲିକା ରାୱତ, ବ୍ରିଗେଡିୟର ଏଲ.ଏସ ଲିଡର, ଲେଫଟ୍‌ନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂ,ନାଏକ ଗୁରସେୱ ସିଂ, ନାଏକ ଜିତେନ୍ଦ୍ର କୁମାର, ଲାନ୍ସ ନାଏକ ବିବେକ କୁମାର, ଲାନ୍ସ ନାଏକ ବି ସାଇ ତେଜା, ହାବିଲଦାର ସତପାଲ୍ ଯାତ୍ରା କରୁଥିଲେ ସହ ମୋଟ ୧୪ ଜଣ ଥିଲେ। ତେବେ ବର୍ତ୍ତମାନ ର ଖବର ସୁଦ୍ଧା ଗୁରୁତର ମାନଙ୍କ ମଧ୍ୟରୁ ୧୩ ଜଣଙ୍କ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Leave A Reply

Your email address will not be published.