‘ରାହୁ’ ଏବଂ ବାସ୍ତୁ ଦୋଷ କୁ ଏଡ଼ାଇବା ପାଇଁ ଚିମୁଟେ ‘ଲୁଣ’ ପ୍ରୟୋଗ କରନ୍ତୁ

26

ଆମ ସମସ୍ତଙ୍କ ରୋଷେଇ ଘରେ ଲୁଣ ସବୁଠାରୁ ଗୁରୁତ୍ତ୍ଵ ପୂର୍ଣ୍ଣ ସ୍ଥାନ ନେଇଥାଏ I ଲୁଣ କେବଳ ରୋଷେଇ ରେ ବ୍ୟବହାର ହୋଇ ନ ଥାଏ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ଅନେକ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ ବୋଲି କୁହାଯାଏ I ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଲୁଣର ପ୍ରତିକାର ଦ୍ୱାରା ରାହୁ ଦଶା ମଧ୍ୟ ଦୂର ହୋଇଥାଏ I ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁଙ୍କୁ ପାପ ଗ୍ରହ ଭାବେ ବିବେଚନା କରାଯାଏ I ଏହା ମଣିଷର ମସ୍ତିଷ୍କକୁ ପ୍ରଭାବିତ କରିବା ସଂଗେ ସଂଗେ ବ୍ୟକ୍ତି ର ବିଚାର ବୁଦ୍ଧି କୁ ନଷ୍ଟ କରିଦେଇଥାଏ I ଯାହା ଫଳରେ ବ୍ୟକ୍ତି ଜଣକ ଭୁଲ ଠିକ ନ୍ୟାୟ ଏବଂ ଅନ୍ୟାୟ ମଧ୍ୟରେ ପାର୍ଥକ୍ୟ ଦେଖିପାରେ ନାହିଁ I ରହୁ ର ଅଶୁଭ ପ୍ରଭାବ କୁ ଦୂର କରିବା ପାଇଁ ବିଭିନ୍ନ ପ୍ରତିକାର ମଧ୍ୟରୁ ଲୁଣ ଅନ୍ୟତମ I ରାହୁଙ୍କ ଏବଂ ଘରର ବାସ୍ତୁ ତ୍ରୁଟି ପାଇଁ ଲୁଣ ର ସ୍ୱତନ୍ତ୍ର ପ୍ରୟୋଗ ଜାଣନ୍ତୁ

ବାସ୍ତୁ ଏବଂ ରାହୁ ଦୋଷ ପାଇଁ ଲୁଣ ର ବ୍ୟବହାର

ଯଦି ଆପଣଙ୍କର ମାନସିକ ଅଶାନ୍ତି ବଢି ବଢି ଯାଉଥାଏ ଏବଂ ଆପଣ ପ୍ରତିଦିନ ଅନେକ କଷ୍ଟ ପାଉଥାନ୍ତି ତେବେ ଆପଣ ପ୍ରତିଦିନ ସ୍ନାନ ପାଣିରେ ଏକ ଚାମଚ ଲୁଣ ମିଶାଇ ଏହି ପାଣିରେ ସ୍ନାନ କରନ୍ତୁ I ପ୍ରତିଦିନ ଏହି ପ୍ରତିକାର କରି ଜୀବନରେ ଶାନ୍ତି ଲାଭ କରନ୍ତୁ I ଏହାଦ୍ୱାରା ଅନେକ ପ୍ରକାର ପ୍ରକାରର ମାନସିକ ସମସ୍ୟା ଦୂର ହୋଇଥାଏ I ଏହା ବ୍ୟତୀତ ଚିନ୍ତା ମଧ୍ୟ ଦୂର ହୁଏ I ଏହା ସହିତ ରାହୁ ଜନିତ ଅଶୁଭ ପରିଣାମ ର ନିବାରଣ ହୋଇଥାଏ I

ରୋଗରୁ ମୁକ୍ତି ପାଇବା ପାଇଁ

ଯଦି ଘରେ କେହି ଜଣେ ଦୀର୍ଘ ସମୟ ଧରି ଅସୁସ୍ଥ ଥାଆନ୍ତି ଏବଂ ଚିକିତ୍ସା ପରେ ମଧ୍ୟ ସେ ଅଧିକ ଲାଭ ପାଆନ୍ତି ନାହିଁ, ତେବେ ତାଙ୍କ ଶୋଇବା ସ୍ଥାନରେ ଏକ ଗ୍ଲାସ୍ ରେ ଖାଲି ଲୁଣ ମିଶାଇ ରଖନ୍ତୁ ପାଣି ଦେବେନାହିଁ ଇ ପ୍ରତି ସପ୍ତାହରେ ଥରେ ଏହି ଲୁଣ କୁ ବଦଳାନ୍ତୁ I ଲୁଣର ଏହି ପ୍ରତିକାରକୁ କିଛି ସପ୍ତାହ ପାଇଁ କ୍ରମାଗତ ଭାବରେ କରିବାକୁ ପଡିବ I ଏହା ପରିସ୍ଥିତିରେ ଉନ୍ନତି ଆଣିବା ସହିତ ରୋଗରୁ ମୁକ୍ତି ମିଳେ I

ପାରିବାରିକ ବିବାଦର ସମାଧାନ ପାଇଁ

ଯଦି ଘରେ ଲଗାତାର ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ହେଉଥାଏ କିମ୍ବା ପରସ୍ପର ସହିତ କୌଣସି ବିବାଦ ଥାଏ, ତେବେ ଏହାକୁ ଏଡାଇବା ପାଇଁ ସ୍ୱତନ୍ତ୍ର ଭାବେ ଲୁଣର ପ୍ରତିକାର ରହିଛି I ଏକ ଲାଲ୍ କପଡ଼ାରେ ଲୁଣ କୁ ବାନ୍ଧି ପୁଟୁଳା କରନ୍ତୁ I ଏହାକୁ ଘରର ମୁଖ୍ୟ ଦ୍ୱାର ବାହାରେ ଟାଙ୍ଗନ୍ତୁ I ଆହୁରି ମଧ୍ୟ, ପ୍ରତ୍ୟେକ ଶନିବାର ଘର ପୋଛା ପାଣିରେ ଏକ ଚାମଚ ଲୁଣ ମିଶାନ୍ତୁ I ଯଦି କୌଣସି ପ୍ରକାରର ମାନସିକ ସମସ୍ୟା କିମ୍ବା ନିଦ୍ରାହୀନତାର ସମସ୍ୟା ଥାଏ I ଏହାକୁ ହଟାଇବା ପାଇଁ ପାଣିରେ ଏକ ଚାମଚ ଲୁଣ ମିଶାନ୍ତୁ ଏବଂ ସେହି ପାଣିରେ ହାତ ଏବଂ ପାଦ ଧୋଇ ନେଇ ଶୋଇବାକୁ ଯାଆନ୍ତୁ I
ଏହି ପ୍ରତିକାର କରି ଦେଖନ୍ତୁ ନିଶ୍ଚୟ ସୁଫଳ ପାଇବେ I

Leave A Reply

Your email address will not be published.