ଉନ୍ନତ ଚିକିତ୍ସା ପାଇଁ ନନ୍ଦ ସାର ଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

20

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ସାର ( ନନ୍ଦ କିଶୋର ପୃଷ୍ଟି ) ନିକଟରେ କରୋନା ରେ ଆକ୍ରାନ୍ତ ହୋଇ ଯାଜପୁରର କଳିଙ୍ଗ ନଗରରେ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ତେବେ ଆଜି ସାର ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ନଭେମ୍ବର ୨୯ ତାରିଖରେ ନନ୍ଦ ସାର ଅସୁସ୍ଥ ଅନୁଭବ କରି ତଳେ ପଡ଼ି ଯାଇଥିଲେ। ଏହା ପରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଥିଲା I
ସୂଚନା ଅନୁସାରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ୍‌ର କନ୍ତିରା ଗାଁର ନନ୍ଦ ସାର୍ ଦୀର୍ଘ ୭୫ ବର୍ଷ ହେବ ବିନା ପାରିଶ୍ରମିକରେ ଗାଁ ପିଲାମାନଙ୍କୁ ଏ ପର୍ଯ୍ୟନ୍ତ ପାଠପଢ଼ାଇ ଆସୁଛନ୍ତି । ସେଥିପାଇଁ ଗତ ନଭେମ୍ବର ୯ ତାରିଖରେ ସେ ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ନନ୍ଦ ସାର ।

Leave A Reply

Your email address will not be published.