ଆଜି ରାଜ୍ୟରୁ ୨୭୦ ସଂକ୍ରମିତ ଚିହ୍ନଟ, ୩ ମୃତ

18

ଗତ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟରେ କରୋନା ଗ୍ରାଫ ତଳ ଉପର ହେଉଛି I ଗତ କାଲି ରାଜ୍ୟରୁ ସଂକ୍ରମିତ ଙ୍କ ସଂଖ୍ୟା ୨୦୦ ପାର କରିଥିବା ବେଳେ ଆଜି ରାଜ୍ୟରୁ ୨୭୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ ଜଣ ପ୍ରାଣ ହରାଇଛନ୍ତି ଇ ମୃତକ ମାନେ ଭୁବନେଶ୍ୱର, ସୁନ୍ଦରଗଡ଼ ଓ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି I ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୪୧୮କୁ ବୃଦ୍ଧି ପାଇଛି । ସେହିଭଳି ସଂକ୍ରମିତ ମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୧୧ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୫୭ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୯ ହଜାର ୮୬୭ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୯୭୧ ରହିଥିବା ବେଳେ ୨ ହଜାର ୪୨୫ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I

Leave A Reply

Your email address will not be published.